-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ଅନେକ ଶିଶୁ ନିଖୋଜ, ସପନା ଓ ଦେବରାଜ କେଉଁଠି?

17-Dec-2020



(ପ୍ରେରଣା ଖବର) ବଲାଙ୍ଗୀର: ସାରା ରାଜ୍ୟରେ ପରୀ ଘଟଣା ହଇଚଇ ସୃଷ୍ଟି କରିଛି। ପରୀ ହତ୍ୟାକାରୀକୁ ଧରିବାକୁ ଏସଆଇଟି ଚଳାଇଛି ତନାଘନା। ଏପଟେ ବଲାଙ୍ଗୀର ଜିଲ୍ଲାରେ ବି ବିଗତ ଦିନରେ ଅନେକ ଶିଶୁ ନିଖୋଜ ଓ ହତ୍ୟାର ଶିକାର ହୋଇଛନ୍ତି ଯାହାର କି ପତ୍ତା ପାଇନି ପୁଲିସ। ସାଧାରଣ ପରିବାରର ଶିଶୁ ନିଖୋଜ ମାମଲାକୁ ସାଧାରଣ ଘଟଣା ଭାବେ ଗ୍ରହଣ କରିଛି ପୁଲିସ। ତଦନ୍ତ ଦୂରର କଥା ନିଖୋଜ ଶିଶୁଙ୍କ ବାପା, ମା’ଙ୍କ ଗୁହାରି ଶୁଣିବାକୁ ବି କାହା ପାଖରେ ଏଠି ସମୟ ଯେମିତି ନାହିଁ। ବଲାଙ୍ଗୀର ଜିଲ୍ଲାର ଦୁଇଜଣ ଶିଶୁ ସପନା ଓ ଦେବରାଜ ଏବେ କେଉଁଠି? ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବ୍ୟବସାୟିକ ପେଣ୍ଠସ୍ଥଳୀ। ହେଲେ କଣ୍ଟାବାଞ୍ଜିକୁ ଲାଗି ରହିଥିବା ଗାଁଗଣ୍ଡାରୁ ଛୁଟିଥାଏ ଦାଦନଙ୍କ ସୁଅ। ଶ୍ରମିକବହୁଳ ଅଂଚଳରୁ ଛୋଟଛୋଟ କଅଁଳ ଶିଶୁ ନିଖୋଜ ହୋଇଛନ୍ତି। ବର୍ଷ ବର୍ଷ ହେଲା ସେମାନଙ୍କ ପତ୍ତା ମିଳୁନି। ଏଫଆଇଆର ଦେଲା ପରେ ବି ସକ୍ରିୟ ହେଉନି ପୁଲିସ। କଣ୍ଟାବାଞ୍ଜି ସହର ନିକଟ କୁକୁଡ଼ାହାଡ଼ ଗାଁ। ଗାଁରେ ରୁହନ୍ତି ବିନୋଦ ସରାଫଙ୍କ ପରିବାର। ବିନୋଦ ଦିନମଜୁରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ଗତ ୨୦୧୪ ମସିହା ଅକ୍ଟୋବର ୩ ତାରିଖ ତାଙ୍କ ପରିବାରକୁ ଆସିଥିଲା ଦୁଃଖର ବାଦଲ। ବେଶ୍‌ ଖୁସିରେ ସେମାନେ ଯାଇଥିଲେ ଦଶହରା ଦେଖିବାକୁ। ବିନୋଦଙ୍କ ସହ ତାଙ୍କ ସ୍ତ୍ରୀ ସାବିତ୍ରୀ, ଛୋଟ ଦୁଇ ଝିଅ ଓ ଗୋଟିଏ ପୁଅ ଯାଇଥିଲେ। ହେଲେ ଯାତ୍ରାର ଭିଡ଼ ଭିତରେ ହଜିଯାଇଥିଲା ତାଙ୍କ ବଡ଼ ଝିଅ ସପନା(୬ବର୍ଷ)। ଯାତ୍ରାର ଭିଡ଼ ଭିତରେ ବହୁ ଖୋଜାଖୋଜି କରିଥିଲେ। ଦାୟିତ୍ୱରେ ଥିବା ପୁଲିସ ଅଧିକାରୀଙ୍କୁ ହାରିଗୁହାରି କରିଥିଲେ। ମାଇକରେ ବି ଘୋଷଣା କରାଯାଇଥିଲା। ଝିଅ ମିଳିଥିଲା ଓ ଆଉ କେହି ଜଣେ ତାକୁ ନିଜ ସଂପର୍କୀୟ ଭାଣିଜୀ କହି ସାଙ୍ଗରେ ନେଇ ପଳାଇଥିଲା। ଏହା ପରେ ପରିବାର ଲୋକ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ।ସପନାର ଫଟୋ ଦେଇ କାନ୍ଥବାଡ଼ରେ ଛାପି ବିଜ୍ଞାପନ ଦେଇଥିଲେ। ପଡ଼ୋଶୀ ରାଜ୍ୟକୁ ଯାଇ ବି ଖୋଜାଖୋଜି କରିଥିଲେ। ହେଲେ ଆଜି ଯାଏ କୌଣସି ଖୋଜଖବର ନାହିଁ। ଏହାରି ଭିତରେ ୬ ବର୍ଷ ବିତିଗଲାଣି। ୬ ବର୍ଷର ଝିଅକୁ ୧୨ ବର୍ଷ ହୋଇସାରିଥିବ। ହେଲେ ଏବେ ବି ଝିଅର ଫେରିବା ବାଟକୁ ଚାହିଁ ବସିଛନ୍ତି ବାପା, ମା’। ଥାନାଠୁ ଏସପିଙ୍କ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ବି କିଛି ଲାଭ ମିଳିଲାନି ବୋଲି କହିଛନ୍ତି ବିନୋଦ ଓ ତାଙ୍କ ସ୍ତ୍ରୀ ସାବିତ୍ରୀ। ଠିକ୍‌ ସେହିପରି ଆଉ ଏକ ଘଟଣା। ଗତ ଜାନୁଆରି ୧୫ ତାରିଖ କଣ୍ଟାବାଞ୍ଜି ଥାନା ଚାଉଲଶୁଖା ଗାଁର ୧୨ ବର୍ଷର ଦେବରାଜ ଭୋଇ ନିଖୋଜ ହୋଇଯାଇଥିଲେ। ଫୁଟବଲ ଖେଳିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ବାପା ଶ୍ରୀଜିତ ଭୋଇ ବହୁ ଖୋଜାଖୋଜି କରିଥିଲେ। ତିନି ପୁଅଙ୍କୁ ନେଇ ତାଙ୍କ ପରିବାର। ସଂଧ୍ୟାରେ ଦିନମଜୁରି କାମ ସାରି ଘରକୁ ଫେରିବା ପରେ ସେ ଶ୍ରୀଜିତର ନିଖୋଜ ଘଟଣା ଜାଣିଥିଲେ। ବନ୍ଧୁ, ସଂପର୍କୀୟ ସହ ଚାରିଆଡ଼େ ଖୋଜାଖୋଜି କରିଥିଲେ। ନିରାଶ ହୋଇ କଣ୍ଟାବାଞ୍ଜି ଥାନାରେ ଲିଖିତ ଏତଲା ଦେଇଥିଲେ। ବହୁଥର ଥାନାକୁ ଯାଇ ପୁଲିସ ଅଧିକାରୀମାନଙ୍କୁ ତାଙ୍କ ପୁଅଙ୍କୁ ଖୋଜିବାକୁ ନେହୁରା ହୋଇଥିଲେ। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଏସ୍‌ପିଙ୍କ ନିକଟକୁ ଆସି ଦେଖା କରିଥିଲେ। ଦିନ ଗଡ଼ାଇ ଚାଲିଥିଲା କଣ୍ଟାବାଞ୍ଜି ପୁଲିସ। ଆଉ ଘଟଣାକୁ ବର୍ଷେ ପୂରିବ ହେଲେ ତାଙ୍କ ପୁଅଙ୍କ କୌଣସି ଖବର ନାହିଁ। ବଲାଙ୍ଗୀର ଜିଲ୍ଲାରେ ଏଭଳି ଅନେକ ଶିଶୁ ଗାଏବରେ ପୁଲିସ ତଦନ୍ତ ସେଭଳି ଆଗଉନଥିବା ଅଭିଯୋଗ ହୁଏ। ଏ ନେଇ ବଲାଙ୍ଗୀର ପୁଲିସ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ସିଡବ୍ଲୁସି ଉଦବେଗ ପ୍ରକାଶ କରିଛି। ସିଡବ୍ଲୁସି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି କହିଛନ୍ତି, ଏକ ଟାସ୍କଫୋର୍ସ ଗଠନ କରାଯାଇ ଯାହା ଶିଶୁ ନିଖୋଜ ମାମଲା ରହିଛି ତାହାର ତଦନ୍ତ ଦରକାର। ସ୍ୱତନ୍ତ୍ର ତଦନ୍ତ କରାଗଲେ ଅନେକ ଶିଶୁ ନିଖୋଜ ମାମଲାର ପର୍ଦ୍ଦାଫାସ ହୋଇପାରିବ। ବାପା, ମା’ ତାଙ୍କ ଶିଶୁକୁ ଫେରିପାଇବେ ବୋଲି କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026

You Might Also Like