-+91-9937148622 |
prerana_bgr@rediffmail.com |
Thursday 7th November 2024 |
R.N.I. Regd No. ODIODI/2010/46693
Breaking News
26-Nov-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଆଜି ସମ୍ବିଧାନ ସଚେତନତା ମଞ୍ଚ ପକ୍ଷରୁ ଲୋଇସିଂହା ଆଦିବାସୀ ଭବନ ଠାରେ 75 ତମ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l ଲୋଇସିଂହା ସ୍ଥିତ ଜଡ଼ାମୁଣ୍ଡା ଗ୍ରାମରେ ଥିବା ଡ଼. ଭୀମରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ନାରାବାଜି ଦିଆଗଲା l ସମ୍ବିଧାନ ର ପ୍ରଣେତା ବାବାସାହେବ ଡକ୍ଟର ବି ଆର୍ ଆମ୍ବେଦକର ଙ୍କ ଲିଖିତ ବୃହତ ସମ୍ବିଧାନ ବଳରେ ଦେଶ ଆଜି ପରିଚାଳିତ ହେଉଅଛି l ବାବା ସାହେବ୍ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପ୍ରଥମେ ମାଲ୍ୟାର୍ପଣ କରି ଅତିଥି ମାନେ ମଂଚାସୀନ ହୋଇଥିଲେ l ଏହାପରେ ସମସ୍ତ ଅତିଥିଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା l ମୂଖ୍ୟ ଅତିଥି ଭାବରେ ଏ ଆଇ ସି ସି ର ସାଧାରଣ ସମ୍ପାଦକ ଶ୍ରୀ ବିଧୁଭୂଷଣ ତ୍ରିପାଠୀ ଯୋଗଦେଇ ବାବାସାହେବ ଡ଼. ଭୀମରାଓ ଆମ୍ବେଦକର କେବଳ ଦଳିତ ମାନଙ୍କର ନେତା ନ ଥିଲେ ସବୁ ବର୍ଗ, ସବୁ ଜାତି ତଥା ସାରା ବିଶ୍ୱର ଜନମାନସ ଥିଲେ l
ସବୁ ବର୍ଗ ସବୁ ଜାତି ଲାଗି କିଛିନା କିଛି ବ୍ୟବସ୍ଥା ସମ୍ବିଧାନ ରେ କରିଯାଇଛନ୍ତି ଯାହା ଫଳରେ ଆଜି ଭାରତ ପରମାଣୁ ବୋମା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଉନ୍ନତି ପଥରେ ଆଗେଇ ଚାଲିଛି l ଅତିଥି ଭାବରେ ଅଵସରପ୍ରାପ୍ତ ଏଡିସନାଲ ଏସ. ପି. ଶ୍ରୀଯୁକ୍ତ ହେମସାଗର ନନ୍ଦ, ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ଡ଼. ଅର୍ଜୁନ ମୁଗ୍ରୀ, ଅଶୋକ ବାରିକ୍, ରାଜେନ୍ଦ୍ର ଦୀପ , ପୂର୍ବତନ କଂଗ୍ରେସ ବ୍ଲକ ସଭାପତି ମହେନ୍ଦ୍ର ଜାଲ, ସମାଜସେବୀ ସୁରେନ୍ଦ୍ର ଜାଲ, ସୁରେନ୍ଦ୍ର କୁମ୍ଭାର ସହ ଅନ୍ୟାନ୍ୟ ଅତିଥି ମାନ ଯୋଗ ଦେଇଥିଲେ।ଆମ୍ବେଦକରଙ୍କ ଜୀବନୀ ବିଷୟରେ ସମସ୍ତ ଅତିଥି ବହୁ ସୁନ୍ଦର ଭାବରେ ବୁଝାଇଥିଲେ l ତାଙ୍କ ଲିଖିତ ସମ୍ବିଧାନ ଆଜି କିପରି ସାରା ବିଶ୍ବରେ ଆଦର ହୋଇପାରିଛି ସେ ବିଷୟରେ ଆଲୋକପାତ କରିଥିଲେ l ତାଙ୍କର ଦିଗ୍ ଦର୍ଶନରେ କିପରି ଆମେ ସମସ୍ତେ ଅନୁପ୍ରାଣିତ ହୋଇ ଆଗମୀ ଦିନରେ ସମାଜ କୁ କିଛି ବାର୍ତ୍ତା ଦେଇପାରିବା ସେ ବିଷୟରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ l ସଂବିଧାନ ବଳରେ ଆଜି ଆମେ କିପରି ଭାବରେ ନିଜର ମୌଳିକ ଅଧିକାର ପାଇଁ ମୁଣ୍ଡଟେକି ବାଟ ଚାଲି ପାରୁଛୁ ସେ ବିଷୟରେ ମଧ୍ୟ କହିଥିଲେ l