-+91-9937148622 |

prerana_bgr@rediffmail.com |

  Saturday 9th December 2023 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ବ୍ଲକରେ ଶିକ୍ଷକ ମାନଙ୍କୁ ଟାବଲେଟ ବଣ୍ଟନ   (09-Dec-2023)       ||      ଡାବୁଗାଁ ରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (09-Dec-2023)       ||      ଭାନପୁର ରେ ଏଚ୍.ଡି.ଏଫ୍. ସି ବ୍ୟାଙ୍କ୍ ର ୠଣ ମେଳା ଅନୁଷ୍ଠିତ   (09-Dec-2023)       ||      ଯୁବକଙ୍କ ସଂଗଠନ ବିରୋଧୀ ମନ୍ତବ୍ୟ: ମାହେଶ୍ୱରୀ ସଂଗଠନ ତରଫରୁ ଥାନାରେ ଅଭିଯୋଗ    (08-Dec-2023)       ||      ତୁରେକେଲା ରେ ଯୁବ ଓଡ଼ିଶା ନବୀନ ଓଡ଼ିଶା (ନୂଆଁ ଓ) ଆନୁକୁଲ୍ୟରେ ସଚେତନତା କାର୍ଯ୍ୟକ୍ରମ   (08-Dec-2023)       ||      ବୌଦ୍ଧ ଆଦର୍ଶ ଡ଼ିଗ୍ରୀ ମହାବିଦ୍ୟାଳୟରେ ନୁଆଁ -ଓ, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ତରଫରୁ ସାଂସ୍କୃତିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ   (08-Dec-2023)       ||      ୨୪ ପ୍ରହରୀ ନାମଯଜ୍ଞ ରେ ଯୋଗଦେଲେ ବିଧାୟକ   (08-Dec-2023)       ||      ଲୋଇସିଂହା ମହାବିଦ୍ୟାଳୟ ରେ ନୂଆ-ଓ କାର୍ଯ୍ୟକ୍ରମ ତରଫରୁ ସାମାଜିକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆରମ୍ଭ   (08-Dec-2023)       ||       ଦେଇଥିଲେ ମନ୍ତ୍ରୀ,  ଖାଇଦେଲେ ଯନ୍ତ୍ରୀ:   ଲରିଆବାହାଲ ସେମେଲ ବନ୍ଧ ମାଟି କାମରେ ମହାଦୁର୍ନୀତି ଅଭିଯୋଗ   (08-Dec-2023)       ||      ସତ୍ୟବାଦୀ କଲେଜରେ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ   (08-Dec-2023)       ||      ନାକ୍ଟିଦେଉଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ   (08-Dec-2023)       ||      ବାଟଗାଁର ଯୁବକକୁ ଗାଡି ଚଢାଇ ହତ୍ୟା ଅଭିଯୋଗରେ ସାହେବୀ ସରପଞ୍ଚଙ୍କ ସମେତ ୩ ଗିରଫ , କୋର୍ଟ ଚାଲାଣ    (08-Dec-2023)       ||      ସୁବଳୟା ସରସ୍ବତୀ ମନ୍ଦିରରେ ବାର୍ଷିକ ଉତ୍ସବ   (08-Dec-2023)       ||      ଉଗ୍ର ଆଂଚଳିକ ବୈଷମ୍ୟର ଶୀକାର, ସରକାରଙ୍କ ୧୯ଟି ସିଙ୍ଗଲ ୱିଣ୍ଡୋ ପ୍ରକଳ୍ପ ମଂଜୁରୀରୁ ବାଦ୍ ପଡିଲା ବଲାଙ୍ଗୀର, ନାଗରିକ କମିଟିର ତୀବ୍ର ପ୍ରତିକ୍ରିୟା    (08-Dec-2023)       ||      ନର୍ଲା ପ୍ରେସ ଆସୋସିଏସନ ର ଏକ ସାଧାରଣ ବୈଠକ ଅନୁଷ୍ଠିତ l   (08-Dec-2023)       ||      ତୃତୀୟ ଦିନରେ ମଦଭାଟିରେ ଆୟକର ଚଢାଉ... ୧୫୬ ବସ୍ତା ନୋଟରୁ ଗଣାଯାଇଛି ୬ଟି, ୭ମେସିନରେ ଚାଲିଛି ଗଣତି   (08-Dec-2023)       ||      ବଲାଙ୍ଗିର : ୧୦ ରୁ ସର୍ବଭାରତୀୟ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ     (08-Dec-2023)       ||      ପାଟଣାଗଡରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ଶିବିର। ବିଧାୟକ ଙ୍କ ଦ୍ଵାରା ବିଜୁ କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ।   (08-Dec-2023)       ||      ମଦବ୍ୟବସାୟୀଙ୍କ ଘରେ ଆୟକର ଚଢାଉ... ସୁଦପଡା ଭାଟିରୁ ପ୍ରାୟ ୨୦୦କୋଟି ଓ ଟିଟିଲାଗଡରୁ ୨୦କୋଟି ଟଙ୍କା ଜବତ   (08-Dec-2023)       ||      ବିଳାସପୁର-କିରକିଚିପାଲି ରାସ୍ତା ପାଲଟିଛି ମରଣଯନ୍ତା, ମାସେ ମଧ୍ୟରେ ରାସ୍ତା ନହେଲେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବେ ଗ୍ରାମବାସୀ    (08-Dec-2023)       ||     

HOME   ରାଜ୍ୟ

ବୁବେଲ ଗାଁରେ ଚାଷୀ ଆତ୍ମହତ୍ୟା... ଚାଷୀ ଜମିରେ ଚକଡାପୋକ,ମରୁଡି ଓ ଋଣରେ ଚାପଗ୍ରସ୍ତରୁ  ଆତ୍ମହତ୍ୟା

15-Nov-2023



ବଲାଙ୍ଗୀର(ପ୍ରେରଣା ଖବର) -ବଲାଙ୍ଗୀର ଜିଲ୍ଲାରେ ଚକଡାଚଡକ । ଶହଶହ ଏକର ଜମିରେ ଚକଡାପୋକ ଲାଗି ଧାନଫସଲ ନଷ୍ଟ ହୋଇଯାଇଛି । କୀଟଦମନ ପାଇଁ କୃଷିବିଭାଗର କୀଟନାଶକ ପ୍ରୟୋଗ କଲେ ମଧ୍ୟ ତାହା କାମ କରୁନାହିଁ । ଫଳରେ ଚାଷୀ ମାନେ ହତାଶ ହୋଇଯାଇଛନ୍ତି । ଏଭଳି ହତାଶାରୁ ପୁଇଁତଳା ବ୍ଲକ ବୁବେଲ ଗାଁର ଜଣେ ଚାଷି ରମେଶକୁମାର ଭୋଇ(୫୦ବର୍ଷ) ବିଷଖାଇ ଆତ୍ମହତ୍ୟା କରିଛନ୍ତି । ରମେଶ ଚଳିତବର୍ଷ ୧୦ଏକର ଜମିରେ ଧାନଚାଷ କରିଥିଲେ । ବ୍ୟାଙ୍କ ଓ ଅନ୍ୟାନ୍ୟ ସୂତ୍ରରୁ ଲକ୍ଷାଧିକ ଟଙ୍କା ଧାରକରଜ କରି ଚାଷ କରିଥିଲେ । ଧାନ ଫସଲ ମଧ୍ୟ ଭଲ ହୋଇଥିଲା । କିନ୍ତୁ ଗତ ୨୦ଦିନ ହେଲା ଧାନ ଫସଲରେ ଚକଡା ପୋକ ଲାଗିଗଲା । ଏଥିରେ ପ୍ରାୟ ୫ଏକରରୁ ଅଧିକ ଜମିରେ ଚକଡାପୋକ ଲାଗି ଧାନଫସଲ ନଷ୍ଟ ହୋଇଯାଇଛି । କୃଷିବିଭାଗକୁ ପରାମର୍ଶ କରି ଫସଲରେ ବିଷ ସିଞ୍ଚନ କରିଥିଲେ । କିନ୍ତୁ ତାହା କାମ ଦେଲାନି । ଚକଡା ଆହୁରି ବଢିଚାଲିଲା । ଏହା ସହିତ ଆଉ କିଛି ଜମି ଧାନହେଲା ବେଳେ ପାଣି ଅଭାବରୁ ମରୁଡିଗ୍ରସ୍ତ ମଧ୍ୟ ହୋଇଛି । ତେଣୁ ଗତ କିଛିଦିନ ହେଲା ରମେଶ ମାନସିକ ଚାପରେ ରହୁଥିଲେ । ଗତକାଲି ମଧ୍ୟ ସେ ବିଲକୁ ଯାଇ କୀଟନାଶକ ସିଞ୍ଚନ କରିଥିଲେ । ଧାନ ଫସଲର ଅବସ୍ଥା ଦେଖି ଶେଷରେ ନୀରାଶ ହୋଇ ନିଜେ ବିଷ ପିଇଦେଇ ଆତ୍ମହତ୍ୟା କରିଦେଲେ । ଧାନ ବିଲକୁ ଯାଇଥିବା ବେଳେ ସେଠାରେ ବିଷ ପିଇଦେଇ ଗୁରୁତର ହୋଇପଡିଥିଲେ । ତାଙ୍କ ଭାଇ ଓ ଅନ୍ୟମାନେ ଖବର ପାଇ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣି ଭର୍ତ୍ତି କରିଥିଲେ । କିନ୍ତୁ ମଙ୍ଗଳବାର ରାତି ୧୦ଟାରେ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାକୁ ନେଇ ପୁଇଁତଳା ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି । ପୋଲିସ ଶବକୁ ଜବତ କରି ପଞ୍ଚନାମା କରାଇଛି । ମୃତ ରମେଶଙ୍କ ଘରେ ବିଧବାପତ୍ନୀ,ପୁଅ ଓ ଝିଅ ଅଛନ୍ତି । ଏହି ପରିବାର କେବଳ ଚାଷ ଉପରେ ନିର୍ଭର କରୁଥିଲେ । ତେଣୁ ସରକାର ଏହି ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ ଚାଷୀ ଆତ୍ମହତ୍ୟା ଘଟଣାଉପରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ସୁଭାଷ ବେହେରାଙ୍କୁ ପଚାରିବାରୁ ରମେଶ ବିଲରେ ଚକଡା ପୋକ ଲାଗନଥିଲା । ଆଜି ମୁଁ ନିଜେ କୃଷିବିଭାଗର ଅନ୍ୟଅଧିକାରୀମାନଙ୍କୁ ନେଇ ବୁବେଲ ଗାଁକୁ ଯାଇଥିଲୁ ।  ଧାନରେ ଅନ୍ୟ ପ୍ରକାର ପୋକ ଲାଗିଥିଲେ । ସେ ନିଜେ ଏହାର କେୟାର ନାଇନାହାଁନ୍ତି । ବିଲରେ ପାଣି ଆବଶ୍ୟକତା ଥିବା ବେଳେ ପାଣି ମଧ୍ୟ ମଡାଇ ନାହାଁନ୍ତି  ଓ ଶେଷରେ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି । 
 

ଆଜି ବୁବେଲର ଚାଷୀ  ରମେଶ ଭୋଇଙ୍କ ଆତ୍ମହତ୍ୟା ଖବର ପାଇଲାପରେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍କ ବୁବେଲ ପହଞ୍ଚି ଗ୍ରାଉଣ୍ଡଜିରୋରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଘଟଣା ବିଷୟରେ ସେ ରମେଶଙ୍କ ଧାନବିଲକୁ ବୁଲିବା ସହିତ ରମେଶଙ୍କ ପରିବାରବର୍ଗ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି । ଅନୁଧ୍ୟାନ ପରେ ବିଧାୟକ ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ,ସରକାରୀ ଯୋଜନାର ବିଫଳତା କାରଣରୁ  ହିଁ ରାଜ୍ୟରେ ଚାଷି ଆତ୍ମହତ୍ୟା ହେଉଛି । ରମେଶଙ୍କ ଜମିରେ ଚକଡା ଲାଗିଥିଲା । ସରକାର ଦେଉଥିବା ନକଲି କୀଟନାଶକ ସିଞ୍ଚନ କରିଥିବାରୁ ତାହା କାମ କଲାନାହିଁ । ସେହିପରି ସରକାରଙ୍କ ଘୋଷଣା ମୁତାବକ ଆଜି ପର୍ଯ୍ୟନ୍ତ ପୁଇଁତଳା ବ୍ଲକରେ ନିଶ୍ଚିତ ଜଳସେଚନ ହୋଇପାରିନାହିଁ । ଫଳରେ ରମେଶର ଜମି ମଧ୍ୟ ମରୁଡିଗ୍ରସ୍ତ ହୋଇଛି । ଶେଷରେ ମାନସିମ ଚାପଗ୍ରସ୍ତ ହୋଇ ରମେଶ ଆତ୍ମହତ୍ୟା କରିଛନ୍ତି । ମୃତ ଚାଷିଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ସରକାରୀ ସହାୟତା ଓ ତାଙ୍କ ପରିବାରର ଜଣକୁ ସରକାରୀ ଚାକିରି ଦେବାକୁ ସେ ସରକାରଙ୍କ ପାଖରେ ଦାବି କରିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ବ୍ଲକରେ ଶିକ୍ଷକ ମାନଙ୍କୁ ଟାବଲେଟ ବଣ୍ଟନ   09-Dec-2023
  ଜିଲ୍ଲା  
ଡାବୁଗାଁ ରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   09-Dec-2023
  ଜିଲ୍ଲା  
ଭାନପୁର ରେ ଏଚ୍.ଡି.ଏଫ୍. ସି ବ୍ୟାଙ୍କ୍ ର ୠଣ ମେଳା ଅନୁଷ୍ଠିତ   09-Dec-2023
  ଜିଲ୍ଲା  
ଯୁବକଙ୍କ ସଂଗଠନ ବିରୋଧୀ ମନ୍ତବ୍ୟ: ମାହେଶ୍ୱରୀ ସଂଗଠନ ତରଫରୁ ଥାନାରେ ଅଭିଯୋଗ   08-Dec-2023
  ଜିଲ୍ଲା  
ତୁରେକେଲା ରେ ଯୁବ ଓଡ଼ିଶା ନବୀନ ଓଡ଼ିଶା (ନୂଆଁ ଓ) ଆନୁକୁଲ୍ୟରେ ସଚେତନତା କାର୍ଯ୍ୟକ୍ରମ   08-Dec-2023
  ଜିଲ୍ଲା  
ବୌଦ୍ଧ ଆଦର୍ଶ ଡ଼ିଗ୍ରୀ ମହାବିଦ୍ୟାଳୟରେ ନୁଆଁ -ଓ, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ତରଫରୁ ସାଂସ୍କୃତିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ   08-Dec-2023
  ଜିଲ୍ଲା  
୨୪ ପ୍ରହରୀ ନାମଯଜ୍ଞ ରେ ଯୋଗଦେଲେ ବିଧାୟକ   08-Dec-2023
  ଜିଲ୍ଲା  
ଲୋଇସିଂହା ମହାବିଦ୍ୟାଳୟ ରେ ନୂଆ-ଓ କାର୍ଯ୍ୟକ୍ରମ ତରଫରୁ ସାମାଜିକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆରମ୍ଭ   08-Dec-2023
  ରାଜ୍ୟ  
 ଦେଇଥିଲେ ମନ୍ତ୍ରୀ,  ଖାଇଦେଲେ ଯନ୍ତ୍ରୀ:   ଲରିଆବାହାଲ ସେମେଲ ବନ୍ଧ ମାଟି କାମରେ ମହାଦୁର୍ନୀତି ଅଭିଯୋଗ   08-Dec-2023
  ଜିଲ୍ଲା  
ସତ୍ୟବାଦୀ କଲେଜରେ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ   08-Dec-2023
  ଜିଲ୍ଲା  
ନାକ୍ଟିଦେଉଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ   08-Dec-2023
  ଜିଲ୍ଲା  
ବାଟଗାଁର ଯୁବକକୁ ଗାଡି ଚଢାଇ ହତ୍ୟା ଅଭିଯୋଗରେ ସାହେବୀ ସରପଞ୍ଚଙ୍କ ସମେତ ୩ ଗିରଫ , କୋର୍ଟ ଚାଲାଣ   08-Dec-2023

You Might Also Like