-+91-9937148622 |
prerana_bgr@rediffmail.com |
Saturday 24th October 2026 |
R.N.I. Regd No. ODIODI/2010/46693
Breaking News
15-Dec-2020
(ପ୍ରେରଣା ଖବର) ଦେବଗଡ଼: ଯନ୍ତ୍ରଣାରେ ଜର୍ଜରିତ ୮ ବର୍ଷୀୟ ମହାବୀର । ଯେଉଁ ବୟସରେ ଖେଳକୁଦ, ପାଠପଢାରେ ସମୟ ବିତାଇବା କଥା ସେହି ସମୟରେ ସେ ବିଛଣାରେ ପଡିରହିଛି । ବର୍ତ୍ତମାନ ମହାବୀରଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜି ଥିବାରୁ ତାଙ୍କର ପରିବାରବର୍ଗ ଚିକିତ୍ସା ପାଇଁ ଆଜି ଜିଲ୍ଲାପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ପୌରାଚଂଳର ୭ ନଂ ୱାର୍ଡର ସୁନିଲ ବେହେରାଙ୍କ ପୁଅ ଆଠ ବର୍ଷର ପୁଅ ମହାବୀର । ଜନ୍ମରୁ ମହାବୀର ସୁସ୍ଥ ଥିବାବେଳେ ପ୍ରାୟ ୧ ବର୍ଷ ହେବ ଗୋଡରୁ ମୁହଁ ପର୍ଯ୍ୟନ୍ତ ପାଣି ଜମିଯାଇ ହାତଗୋଡ ଫୁଲିଯାଉଛି। ଫଳରେ ଶିଶୁଟି ଚାଲିବୁଲି ନପାରି ବାଧ୍ୟ ହୋଇ ବିଛଣାରେ ପଡିରହୁଛି। ମହାବୀର ଚିକିତ୍ସା ପାଇଁ ତାଙ୍କର ପରିବାରବର୍ଗ ପ୍ରଥମେ ତାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବୁର୍ଲା ବଡ଼ ଡାକ୍ତରଖାନା ଓ ପରେ ମହାବୀରକୁ କଟକରେ ଚିକିତ୍ସା ପାଇଁ ପରିବାର ପକ୍ଷରୁ ନିଆଯାଇଥିଲା । ମାତ୍ର ଅତ୍ୟନ୍ତ ଗରୀବ ଶ୍ରେଣୀର ସୁନୀଲ ଚିକିତ୍ସା ପାଇଁ ଧାର ଉଧାର କରି ନେଇଥିବା ଟଙ୍କା ସରିଯିବାରୁ ଅଧା ଚିକିତ୍ସାରୁ ସୁନୀଲକୁ ଘରକୁ ଫେରାଇ ଆଣିଥିଲେ। ମହାବୀରଙ୍କ ବାପା ସୁନିଲଙ୍କର ଡାହାଣ ହାତଟି କିଛି ବର୍ଷ ପୂର୍ବେ ଭାଙ୍ଗି ଯାଇଥିବା ବେଳେ ଅର୍ଥ ଅଭାବରୁ ଚିକିତ୍ସା କରି ନପାରି ସବୁଦିନ ପାଇଁ ଅକର୍ମଣ୍ୟ ହୋଇଯାଇଥିଲେ। ଚଳୁଥିବା ଗୋଟିଏ ହାତରେ ଅନ୍ୟ ଘରେ ଦିନ ମଜୁରୀ କାମ କରି ପରିବାର ପୋଷୁଥିବା ସୁନୀଲଙ୍କ ପାଇଁ ପୁଅ ମହାବୀରର ଅଧିକ ଚିକିତ୍ସା ପାଇଁ ବର୍ତ୍ତମାନ ପରିସ୍ଥିତିରେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଯେଉଁ ବୟସରେ ମହାବୀର ପାଠପଢିବା ସହ ସାଙ୍ଗମାନଙ୍କ ସହିତ ଖେଳକୁଦରେ ସମୟ ବିତାଇବା କଥା ସେ ଏବେ ଯନ୍ତ୍ରଣାରେ ବିଛଣାରେ ପଡିରହିଛି । ତାଙ୍କର ଚିକିତ୍ସାରେ ଅର୍ଥ ବାଧକ ସାଜିଥିବାବେଳେ ଏଭଳି ପରିସ୍ଥିତିରେ ତାଙ୍କର ବାପା ସୁନୀଲ ଅନ୍ୟ କୌଣସି ଉପାୟ ନପାଇ ମହାବୀରଙ୍କ ଚିକିତ୍ସା ପାଇଁ ଆଜି ଜିଲ୍ଲାପାଳଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି । ଯଦି ମହାବୀରଙ୍କ ଚିକିତ୍ସା ପାଇଁ ପ୍ରଶାସନିକ ସହାୟତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହୋଇଛି ।