-+91-9937148622 |

prerana_bgr@rediffmail.com |

  Sunday 1st October 2023 |

| | | |

R.N.I. Regd No. ODIODI/2010/46693

Breaking News

ମୁନିସିପାଲଟି ନାରୀ ଶକ୍ତି ଫାଉଣ୍ଡେସନ ଓ ଅନ୍ୟ ସଂସ୍ଥା ଗୁଡ଼ିକର କନ୍ଧପାଲି ଅଞ୍ଚଳ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ    (01-Oct-2023)       ||      ଭବାନୀ ପାଟଣା ନlରେଙ୍ଗିଖୋଲା ଗ୍ରାମ ଠାରେ ବିଭିନ୍ନ ସମସ୍ୟା କୁ ନେଇ ସଚେତନ କାର୍ଯ୍ୟ କ୍ରମ ଅନୁଷ୍ଠିତ l   (01-Oct-2023)       ||      ଜୁନାଗଡ ଆରଏମସି ରେ କର୍ମଚାରୀ ନିଯୁକ୍ତି ରେ ପାତର ଅନ୍ତର ଅଭିଯୋଗ,  ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି    (30-Sep-2023)       ||      ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ    (30-Sep-2023)       ||      ମା ଝାଡେଶ୍ବରୀ ମହାବିଦ୍ୟାଳୟରେ ସ୍ୱାବଲମ୍ବୀ ଭାରତ ଅଭିଯାନ କାର୍ଯ୍ୟକ୍ରମ   (30-Sep-2023)       ||      ଲୋଇସିଂହା କଲେଜ ଖେଳ ପଡିଆ ଠାରେ ଲୋଇସିଂହା ଓମେନ ଫାର୍ମର ପ୍ରଡୁସର କମ୍ପାନୀ ଲି. ର ବାର୍ଷିକ ଅଧିବେଶନ ଅନୁଷ୍ଠିତ   (30-Sep-2023)       ||      ଦେଢ଼ କ୍ୱିଣ୍ଟାଲ ଗଂଜେଇ ଜବତ, ଦୁଇ ଗିରଫ   (30-Sep-2023)       ||      ପଟୁଆବାହାଲ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପ୍ରତିଷ୍ଠା ହେବାର ଏକ ମାସ ନପୁରୁଣୁ ଆଜି ପ୍ରଥମ ଥର ପାଇଁ ଜଣେ ଚାଷୀଙ୍କୁ ଚାଷୀ ଋଣ ପ୍ରଦାନ କରାଯାଇଛି। ସମିତି କାର୍ଯ୍ୟାଳୟରେ ସଭାପତି ତଥା ଡଙ୍ଗତପଡା ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡା ଓ ସଂପାଦକ ଆଲୋକ କ୍ରିଷ୍ନା ମହାକୁଡଙ୍କ ଉପସ୍ଥିତିରେ ସମାଜସେବୀ ଦିଲ୍ଲୀପ କୁମାର ପଣ୍ଡା ଚାଷୀ ଆଲୋକ ସାହୁଙ୍କୁ ପ୍ରଥମ ଚାଷୀ ଋଣ ସମବାୟ ସମିତି ପକ୍ଷରୁ ପ୍ରଥମ ରଣ ପ୍ରଦାନ କରିଥିଲେ।    (30-Sep-2023)       ||      ପାଟଣାଗଡ଼ ବ୍ଲକ  ବ୍ଲକସ୍ତରୀୟ ଶାରଦୀୟ କ୍ରିଡା ମହୋତ୍ସବ ଉଦଯାପିତ    (29-Sep-2023)       ||       ରାଜେନ୍ଦ୍ର ୟୁନିଭିର୍ସିଟ  କଲେଜ  ସମ୍ମୁଖ ରେ ପରିବର୍ଦ୍ଧିତ ହଷ୍ଟେଲ ଫି କୁ ବିରୋଧ କରି ଧାରଣା ରେ ବସିଲେ ଛାତ୍ରୀ    (29-Sep-2023)       ||      ଡଙ୍ଗରପଡାରେ ଅନନ୍ତମୁଖୀ ଓ ଭଗବତ୍ ଜନ୍ମ ଉତ୍ସବ ପାଳନ   (29-Sep-2023)       ||      ଜୁନିୟର ରେଡକ୍ରସ ତରଫରୁ ବିଶ୍ଵ ହୃଦୟ ଦିବସ ପାଳନ   (29-Sep-2023)       ||      ଦେଓଗାଁ ବ୍ଲକ ର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ ବଲାଙ୍ଗିର ସାଂସଦ , କେନ୍ଦ୍ର ର ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଲେ    (29-Sep-2023)       ||      ଘେନୁପାଲିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ଉତ୍ସବ   (29-Sep-2023)       ||      ବିଭିନ୍ନ ପଦବୀ ଚୟନ ଅନୀୟମିତତା କୁ ନେଇ ହଳଦୀ ହାଇସ୍କୁଲ ରେ ତାଲାମାରିଲେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ର ମହିଳା l   (29-Sep-2023)       ||      ଜିଲ୍ଲା ଯୋଜନା କମିଟି ର ସଦସ୍ୟ ହେଲେ ଦୁଇ କାଉନସିଲର    (29-Sep-2023)       ||      ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କୁ ବିଧାନସଭା ରୁ ବହିସ୍କାର କରାଯିବା ପ୍ରତିବାଦରେ ଲୋଇସିଂହା ଠାରେ ଜାତୀୟ ରାଜପଥ ଅବରୋଧ   (29-Sep-2023)       ||      ବିଧାୟକ ଡ. ମୁକେଶ ମହାଲିଙ୍ଗ କୁ ବିଧାନସଭା ରୁ ବହିସ୍କାର କରାଯିବା ଦାବିରେ ଲୋଇସିଂହା ଠାରେ 26 ନଂ ଜାତୀୟ ରାଜପଥ ଅବରୋଧ   (29-Sep-2023)       ||      ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ : ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବୀ    (28-Sep-2023)       ||      ମର୍ନିଙ୍ଗ ୱାକର ଟିମ ଓ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ଶୋକ ସଭା   (28-Sep-2023)       ||     

HOME   ରାଜନୀତି

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନାର ଶୁଭାରମ୍ଭ

14-Sep-2023



ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ।

ଏହି ଯୋଜନାରେ ସାରା ରାଜ୍ୟରେ ୧୫ ରୁ ୧୯ ବର୍ଷ ବୟସର ସମସ୍ତ କିଶୋରୀ ବାଳିକାମାନଙ୍କୁ ପୁଷ୍ଟି ସହାୟତା ସହିତ ଗର୍ଭବତୀ ମହିଳା ଓ ପ୍ରସୂତୀ ମା’ମାନଙ୍କ ପାଇଁ ଅଧିକ ଶୁଖିଲା ଖାଦ୍ୟର ବ୍ୟବସ୍ଥା, ଅତିଶୟ ପୁଷ୍ଟିହୀନ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଆହାର, ମଧ୍ୟମ ପୁଷ୍ଟିହୀନ ପିଲା ଏବଂ ଅତିଶୟ କମ୍ ଓଜନର ପିଲାମାନଙ୍କ ପାଇଁ ଭିଟାମିନ୍‌ଯୁକ୍ତ ଛତୁଆ ଓ ଅଣ୍ଡା ପ୍ରଦାନର ବ୍ୟବସ୍ଥା ରହିଛି। 

‘ପଡା ପୁଷ୍ଟି’ ଯୋଜନାରେ ଦୁର୍ଗମ ତଥା ଆଦିବାସୀ ଅଞ୍ଚଳର ପିଲାମାନଙ୍କୁ ସେମାନଙ୍କ ପଡା ତଥା ଗ୍ରାମରେ ଉତ୍ତମ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ। 


ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପୁଷ୍ଟି ସହିତ ସମୃଦ୍ଧିର ଗଭୀର ସମ୍ପର୍କ ରହିଛି। ତେଣୁ ପୁଷ୍ଟିର ଉନ୍ନତି ଜରିଆରେ ଆମେ ବିକାଶର ଲକ୍ଷ୍ୟ ପୂରଣ କରିପାରିବା। ପରିବାରକୁ ଉପଯୁକ୍ତ ପୁଷ୍ଟି କେବଳ ମା’ ହିଁ ଦେଇ ପାରିବ। ତେଣୁ ଏହି କାର୍ଯ୍ୟକ୍ରମର ସଫଳତା ମା’ମାନଙ୍କ ଉପରେ ନିର୍ଭର କରେ । ଆମ ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ମା’ମାନଙ୍କର ମଧ୍ୟ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଗୁରୁଦାୟିତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 


ଓଡିଶା ଦେଶର ପ୍ରଥମ ରାଜ୍ୟ ଭାବେ ୨୦୨୦-୨୧ ବର୍ଷରୁ ପୁଷ୍ଟି ବଜେଟ ପରିକଳ୍ପନା କରିଛି। ମମତା ଯୋଜନାରେ ରାଜ୍ୟର ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଆଯାଉଛି। ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଏ କ୍ଷେତ୍ରକୁ ଅଧିକ ସୁଦୃଢ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
 
ଏହି ଯୋଜନା ଦ୍ୱାରା ରାଜ୍ୟର ପ୍ରତ୍ୟେକ ମହିଳା ଓ ଶିଶୁ ସ୍ୱାସ୍ଥ୍ୟବାନ ହୋଇପାରିବେ। ଏହା ଦ୍ୱାରା ଆମେ ସମୃଦ୍ଧି ପଥରେ ଆଗେଇବା ସହିତ ଆମ ଲକ୍ଷ୍ୟ ହାସଲରେ ସଫଳ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, 5Tର ପାଞ୍ଚଟି ଉପାଦାନର ପ୍ରୟୋଗରେ ମହିଳା ଓ ଶିଶୁ ବିକାଶ ବିଭାଗ ତୃଣମୂଳ ସ୍ତରରେ ସମସ୍ତଙ୍କୁ ସଂଶ୍ଳିଷ୍ଟ କରି ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ କାର୍ଯ୍ୟକରିବ ବୋଲି ମୁଁ ଦୃଢ ନିଶ୍ଚିତ। ଆମ ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ହିଁ ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ଓ ଉନ୍ନତ ପୁଷ୍ଟି ଯୋଗାଇ ଦେଇ ସାମଗ୍ରୀକ ବିକାଶକୁ ଆହୁରି ଆଗକୁ ନେବ। 

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ, ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଆମ ପାଇଁ ଏକ ମିଶନ। ଏହି ଯୋଜନା ସମଗ୍ର ଓଡିଶାବାସୀଙ୍କ ଜୀବନ ଓ ଭବିଷ୍ୟତକୁ ଉନ୍ନତ କରିବ। 

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ଙ୍କ ସଚିବ (5T) ଶ୍ରୀ ଭି.କେ. ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ପୁଷ୍ଟି ସୂଚକାଙ୍କରେ ଧିରେ ଧିରେ ଆମେ ଉପରକୁ ଉଠୁଛୁ। ଜାତୀୟ ସ୍ତରରେ ମଧ୍ୟ ଏ କ୍ଷେତ୍ରରେ ଓଡିଶା ଭଲ ସ୍ଥିତିରେ ରହିଛି। ପୁଷ୍ଟିସାଧନ କ୍ଷେତ୍ରରେ ରୂପାନ୍ତର ଆଣିବା ପାଇଁ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଏକ ସମୟୋପଯୋଗୀ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିଥିଲେ। 

କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶକ ଶ୍ରୀ ଲିଙ୍ଗରାଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମୁନିସିପାଲଟି ନାରୀ ଶକ୍ତି ଫାଉଣ୍ଡେସନ ଓ ଅନ୍ୟ ସଂସ୍ଥା ଗୁଡ଼ିକର କନ୍ଧପାଲି ଅଞ୍ଚଳ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ   01-Oct-2023
  ଜିଲ୍ଲା  
ଭବାନୀ ପାଟଣା ନlରେଙ୍ଗିଖୋଲା ଗ୍ରାମ ଠାରେ ବିଭିନ୍ନ ସମସ୍ୟା କୁ ନେଇ ସଚେତନ କାର୍ଯ୍ୟ କ୍ରମ ଅନୁଷ୍ଠିତ l   01-Oct-2023
  ଜିଲ୍ଲା  
ଜୁନାଗଡ ଆରଏମସି ରେ କର୍ମଚାରୀ ନିଯୁକ୍ତି ରେ ପାତର ଅନ୍ତର ଅଭିଯୋଗ,  ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି    30-Sep-2023
  ଜିଲ୍ଲା  
ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ   30-Sep-2023
  ଜିଲ୍ଲା  
ମା ଝାଡେଶ୍ବରୀ ମହାବିଦ୍ୟାଳୟରେ ସ୍ୱାବଲମ୍ବୀ ଭାରତ ଅଭିଯାନ କାର୍ଯ୍ୟକ୍ରମ   30-Sep-2023
  ଜିଲ୍ଲା  
ଲୋଇସିଂହା କଲେଜ ଖେଳ ପଡିଆ ଠାରେ ଲୋଇସିଂହା ଓମେନ ଫାର୍ମର ପ୍ରଡୁସର କମ୍ପାନୀ ଲି. ର ବାର୍ଷିକ ଅଧିବେଶନ ଅନୁଷ୍ଠିତ   30-Sep-2023
  ଜିଲ୍ଲା  
ଦେଢ଼ କ୍ୱିଣ୍ଟାଲ ଗଂଜେଇ ଜବତ, ଦୁଇ ଗିରଫ   30-Sep-2023
  ଜିଲ୍ଲା  
ପଟୁଆବାହାଲ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପ୍ରତିଷ୍ଠା ହେବାର ଏକ ମାସ ନପୁରୁଣୁ ଆଜି ପ୍ରଥମ ଥର ପାଇଁ ଜଣେ ଚାଷୀଙ୍କୁ ଚାଷୀ ଋଣ ପ୍ରଦାନ କରାଯାଇଛି। ସମିତି କାର୍ଯ୍ୟାଳୟରେ ସଭାପତି ତଥା ଡଙ୍ଗତପଡା ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡା ଓ ସଂପାଦକ ଆଲୋକ କ୍ରିଷ୍ନା ମହାକୁଡଙ୍କ ଉପସ୍ଥିତିରେ ସମାଜସେବୀ ଦିଲ୍ଲୀପ କୁମାର ପଣ୍ଡା ଚାଷୀ ଆଲୋକ ସାହୁଙ୍କୁ ପ୍ରଥମ ଚାଷୀ ଋଣ ସମବାୟ ସମିତି ପକ୍ଷରୁ ପ୍ରଥମ ରଣ ପ୍ରଦାନ କରିଥିଲେ।   30-Sep-2023
  ଜିଲ୍ଲା  
ପାଟଣାଗଡ଼ ବ୍ଲକ  ବ୍ଲକସ୍ତରୀୟ ଶାରଦୀୟ କ୍ରିଡା ମହୋତ୍ସବ ଉଦଯାପିତ   29-Sep-2023
  ଜିଲ୍ଲା  
 ରାଜେନ୍ଦ୍ର ୟୁନିଭିର୍ସିଟ  କଲେଜ  ସମ୍ମୁଖ ରେ ପରିବର୍ଦ୍ଧିତ ହଷ୍ଟେଲ ଫି କୁ ବିରୋଧ କରି ଧାରଣା ରେ ବସିଲେ ଛାତ୍ରୀ    29-Sep-2023
  ଜିଲ୍ଲା  
ଡଙ୍ଗରପଡାରେ ଅନନ୍ତମୁଖୀ ଓ ଭଗବତ୍ ଜନ୍ମ ଉତ୍ସବ ପାଳନ   29-Sep-2023
  ଜିଲ୍ଲା  
ଜୁନିୟର ରେଡକ୍ରସ ତରଫରୁ ବିଶ୍ଵ ହୃଦୟ ଦିବସ ପାଳନ   29-Sep-2023

You Might Also Like