-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
31-Aug-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ): ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷ ରୁ ଆୟୋଜିତ ସିନିୟର ଫୂଟବଲ ଲିଗ ସୋନପୁର ବ୍ଲକ ଜୋନ ର ଆଜି ର ଉଦଯାପନୀ ସମାରୋହର ପ୍ରଥମ ମ୍ୟାଚ ରେ ବଲାଡୀ ଜିପି ପେନାଲଟି ଗୋଲ 4-3 ରେ ମଲିକମୁଣ୍ଡା ପି. ଜେ, ଏସ କୁ ପରାସ୍ତ କରିଥିଲେ ଓ ଦ୍ୱିତୀୟ ମ୍ୟାଚ ରେ ଛକରମାଲ ଜି. ପି 2-0 ଗୋଲ ରେ ଖାରି ଜି. ପି କୁ ପରାସ୍ତ କରିଛି l ଆଜି ର ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ସୋନପୁର ବି. ଡ଼ି. ଓ ସୌମ୍ୟ ରଞ୍ଜନ ସ୍ୱାଇଁ, ସମ୍ମାନିତ ଅତିଥି ଭାବରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲାଦ ନାୟକ, ଜ଼ିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା, ଜ଼ିଲ୍ଲା ପରିଷଦ ପ୍ରତିନିଧି କରମ ଚାନ୍ଦ ମହାନ୍ତି ଓ ସୋନପୁର ବ୍ଲକ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ
ଉପସ୍ଥିତ ଥିଲେ l ଆଜି ର ମ୍ୟାଚ କୁ ପରିଚାଳନା କରିଥିଲେ ପ୍ରମୋଦ ପୁଟେଲ, ରାଜେଶ ଥନାପତି, ବିକାଶ ସେଠି, ବିଜୟ ସାହୁ l ସେହିପରି ଉଲୁଣ୍ଡା ଜୋନ ର ତୃତୀୟ ଦିବସ ଖେଳ ର ପ୍ରଥମ ମ୍ୟାଚ ରେ ଜଲୋଇ ଏନ ଏଫ ସି କୁ 3-0 ଗୋଲ ରେ ପରାସ୍ତ କରି କେଉଁଟିପାଲି ଏମ ଏଫ ସି ବିଜୟୀ ହୋଇଛି l ଏବଂ ଦ୍ଵିତୀୟ ମ୍ୟାଚ ରେ ଜଉରାଭଉଁରା ଏଫ ସି କୁ 4-0 ଗୋଲ ରେ ପରାସ୍ତ କରି ଚଡେଇପଙ୍କ ଏଫ ସି ଦଳ ବିଜୟୀ ହୋଇଛି l