-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
01-Jul-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ )- ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା ଙ୍କ ନେତୃତ୍ୱରେ ଜିଲ୍ଲାର ଶିଶୁ ଶ୍ରମିକ ଉଦ୍ଧାର କାରୀଦଳ ପକ୍ଷରୁ ଗତକାଲି ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଏସ୍ ପତ୍ରାପାଲି ଓ ମେଟାକାନୀ ଅଞ୍ଚଳର ଢାବାମାନଙ୍କରେ ଚଢ଼ାଉ କରି ବେଆଇନ ଭାବରେ କାମକରୁଥିବା ୨ଜଣ ଶିଶୁଶ୍ରମିକ ଙ୍କୁ ଉଦ୍ଧାର କରି ଜିଲ୍ଲାର ଶିଶୁ ମଙ୍ଗଳ କମିଟି କୁ ହସ୍ତାନ୍ତର କରିଛନ୍ତି।ଏହି ଚଢ଼ାଉ ରେ ଜିଲ୍ଲା ଶ୍ରମ ଅଧିକାରୀ, ଡିସିପିଓ ,ଚାଇଲ୍ଡ଼ ଲାଇନ୍ କାର୍ଯ୍ୟାଳୟର କର୍ମଚାରୀ ଙ୍କସହ ଉଲୁଣ୍ଡାପୁଲିସ ହଠାତ ପହଞ୍ଚି ଏହି ଚଢ଼ାଉ କରି ବେଆଇନ ଭାବରେ ଢାବାରେ କାମକରୁଥିବା ୨ଜଣ ଶିଶୁ ଶ୍ରମିକ ଙ୍କୁ ଉଦ୍ଧାର କରିଥିଲେ। ପରେ ଉକ୍ତ ଢାବା ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ତଥା ନାବାଳକ ଶିଶୁ ମାନଙ୍କୁ କୌଣସି କ୍ଷେତ୍ରରେ ମଧ୍ୟ କାମରେ ନ ଲଗାଇବାକୁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ର ମାଲିକ ମାନଙ୍କୁ ପରାମର୍ଶ ଦିଆଯାଇଛି। କ୍ରମାଗତ ଭାବରେ ଆଗାମୀ ଦିନରେ ମଧ୍ୟ ଏପରି ଚଢ଼ାଉ ଜାରି ରହିବବୋଲି ଏହି ଶିଶୁ ଶ୍ରମିକ ଉଦ୍ଧାର କାରୀ ଦଳର ମୁଖ୍ୟ ଡିଏଲ୍ଓ ଶ୍ରୀ ଖାଖା ଙ୍କ ସୁତ୍ରରୁ ପ୍ରକାଶ।