-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
01-Jul-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବନମହୋତ୍ସବ ପାଳିତ ହୋଇଯାଇଛି। ସ୍କୁଲ ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ନେତୃତ୍ବରେ ଅନୁଷ୍ଠିତ ସଭାରେ ପରିଚାଳନା କମିଟି ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶ, ସରକାରୀ ଶିକ୍ଷକ ସୁରେନ୍ଦ୍ର ଓତା,ପ୍ରଭୁଦତ୍ତ ବେଦୋକ୍ତ। , ଇନ୍ଦ୍ରଜିତ ଦାସ, ଗୈାରୀ କୁମୁରା ଓ ମିନାକ୍ଷୀ ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ସଭାରେ ବନମହୋତ୍ସବ ଉପରେ ଆଲୋକପାତ କରାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗ୍ରାମରେ ସଚେତନତା ଶୋଭାଯାତ୍ରା ଆୟୋଜନ ହୋଇଥିଲା। ଏହି ଅବସରରେ ସ୍କୁଲ ଚତୁଃପାର୍ଶ୍ଵରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା। ସପ୍ତାହ ବ୍ୟାପି ବନ ମହୋତ୍ସବ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ରହିଛି।