-+91-9937148622 |
prerana_bgr@rediffmail.com |
Sunday 25th October 2026 |
R.N.I. Regd No. ODIODI/2010/46693
Breaking News
15-Jun-2023
ମୁରିବାହଲ(ସୁଦାମ ଚରଣ ବଘାର ): ମୁରିବାହାଲ ବ୍ଲକର ଗୁଡ଼ିଘାଟ ପଞ୍ଚାୟତ ସୁକୁନୀପଦର ଗାଁ ରେ ସମ୍ମିଳନୀ ପ୍ରାରମ୍ଭ ରୁ ଏକ ବିଶାଳ ଆଦିବାସୀ ଶୋଭାଯାତ୍ରା ହୋଇଥିଲା l ପରେ ଆଦିବାସୀ ନେତା ବସନ୍ତ ପାତ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ସଭାରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ଭକ୍ତ ବନ୍ଧୁ ମେହେର,ଜ଼ିଲ୍ଲା ପରିଷଦ ଉପା ଧ୍ୟକ୍ଷ ଶ୍ରୀମତୀ ମିଥିଲା ମାଝି,
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ମୁରିବାହାଲ ବ୍ଲକ କାର୍ଯ୍ୟକାରୀ ସଭାପତି ରାଜୀବ କୁଅଁର,ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା, ପ୍ରମୁଖ ଉଦବୋଧନ ଦେଇଥିଲେ l ଓଡିଶା ସରକାରଙ୍କ ଆଦିବାସୀ ସଶକ୍ତିକରଣ ଯୋଜନା, ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ଯୋଜନା, ଆଦିବାସୀ ସଂସ୍କୃତି,
ଐତିହ୍ୟ, କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ର ବିକାଶ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଆଦିବାସୀ ସଂସ୍କୃତି ଭବନ, ଆଦିବାସୀ ମ୍ୟୁଜିୟମ, ଆଦିବାସୀ ମହିଳା ସ୍ୱୟଂ ସହାୟକ ଦଳ ଭବନ, ଆଦିବାସୀ କ୍ଳବ, ଆଦିବାସୀ ଉତ୍ସବ ଯାନୀ ଯାତ୍ରା ପର୍ବ ପର୍ବାଣୀ, ଆଦିବାସୀ ଶିକ୍ଷା ସ୍ୱାସ୍ଥ୍ୟ ଅର୍ଥନୈତିକ ବିକାଶ ସହଜ ଏବଂ ସୁଗମ୍ୟ ହୋଇପାରିବ ବୋଲି ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l