-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
06-Jun-2023
ଗିରଫ ଅଭିଯୁକ୍ତ ଜଣକ ଅନୁଗୋଳ ଜିଲା ବଅଁରପାଳ ଥାନା ତେନ୍ତୋଲଇ ଗ୍ରାମର ଦୁଷ୍ମନ୍ତ ନାଏକ(୩୫) ବୋଲି ଜଣାପଡ଼ିଛି । ସୂଚନା ମତେ ଚାରମାଳ ଥାନା ବଂଶାଜାଲ ଗ୍ରାମ ନିକଟ ଦେଇ ଯାଇଥିବା ଭାରତୀୟ ତୈଳ ନଗମ(ଆଇଓସିଏଲ୍)ର ପାରାଦୀପ-ସମ୍ବଲପୁର ତେଲ ପାଇପ୍ ଲାଇନ୍ରୁ ୨୦୨୧ ମସିହା ଜୁଲାଇ ୧୩ ତାରିଖ ରାତିରେ ତେଲ ଚୋରି ହୋଇଥିଲା । ଏନେଇ ୧୪ ତାରିଖ ସକାଳେ ଆଇଓସିଏଲ ଆସିଷ୍ଟାଣ୍ଟ ମ୍ୟାନେଜର ସୁବ୍ରଜିତ ଜେନା ଚାରମାଳ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ
କ୍ରମେ ଚାରମାଳ ପୁଲିସ ଥାନା କେସ ନଂ ୮୮/୨୧ ମିନେରାଲ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ସେହି ମାସ ୧୫ ତାରିଖରେ ବିଭିନ୍ନ ସ୍ଥାନରେ ଚଢଉ କରିବା ସହ ଫୁଲଝରଣ ଅଞ୍ଚଳରୁ ଜଣେ ଯୁବକକୁ ଗିରଫ କରିଥିଲେ। ଅଭିଯୁକ୍ତ ନିକଟରୁ ୭ଟି ଡିଜେଲ ଭର୍ତି ବ୍ୟାରେଲ ଓ ୧୮ଟି ଖାଲି ବ୍ୟାରେଲ ଜବତ କରାଯାଇଥିଲା। ତେବେ ଏ ଘଟଣାରେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ଜଣେ ଫେରାର୍ ଅଭିଯୁକ୍ତ ଦୁଷ୍ମନ୍ତ ନିଜ ଘରେ ଥିବା ଖବର ପାଇ ଚାରମାଳ ପୁଲିସର ଏକ ଦଳ ଆଜି ଚଢଉ କରି ଗିରଫ କରିଥିଲା । ଗିରଫ ପରେ ସୋମବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ୨୪ଟି ମାମଲା ରହିଥିବା ଚାରମାଳ ଥାନା ଅଧିକାରୀ ବସନ୍ତ କୁମାର ଦଳାଇ ସୂଚନା ଦେଇଛନ୍ତି ।