-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
05-Jun-2023
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ବାଲ୍ ଆଧାର କେନ୍ଦ୍ର ର ଉଦଘାଟନୀ ଆଜି ତା ୫ ଜୁନ୍ 2023 ରେ ବାଲାଙ୍ଗୀରର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲ ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧୀକ୍ଷକ ଡା.ମାନସୀ ପଣ୍ଡା ଉଦ୍ଘାଟନ କରିଥିଲେ।
ଉଦ୍ଘାଟନୀ ରେ ଡକ୍ଟର ପଣ୍ଡା ବାଲ ଆଧାର ଉପରେ ଗୁରୁତ୍ୱାରୋପ କରି ଲୋକଙ୍କୁ ଆଗକୁ ଆସି ରେଜିଷ୍ଟ୍ରେସନ୍ କରିବାକୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ଆଧାର ପଞ୍ଜୀକରଣ ଏକ ଉତ୍ତମ କାର୍ଯ୍ୟ ଏବଂ ଏହା ଭିବିଷ୍ୟତ ରେ ଅନେକ ସରକାରୀ ତଥା ବେସରକାରୀ ସୁବିଧା ପାଇବା ପାଇଁ ବ୍ୟବହୃତ ହୋଇଥାଏ।
ବାଲ୍ ଆଧାର ଶିଶୁ ମାନଙ୍କ ଆଧାର ପଞ୍ଜୀକରଣ କରିବାର ପ୍ଲାଟଫର୍ମ । ଯେଉଁଥିରେ ଶିଶୁ ଜନ୍ମ ହେବା ଠୁ ପାଞ୍ଚ ବର୍ଷ ମଧ୍ୟରେ ନିଜର ଆଧାର କାର୍ଡ ପାଇଁ ପଞ୍ଜିକରଣ କରିପାରିବେ। ଓ ଏହା ପାଇଁ କୌଣସି ଚାର୍ଜ ପୈଠ କରିବାକୁ ପଡିବ ନାହିଁ।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ, ବାଲ୍ ଆଧାର ର ସୁପର୍ ଭାଇଜର୍ ସତ୍ଯବ୍ରତ କୁମାର, ନିର୍ବାଚନି ମିଶ୍ର, ଆଶା କର୍ମୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଯୋଗ ଦେଇଥିଲେ।