-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁରରେ ପହଂଚିଲା  ଶ୍ରୀ ସତ୍ୟସାଇ ଙ୍କ ଦିବ୍ୟ ପାଦୁକା ରଥ 

01-Jun-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ):                     ସମସ୍ତଙ୍କୁ ଭଲ ପାଅ ଓ ସମସ୍ତଙ୍କ ସେବା କର l ପୁଟ୍ଟପର୍ତ୍ତୀ ପ୍ରଶାନ୍ତି ରୁ ଯାତ୍ରା ଆରମ୍ଭ କରି ଓଡିଶାର ପ୍ରତ୍ୟେକ ଜ଼ିଲ୍ଲା ଓ ଗାଁ ଗାଁ ରେ ପହଂଚି ଶାନ୍ତି ଓ ପ୍ରେମର ବାର୍ତ୍ତାର ସଚେତନତା  କରାଉଥିବା ଶ୍ରୀ ସତ୍ୟସାଇ ବାବାଙ୍କ ଏହି ଦିବ୍ୟ ପାଦୁକା ରଥ ଯାତ୍ରା ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଛି। ଏହି ବାର୍ତ୍ତା ନେଇ ସୁଦୁର ପ୍ରଶାନ୍ତିରୁ ବାହାରି ଥିବା ଏହି ପାଦୁକା ରଥଯାତ୍ରା ଜ଼ିଲ୍ଲା ରେ  ଗତକାଲିଠୁ  ସୋନପୁର ବ୍ଲକର ବିଭିନ୍ନ ଗାଁରେ ବୁଲିଥିବା ବେଳେ ଆଜି ସୋନପୁର ସହରର  ମୁଖ୍ୟ ରାସ୍ତାରେ ଆସି ସବୁ ସାହି  ପରିକ୍ରମl କରିଥିଲା l ଏହି ଯାତ୍ରା ସମୟରେ  ବିଭିନ୍ନବାଜା, ଭଜନ କୀର୍ତ୍ତନ,  ୧୧ ଜଣ ପଣ୍ଡିତଙ୍କ ଦ୍ୱାରା ବେଦମନ୍ତ୍ର ଉଚ୍ଚାରଣ ସହ ହଜାର ଭକ୍ତ ବାବାଙ୍କ ଦିବ୍ୟପାଦୁକା ଦର୍ଶନର ଦୃଶ୍ୟ ସହରରେ ଏକ ଆଧ୍ୟାତ୍ମିକ, ଭାବାବେଗ ପରିବେଶ ସୃଷ୍ଟି କରିଥିଲା l  ଓଡିଶାରେ ୩ ମାସ ଯାଏ  ଓ ସୁବର୍ଣ୍ଣପୁର ଜ଼ିଲ୍ଲାରେ ୧୪ଦିନ ଯାଏ  ଯାତ୍ରା କରୁଥିବା ଏହି ପାଦୁକା ଯାତ୍ରା ବେଳେ ସବୁ ସ୍ଥାନରେ ଜଳଛତ୍ର, ଚକ୍ଷୁ ଚିକିତ୍ସା ଶିବିର, ପ୍ରାଣୀ ଚିକିତ୍ସା ଶିବିର ଓ ରକ୍ତ ଦାନ ଶିବିର ସମେତ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ର ବ୍ୟବସ୍ଥା ରହିଥିବା ପାଦୁକା ଯାତ୍ରା ଇନଚାର୍ଜ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକଙ୍କ ଠାରୁ ପ୍ରକାଶ ପାଇଛି l  ସହର ପରିକ୍ରମl ପରେ ଶ୍ରୀ ସତ୍ୟସାଇ ସେବା ସମିତି ଠାରେ ଏହି ରଥ ପହଂଚିଥିଲା l ଏଠାରେ ମଧ୍ୟ ପ୍ରଭୁ କୃପା ଲାଭ, ପାଦୁକା ଦର୍ଶନ ଓ ପ୍ରସାଦ ସେବନ ପାଇଁ  ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଜଣାଯାଇଛି l ଶ୍ରୀ ସାଇ ସେବା ସମିତି ର ରାଜ୍ୟ ଉପ ସଭାପତି ପ୍ରତାପ  ଚନ୍ଦ୍ର ମହାନ୍ତି, ସୋନପୁର ଶାଖା ସଭାପତି ଗୁଣନିଧି ପାତ୍ର, ଆବାହକ ସମୀର ରଞ୍ଜନ ବହିଦାର, ବରିଷ୍ଟ ସଭ୍ୟ ସୂର୍ଯ୍ୟ ନାରାୟଣ ମହାପାତ୍ର, ସୁଶ୍ରୀ ରେଣୁକା ମିଶ୍ର, ଟିକେଶ୍ବରୀ ମେହେର, ସୌରଭ ଖମାରୀ,

ଆରତୀ ଖମାରୀ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଦିବ୍ୟ ପାଦୁକା ଯାତ୍ରାର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜି ଶ୍ରୀ ସତ୍ୟସାଇ ସେବା ସମିତି ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗଦେଇ ବାବାଙ୍କର ଦିବ୍ୟପାଦୁକା ଦର୍ଶନ କରିବାସହ ଉପସ୍ଥିତ ଭକ୍ତବୃନ୍ଦଙ୍କୁ ବାବାଙ୍କର ଆଲୌକିକ ଦିବ୍ୟବାଣୀତଥା ନରନାରାୟଣଙ୍କ ସେବାହିଁ ଭଗବାନଙ୍କ ପ୍ରକୃତ ସେବାବୋଲି ଉଲ୍ଲିଖିତ କରି ଆମେ ସଦାବେଳେ ଆଚରଣକୁ ଭୂଲିବା ଉଚିତ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026

You Might Also Like

           
  ଜିଲ୍ଲା  

ଗଣିତ ଗବେଷଣା