-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||     

HOME   ରାଜ୍ୟ

ପାର୍ବତୀଗିରି ବାଳନିକେତନରେ ବାଜିଲା ଶାହାନାଈ,ବାହାହୋଇ ପରିଚୟପାଇଲା ଶୀବାନୀ

30-May-2023



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ଉପକଣ୍ଠର ପଥରଚେପାଠାରେ ରହିଛି ସମାଜସେବୀ ତଥା ସ୍ୱାଧିନତାସଂଗ୍ରାମୀ ପାର୍ବତୀଗିରିଙ୍କ ଦ୍ୱାରାସ୍ଥାପିତ ପାର୍ବତୀଗିରି ବାଳନିକେତନ । ୧୯୯୫ ମସିହାରୁ ଏହି ବାଳନିକେତନରେ ଅନାଥ ଶିଶୁମାନଙ୍କୁ ସେବାଯତ୍ନ କରାଯାଇ ଆସୁଛି । ଏହି ବାଳନିକେତନ ସ୍ଥାପିତ ହେବାର ଦୀର୍ଘ ୨୮ବର୍ଷ ପରେ ଆଜି ଜଣେ ସାବାଳିକା ଅନ୍ତେବାସୀ ଶିବାନୀ ଦାସଙ୍କର ବିବାହ ସମ୍ପନ୍ନ ହୋଇଛି । ଗତକାଲି ହଳଦୀରସମ,ସଂଗୀତ କାର୍ଯ୍ୟକ୍ରମ ପରେ ଆଜି ଧୂମଧାମରେ ଶିବାନୀଙ୍କର ବିବାହ ସମ୍ପନ୍ନ ହୋଇଛି । ବଲାଙ୍ଗୀର ଚଞ୍ଚଳ ରାଣା,ଶିକ୍ଷାବିଦ ପ୍ରଫେସର ମଧୁସୂଦନ ପତି ,ପୌରପାଳିକାର ଅଧ୍ୟକ୍ଷା ଲିକା ସାହୁ,ଶାନ୍ତିଲତା ବହିଦାର,ପ୍ରୋବାସନ ଆପିଏସ କୁଳଦୀପ,ଉପଜିଲ୍ଲାପାଳ କେ.ନାଗଭୂଷଣ,ସଦର ଏସଡିପିଓ ତୁଫାନ ବାଗ,ସଦର ଆଇଆଇସି ଶ୍ରକାନ୍ତ ସାହୁ,ମାରୱାଡିସମାଜର ସଭାପତି ମନୋଜ ଜୈନ,ରୋଟାରିଆନ ଇଂ.ସତ୍ୟନାରାୟଣ ଅଗ୍ରୱାଲ,ବବିତା ଅଗ୍ରୱାଲ,ଧର୍ମେନ୍ଦ୍ର ନନ୍ଦ ତଥା ସହରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବିବାହ ହୋଇଥିଲା । ଅନୁଷ୍ଠାନର ସଂପାଦିକା ସଂସ୍କୃତି ପଟ୍ଟନାୟକ ଓ ତାଙ୍କ ପତି ବାବୁଲା ବହିଦାର ଶିବାନୀର କନ୍ୟାଦାନ କରିଛନ୍ତି । ବାଳନିକେତନରେ ପୂର୍ବରୁ କେବଳ ଅନାଥ ଶିଶୁମାନଙ୍କୁ ରଖାଯାଇ ପାଠ ପଢାଯାଉଥିଲା । ୧୨ବର୍ଷ ବୟସର ହେଲେ ସେମାନଙ୍କୁ ବରଗଡ ଜିଲ୍ଲା ପାଇକମାଳ କସ୍ତୁରବା ଆଶ୍ରମକୁ ନିଆଯାଇ ରଖାଯାଉଥିଲା । କିନ୍ତୁ ଏବେ ସରକାର ନିଜେ ଏହାର ପରିଚାଳନା କରିବା ପରେ ସବୁ ବୟସର ପୁଅ ଝିଅ ଏଠାରେ ରହୁଛନ୍ତି । ସେମାନଙ୍କୁ ଉଚ୍ଚତର ଶିକ୍ଷା ସହିତ ନିଯୁକ୍ତି ସୁଯୋଗ ଦିଆଯାଉଛି ।

ଅନାଥ ହୋଇ ନିଜର ପରିଚୟ ଖୋଜୁଥିବା ଶିବାନୀ ଆଜି ପରିଚୟ ପାଇଛି । ବେଲପଡା ବ୍ଲକର ମଣ୍ଡଳ ଗାଁର ସ୍ୱର୍ଗତ ବିମ୍ବାଧର ଖମାରୀଙ୍କ ଏକମାତ୍ର ପୁଅ ଦେବାଶିଷ ଖମାରୀ ଶିବାନୀଙ୍କ ହାତଧରି ପାଣିଗ୍ରହଣ କରିଛନ୍ତି । ଜନ୍ମଜନ୍ମାନ୍ତର ପାଇଁ ଦୁହେଁ ଦୁହିଁଙ୍କୁ ପତିପତ୍ନୀରୂପେ ସ୍ୱୀକାର କରି ନୂତନ ପରିବାର ଗଠନ କରିଛନ୍ତି । ଆଶ୍ରମରେ ରହୁଥିବା ପ୍ରାୟ ୬୦ଜଣ ଶିଶୁଙ୍କ ଅଳଅଳ ଶିବାନୀ ନାନୀ ଆଜି ବାହା ହୋଇଛି । ସେଥିପାଇଁ ସମସ୍ତଙ୍କ ମନରେ ଖୁବ ଖୁସି । ପ୍ରଥମ କରି ଆଶ୍ରମର ଏକ ଝିଅକୁ ବାହାଦେଇ ବହିଦାର ପରିବାର ମଧ୍ୟ ବହୁତ ଖୁସି । ତାଙ୍କର ବଡଝିଅକୁ ବାହା କରାଉଛନ୍ତି ବୋଲି ବାବୁଲା ବହିଦାର କହିଛନ୍ତି । ଜିଲ୍ଲାପାଳ ଚଞ୍ଚଳ ରାଣା ଶିବାନୀକୁ ସରକାରୀ ନୀୟମ ଅନୁଯାୟୀ ୫୦ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ,ସମାଜରେ ଅନେକ ଅବହେଳିତ ଶିଶୁ ରହିଛନ୍ତି । ସେମାନଙ୍କୁ ସାମାଜିକ ନ୍ୟାୟ ଦେବା ଆମସମସ୍ତଙ୍କର ଦାୟୀତ୍ୱ । ଆଜି ଦେବାଶୀଷ ଭଲି ଜଣା ଯୁବକ ଶିବାନୀକୁ ବାହାହୋଇ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି । ଠିକ ସେହିପରି ଏଭଳି ଆଦର୍ଶ ବିବାହ ସମାଜରେ ନୂତନ ପ୍ରେରଣା ଜାଗ୍ରତ କରିବ ବୋଲି ପ୍ରଫେସର ମଧୁସୂଦନ ପତି ମତ ଦେଇଛନ୍ତି ।

ଆଶ୍ରମରେ ବହୁଦିନରୁ ରହିଆସୁଥିବା ପରିବାରିକା ସୁଧିରା ବେହେରା ଏହି ବାଗହା ଘରରେ ଖୁବ ଖୁସି । ଏହି ଆଶ୍ରମରୁ ପ୍ରଥମ କରି ଜଣେ ଝିଅ ବିବାହ କରୁଥିବାରୁ ସମସ୍ତେ ଅନ୍ତେବାସୀ ଖୁବ ଉତ୍ସାହିତ ବୋଲି କହିଛନ୍ତି । ଦୀର୍ଘ ୧୩ବର୍ଷ ତଳେ ୨୦୧୦ ମସିହାରେ ପାଟଣାଗଡ ନିକଟସ୍ଥ ଧୁବଳପଡା ରାସ୍ତାରେ ୮ବର୍ଷ ବୟସ ଶିବାନୀ ଏକାକି ବୁଲୁଥିଲା । ତା ଜନ୍ମକଲା ମାଆ ବାପା ତାକୁ ଛାଡି କୁଆଡେ ଚାଲିଯାଇଥିଲେ । ସକାଳୁ କାନ୍ଦୁଥିବା ଅବସ୍ଥାରେ ପାଟଣାଗଡ ପୋଲିସ ତାକୁ ଉଦ୍ଧାର କରି ଚାଇଲ୍ଡଲାଇନ ଜରିଆରେ ଆଣି ପାର୍ବତୀଗିରୀ ବାଳନିକେତନରେ ଛାଡିଦେଇଥିଲେ । ଏଠାରେ ସେ ରହି ପାଠପଢିଲା । ଶିବାନୀ ଜଣେ ଉଚ୍ଚଶିକ୍ଷିତା ଯୁବତୀ । ମାଟ୍ରିକ ପାଠପରେ ସେ ଗନ୍ଧମାର୍ଦ୍ଦନ ଆଇଟିଆଇରେ ପାଠପଢିଥିଲା । ଜଣେ ସଫଳ ଆଇଟିଆଇ ଫିଟର ହୋଇଛି । ତାକୁ ପତ୍ନୀ ରୂପେ ଦେବାଶୀଷ ପାଇଛନ୍ତି । ତାଙ୍କର ସଫଳ ଜୀବନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆଶୀର୍ବାଦ କରିଛନ୍ତି । ଏହି ବିବାହ କରାଇବାରେ ଡିସିପିୟୁ ଲକ୍ଷ୍ମୀ ସିଂ,ପାର୍ବତୀଗିରି ବାଳନିକେତନର ଅଧିକ୍ଷକ ଆଶିଷ ଖମାରୀ,ସ୍ୱେଚ୍ଛାସେବୀ ଅରୂଣ ଖ୍ୱାସ,ନନ୍ଦକିଶୋର ସାମଲ,ପ୍ରଦ୍ୟୁମ୍ନ ସାହୁ,ଅଲି ପଧାନ,ସର୍ଜନ ସାହୁ,ଦଶରଥ ଦାସ,କୌସଲ୍ୟା ପଶାୟତ,ହେମାଙ୍ଗୀନୀ ପୁଟା ପ୍ରମୁଖ ଭୂମୀକା ନେଇଥିଲେ । ସେହିପରି ବିବାହରେ ଯୋଗଦେବାକୁ ପାଇକମାଳ ଆଶ୍ରମ ଓ ଫୁଲଝରନ ଆଶ୍ରମରୁ ମଧ୍ୟ ପରିଚାଳିକାଗଣ ଆସିଥିଲେ । ଠିକ ସେହିପରି ଅନେକ ସ୍ୱେଚ୍ଛାସେବୀ,ସାମ୍ବାଦିକ ଓ ସଂଗଠକଗଣ ଯୋଗଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026

You Might Also Like