-+91-9937148622 |

prerana_bgr@rediffmail.com |

  Friday 29th March 2024 |

| | | |

R.N.I. Regd No. ODIODI/2010/46693

Breaking News

ନାଟ୍ୟଚକ୍ର ଅନୁଷ୍ଠାନ ପକ୍ଷରୁ ବିଶ୍ବନାଟ୍ୟ ଦିବସ ୨୦୨୪ ପାଳିତ   (29-Mar-2024)       ||      ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   (29-Mar-2024)       ||      ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   (29-Mar-2024)       ||      ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   (29-Mar-2024)       ||      ୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (29-Mar-2024)       ||      ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   (29-Mar-2024)       ||      ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    (28-Mar-2024)       ||      ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ    (28-Mar-2024)       ||      ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   (28-Mar-2024)       ||      ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   (28-Mar-2024)       ||      ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ    (28-Mar-2024)       ||      ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ    (28-Mar-2024)       ||      ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   (28-Mar-2024)       ||      ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   (28-Mar-2024)       ||      କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    (27-Mar-2024)       ||      ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   (27-Mar-2024)       ||      କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   (27-Mar-2024)       ||      ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   (27-Mar-2024)       ||      ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ - ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା I   (27-Mar-2024)       ||      ପଞ୍ଚସଖା ଗଳି ରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ    (27-Mar-2024)       ||     

HOME   ରାଜ୍ୟ

ପାର୍ବତୀଗିରି ବାଳନିକେତନରେ ବାଜିଲା ଶାହାନାଈ,ବାହାହୋଇ ପରିଚୟପାଇଲା ଶୀବାନୀ

30-May-2023



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ଉପକଣ୍ଠର ପଥରଚେପାଠାରେ ରହିଛି ସମାଜସେବୀ ତଥା ସ୍ୱାଧିନତାସଂଗ୍ରାମୀ ପାର୍ବତୀଗିରିଙ୍କ ଦ୍ୱାରାସ୍ଥାପିତ ପାର୍ବତୀଗିରି ବାଳନିକେତନ । ୧୯୯୫ ମସିହାରୁ ଏହି ବାଳନିକେତନରେ ଅନାଥ ଶିଶୁମାନଙ୍କୁ ସେବାଯତ୍ନ କରାଯାଇ ଆସୁଛି । ଏହି ବାଳନିକେତନ ସ୍ଥାପିତ ହେବାର ଦୀର୍ଘ ୨୮ବର୍ଷ ପରେ ଆଜି ଜଣେ ସାବାଳିକା ଅନ୍ତେବାସୀ ଶିବାନୀ ଦାସଙ୍କର ବିବାହ ସମ୍ପନ୍ନ ହୋଇଛି । ଗତକାଲି ହଳଦୀରସମ,ସଂଗୀତ କାର୍ଯ୍ୟକ୍ରମ ପରେ ଆଜି ଧୂମଧାମରେ ଶିବାନୀଙ୍କର ବିବାହ ସମ୍ପନ୍ନ ହୋଇଛି । ବଲାଙ୍ଗୀର ଚଞ୍ଚଳ ରାଣା,ଶିକ୍ଷାବିଦ ପ୍ରଫେସର ମଧୁସୂଦନ ପତି ,ପୌରପାଳିକାର ଅଧ୍ୟକ୍ଷା ଲିକା ସାହୁ,ଶାନ୍ତିଲତା ବହିଦାର,ପ୍ରୋବାସନ ଆପିଏସ କୁଳଦୀପ,ଉପଜିଲ୍ଲାପାଳ କେ.ନାଗଭୂଷଣ,ସଦର ଏସଡିପିଓ ତୁଫାନ ବାଗ,ସଦର ଆଇଆଇସି ଶ୍ରକାନ୍ତ ସାହୁ,ମାରୱାଡିସମାଜର ସଭାପତି ମନୋଜ ଜୈନ,ରୋଟାରିଆନ ଇଂ.ସତ୍ୟନାରାୟଣ ଅଗ୍ରୱାଲ,ବବିତା ଅଗ୍ରୱାଲ,ଧର୍ମେନ୍ଦ୍ର ନନ୍ଦ ତଥା ସହରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବିବାହ ହୋଇଥିଲା । ଅନୁଷ୍ଠାନର ସଂପାଦିକା ସଂସ୍କୃତି ପଟ୍ଟନାୟକ ଓ ତାଙ୍କ ପତି ବାବୁଲା ବହିଦାର ଶିବାନୀର କନ୍ୟାଦାନ କରିଛନ୍ତି । ବାଳନିକେତନରେ ପୂର୍ବରୁ କେବଳ ଅନାଥ ଶିଶୁମାନଙ୍କୁ ରଖାଯାଇ ପାଠ ପଢାଯାଉଥିଲା । ୧୨ବର୍ଷ ବୟସର ହେଲେ ସେମାନଙ୍କୁ ବରଗଡ ଜିଲ୍ଲା ପାଇକମାଳ କସ୍ତୁରବା ଆଶ୍ରମକୁ ନିଆଯାଇ ରଖାଯାଉଥିଲା । କିନ୍ତୁ ଏବେ ସରକାର ନିଜେ ଏହାର ପରିଚାଳନା କରିବା ପରେ ସବୁ ବୟସର ପୁଅ ଝିଅ ଏଠାରେ ରହୁଛନ୍ତି । ସେମାନଙ୍କୁ ଉଚ୍ଚତର ଶିକ୍ଷା ସହିତ ନିଯୁକ୍ତି ସୁଯୋଗ ଦିଆଯାଉଛି ।

ଅନାଥ ହୋଇ ନିଜର ପରିଚୟ ଖୋଜୁଥିବା ଶିବାନୀ ଆଜି ପରିଚୟ ପାଇଛି । ବେଲପଡା ବ୍ଲକର ମଣ୍ଡଳ ଗାଁର ସ୍ୱର୍ଗତ ବିମ୍ବାଧର ଖମାରୀଙ୍କ ଏକମାତ୍ର ପୁଅ ଦେବାଶିଷ ଖମାରୀ ଶିବାନୀଙ୍କ ହାତଧରି ପାଣିଗ୍ରହଣ କରିଛନ୍ତି । ଜନ୍ମଜନ୍ମାନ୍ତର ପାଇଁ ଦୁହେଁ ଦୁହିଁଙ୍କୁ ପତିପତ୍ନୀରୂପେ ସ୍ୱୀକାର କରି ନୂତନ ପରିବାର ଗଠନ କରିଛନ୍ତି । ଆଶ୍ରମରେ ରହୁଥିବା ପ୍ରାୟ ୬୦ଜଣ ଶିଶୁଙ୍କ ଅଳଅଳ ଶିବାନୀ ନାନୀ ଆଜି ବାହା ହୋଇଛି । ସେଥିପାଇଁ ସମସ୍ତଙ୍କ ମନରେ ଖୁବ ଖୁସି । ପ୍ରଥମ କରି ଆଶ୍ରମର ଏକ ଝିଅକୁ ବାହାଦେଇ ବହିଦାର ପରିବାର ମଧ୍ୟ ବହୁତ ଖୁସି । ତାଙ୍କର ବଡଝିଅକୁ ବାହା କରାଉଛନ୍ତି ବୋଲି ବାବୁଲା ବହିଦାର କହିଛନ୍ତି । ଜିଲ୍ଲାପାଳ ଚଞ୍ଚଳ ରାଣା ଶିବାନୀକୁ ସରକାରୀ ନୀୟମ ଅନୁଯାୟୀ ୫୦ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ,ସମାଜରେ ଅନେକ ଅବହେଳିତ ଶିଶୁ ରହିଛନ୍ତି । ସେମାନଙ୍କୁ ସାମାଜିକ ନ୍ୟାୟ ଦେବା ଆମସମସ୍ତଙ୍କର ଦାୟୀତ୍ୱ । ଆଜି ଦେବାଶୀଷ ଭଲି ଜଣା ଯୁବକ ଶିବାନୀକୁ ବାହାହୋଇ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି । ଠିକ ସେହିପରି ଏଭଳି ଆଦର୍ଶ ବିବାହ ସମାଜରେ ନୂତନ ପ୍ରେରଣା ଜାଗ୍ରତ କରିବ ବୋଲି ପ୍ରଫେସର ମଧୁସୂଦନ ପତି ମତ ଦେଇଛନ୍ତି ।

ଆଶ୍ରମରେ ବହୁଦିନରୁ ରହିଆସୁଥିବା ପରିବାରିକା ସୁଧିରା ବେହେରା ଏହି ବାଗହା ଘରରେ ଖୁବ ଖୁସି । ଏହି ଆଶ୍ରମରୁ ପ୍ରଥମ କରି ଜଣେ ଝିଅ ବିବାହ କରୁଥିବାରୁ ସମସ୍ତେ ଅନ୍ତେବାସୀ ଖୁବ ଉତ୍ସାହିତ ବୋଲି କହିଛନ୍ତି । ଦୀର୍ଘ ୧୩ବର୍ଷ ତଳେ ୨୦୧୦ ମସିହାରେ ପାଟଣାଗଡ ନିକଟସ୍ଥ ଧୁବଳପଡା ରାସ୍ତାରେ ୮ବର୍ଷ ବୟସ ଶିବାନୀ ଏକାକି ବୁଲୁଥିଲା । ତା ଜନ୍ମକଲା ମାଆ ବାପା ତାକୁ ଛାଡି କୁଆଡେ ଚାଲିଯାଇଥିଲେ । ସକାଳୁ କାନ୍ଦୁଥିବା ଅବସ୍ଥାରେ ପାଟଣାଗଡ ପୋଲିସ ତାକୁ ଉଦ୍ଧାର କରି ଚାଇଲ୍ଡଲାଇନ ଜରିଆରେ ଆଣି ପାର୍ବତୀଗିରୀ ବାଳନିକେତନରେ ଛାଡିଦେଇଥିଲେ । ଏଠାରେ ସେ ରହି ପାଠପଢିଲା । ଶିବାନୀ ଜଣେ ଉଚ୍ଚଶିକ୍ଷିତା ଯୁବତୀ । ମାଟ୍ରିକ ପାଠପରେ ସେ ଗନ୍ଧମାର୍ଦ୍ଦନ ଆଇଟିଆଇରେ ପାଠପଢିଥିଲା । ଜଣେ ସଫଳ ଆଇଟିଆଇ ଫିଟର ହୋଇଛି । ତାକୁ ପତ୍ନୀ ରୂପେ ଦେବାଶୀଷ ପାଇଛନ୍ତି । ତାଙ୍କର ସଫଳ ଜୀବନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆଶୀର୍ବାଦ କରିଛନ୍ତି । ଏହି ବିବାହ କରାଇବାରେ ଡିସିପିୟୁ ଲକ୍ଷ୍ମୀ ସିଂ,ପାର୍ବତୀଗିରି ବାଳନିକେତନର ଅଧିକ୍ଷକ ଆଶିଷ ଖମାରୀ,ସ୍ୱେଚ୍ଛାସେବୀ ଅରୂଣ ଖ୍ୱାସ,ନନ୍ଦକିଶୋର ସାମଲ,ପ୍ରଦ୍ୟୁମ୍ନ ସାହୁ,ଅଲି ପଧାନ,ସର୍ଜନ ସାହୁ,ଦଶରଥ ଦାସ,କୌସଲ୍ୟା ପଶାୟତ,ହେମାଙ୍ଗୀନୀ ପୁଟା ପ୍ରମୁଖ ଭୂମୀକା ନେଇଥିଲେ । ସେହିପରି ବିବାହରେ ଯୋଗଦେବାକୁ ପାଇକମାଳ ଆଶ୍ରମ ଓ ଫୁଲଝରନ ଆଶ୍ରମରୁ ମଧ୍ୟ ପରିଚାଳିକାଗଣ ଆସିଥିଲେ । ଠିକ ସେହିପରି ଅନେକ ସ୍ୱେଚ୍ଛାସେବୀ,ସାମ୍ବାଦିକ ଓ ସଂଗଠକଗଣ ଯୋଗଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନାଟ୍ୟଚକ୍ର ଅନୁଷ୍ଠାନ ପକ୍ଷରୁ ବିଶ୍ବନାଟ୍ୟ ଦିବସ ୨୦୨୪ ପାଳିତ   29-Mar-2024
  ଜିଲ୍ଲା  
ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   29-Mar-2024
  ଜିଲ୍ଲା  
ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   29-Mar-2024
  ଜିଲ୍ଲା  
ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   29-Mar-2024
  ଜିଲ୍ଲା  
୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2024
  ଜିଲ୍ଲା  
ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   29-Mar-2024
  ଜିଲ୍ଲା  
ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    28-Mar-2024
  ରାଜନୀତି  
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ   28-Mar-2024
  ଜିଲ୍ଲା  
ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   28-Mar-2024
  ଜିଲ୍ଲା  
ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   28-Mar-2024
  ରାଜନୀତି  
ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ   28-Mar-2024
  ଜିଲ୍ଲା  
ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ   28-Mar-2024

You Might Also Like