-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||     

HOME   ଜିଲ୍ଲା

ଜଙ୍ଗଲବିଭାଗର ଜଙ୍ଗଲିରାଜରୁ ବଢୁଛି ଜନଅସନ୍ତୋଷ, ନିମ୍ନମାନର ଚେକଡ୍ୟାମକାମକୁ ପ୍ରତିବାଦରୁ ବଦଳାଇଦେଲେ ପ୍ରକଲ୍ପ

25-May-2023



ବଲାଙ୍ଗୀର/ତରଭା(ପ୍ରେରଣା ଖବର)- ଜଙ୍ଗଲ ବିଭାଗର ଜଙ୍ଗଲିରାଜ । ଜଙ୍ଗଲବିଭାଗ କରୁଥିବା ଏକ ନିମ୍ନମାନର ଚ୍ୟାକଡ୍ୟାମକାମକୁ ସ୍ଥାନୀୟଲୋକେ ପ୍ରତିବାଦ କରିବାକୁ କାମବନ୍ଦ କରିଦେଇ ପ୍ରକଲ୍ପକୁ ଅନ୍ୟତ୍ର ନେଇଯାଇଥିବା ଜଣାଯାଇଛି । ଘଟଣାଟି ଘଟିଛି ରାଜପାଲି ବାରପାହାଡ ଖୋଲରେ ଜଙ୍ଗଲବିଭାଗ କରୁଥିବା ଚେକଡ୍ୟାମ କାମ କ୍ଷେତ୍ରରେ । ସୋନପୁର ରେଞ୍ଜଅଫିସରଙ୍କ ଏହି କଳାକାରନାମାକୁ ନେଇ ମେଣ୍ଡା,ପାଇକବାହାଲ ଓ ଦେଉଳପଦର ପଞ୍ଚାୟତବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କଥାଟି ସ୍ôଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ନିରଂଜନ ପୂଜାହାରୀ,ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ପାଖକୁ ମଧ୍ୟ ପହଞ୍ଚିଲାଣି । ରେଞ୍ଜରଙ୍କ କଳାକାରନାମାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ମଧ୍ୟ ତରଭା ବ୍ଲକଅଧ୍ୟକ୍ଷ ସରୋଜ କମ୍ପ , ଦେଉଳପଦର ସରପଞ୍ଚ ଗଣନାଥ ସାହୁ,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ରାଜେନ୍ଦ୍ର ପଣ୍ଡା,ମଦନମୋହନ ପଣ୍ଡା,ଚକ୍ରଧର ସାଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି । ମିଳିଥିବା ତଥ୍ୟରୁ ଜଣାଯାଇଛି ଯେ,ସୋନପୁର ରେଞ୍ଜ ନାରାୟଣପୁର ସେକସନ ଅଧିନରେ ଥିବା ବାରପାହାଡ ଜଙ୍ଗଲରେ ଦେବୀ ବାରପାହାଡଙ୍କ ପୂଜାପୀଠ ରହିଛି । ପାହାଡଉପରେ ଥିବା ଗୁମ୍ଫାରେ ଦେବୀଙ୍କ ପୂଜା ହେଉଥିବା ବେଳେ ପାହାଡରୁ ଏକ ବଡଝରଣା ବାହାରି ତଳକୁ ବହିଯାଇଛି । ସେହି ଝରଣାକୂଳରେ ଅନେକଲୋକ ଆସି ବଣଭୋଜି କରିବା ସହିତ ବାରପାହାଡ ଜଙ୍ଗଲର ପ୍ରାକୃତିକ ପରିବେଶକୁ ଉପଭୋଗ କରିଥାନ୍ତି । ସେହି ଦୃଷ୍ଟିରୁ ସ୍ଥାନୀୟଲୋକେ ବାରପାହାଡ ଖୋଲର ଝରଣାରେ ପର୍ଯ୍ୟଟକଙ୍କ ପାଇଁ ଏକ ଚ୍ୟାକଡେମ ନିର୍ମାଣ କରିବା ସହିତ କିଛି ଗୁମ୍ଫା ପର୍ଯ୍ୟନ୍ତ ପାହାଚ ନିର୍ମାଣ କରାଇ ଉନ୍ନତିକରଣ କରାଯିବା ତଥା ଇକୋଟୁରିଜମରେ ସାମିଲ କରିବାକୁ ସୁବର୍ଣ୍ଣପୁର ବନଖଣ୍ଡରେ ଦାବି କରିଥିଲେ । ଏପରିକି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଅନେକଥର ନିବେଦନ କରାଯାଇଥିଲା । ଗଣମାଧ୍ୟମ ଜରିଆରେ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଏହି ପୀଠର ଉନ୍ନତିକରଣ ପାଇଁ ଦାବି କରିଥିଲେ । ସୋନପୁର ରେଞ୍ଜ ତରଫରୁ ଗତ ଫେବୃୟାରୀମାସରେ ଏସଏମସି ଅନୁଦାନର ୧୨ଲକ୍ଷ ଟଙ୍କାରେ ବାରପାହାଡ ଖୋଲ ଝରଣାରେ ଏକ ଚ୍ୟାକଡେମ କାମ ଆରମ୍ଭ କରାଯାଇଥିଲା । ସୋନପୁର ରେଞ୍ଜର ମନୋରଂଜନ ବାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାମ ଉଲୁଣ୍ଡା ଅଞ୍ଚଳର ଜଣେ ଠିକାଦାର କରାଉଥିଲେ । କିନ୍ତୁ ଦୁଃଖର ବିଷୟ ଯେ,ଏତେବଡ ଜଙ୍ଗଲର ଝରଣାରେ ଚ୍ୟାକଡ୍ୟାମ କାମ ପାଇଁ ମାତ୍ର ଦେଢଫୁଟର ନିହ ଖୋଳାଯାଇ ସେଥିରେ ୧ଫୁଟର ବାଲି ଓ ତାଉପରେ ମାତ୍ର ୫ଇଞ୍ଚର ଏକ ମେଟାଲକୋଟ ଦେଇ କାମ କରାଯାଉଥିଲା । ଏତେବଡ ଝରଣାର ପାଣିକୁ ଅଟକାଇବାକୁ ହେଲେ ଚ୍ୟାକଡେମ ପାଇଁ ଅନ୍ୟୁନ ୪ରୁ ୫ଫୁଟର ନିହ ଖୋଳି ସେଥିରେ ଲୁହାରଡଦେଇ କାମ କରିବା କଥା । କିନ୍ତୁ ରେଞ୍ଜର ଶ୍ରୀ ବାଗ ନିମ୍ନମାନର କାମ କରାଇ ଅର୍ଥହଡପ କରିବାର ଯୋଜନା କରିଥିଲେ । ଫେବୃୟାରୀ ୨୬ ତାରିଖରେ ରାଜପାଲି ଗ୍ରାମର ପୂର୍ଣ୍ଣଚନ୍ଦ୍ର ପଣ୍ଡା,ରାଜେନ୍ଦ୍ର ପଣ୍ଡା,ମଦନ ମୋହନ ପଣ୍ଡା ଓ ପାଇକବାହାଲର ଚକ୍ରଧର ସା ଚ୍ୟାକଡ୍ୟାମ କାମ ହେଉଥିବା ସ୍ଥାନକୁ ପରିଦର୍ଶନ କରି କାମନିମ୍ନମାନର ହେଉଥିବା ବିଷୟରେ ରେଞ୍ଜର ମନୋରଂଜନ ବାଘଙ୍କୁ ଅଭିଯୋଗ କରିଥିଲେ । ମାତ୍ର ଦେଢଫୁଟର ନିହରେ ବିନାରଡଦେଇ କିଭଳି ଚେକଡ୍ୟାମ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ । ସେ ଆସି କାମ ଦେଖିବେ ଓ ଠିକରେ କାମ କରାଯିବ ବୋଲି ରେଞ୍ଜର କହିଥିଲେ । କିନ୍ତୁ ସେ ଏହାପରେ ଆଉ କାମକୁ ଦେଖିବାକୁ ନଆସି କାମକୁ ବନ୍ଦ କରାଇଦେଇ ଚୁପ ରହିଥିଲେ । ସ୍ଥାନୀୟଲୋକେ ଅନେକଥର ଏବିଷୟରେ ରେଞ୍ଜର ଓ ଏସିଏଫ ପି.କେ.ଧରୁଆଙ୍କୁ ଅନୁରୋଧ କରିଥିଲେ ହେଁ ସେମାନେ କର୍ଣ୍ଣପାତ କରିନଥିଲେ । ଏପରିକି ସ୍ଥାନୀୟ ମନ୍ତ୍ରୀ ନିରଂଜନ ପୁଝାହାରୀ ଗତ ମାର୍ଚ୍ଚମାସରେ ବ୍ରାହ୍ମଣୀପାଲି ଗ୍ରାମକୁ ଆସିଥିବା ବେଳେ ଗ୍ରାମବାସୀ ସେହି ଚ୍ୟାକଡ୍ୟାମ କାମକୁ ଜଙ୍ଗଲବିଭାଗ ବିନାକାରଣରେ ବନ୍ଦ କରିଦେଇଛି ବୋଲି ଅଭିଯୋଗ କରିଥିଲେ । ମନ୍ତ୍ରୀ ସେଠାରୁ ହିଁଁ ସୁବର୍ଣ୍ଣପୁର ଡିଏଫଓଙ୍କୁ ଫୋନକରି ଚ୍ୟାକଡ୍ୟାମ କାମ ଠିକରେ କରିବାକୁ ନିର୍ଦ୍ଦେଶ କରିଥିଲେ । କିନ୍ତୁ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମଧ୍ୟରେ ଡିଏଫଓ ଗୁରୁତ୍ୱ ଦେଲେନାହିଁ । ଏବେ ଜଣାପଡିଲା ଯେ,ସେହି ଚ୍ୟାକଡ୍ୟାମର ଏସଏମସି ଅନୁଦାନକୁ ସୋନପୁର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ଜଙ୍ଗଲରେ କେଉଁଠି ଖର୍ଚ୍ଚ କରିଦେଇ ସାରିଛନ୍ତି । ଜଙ୍ଗଲ ବିଭାଗ ଅନେକଦିନ ନୀରବ ରହିବା ପରେ ବାରପାହାଡର ଚ୍ୟାକଡ୍ୟାମ କାମକୁ ବିରୋଧ ହେବାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି । ଏହି ଘଟଣା ଜଣାପଡିବା ପରେ ପାଇକବାହାଲ,ମେଣ୍ଡା,ଦେଉଳପଦର ପଞ୍ଚାୟତ ଅଞ୍ଚଳରେ ପ୍ରବଳ ଜନଅସନ୍ତୋଷ ପ୍ରକାଶ ପାଉଛି । ଏହି ଘଟଣାରେ ସୋନପୁର ରେଞ୍ଜର ମନୋରଂଜନ ବାଗଙ୍କ ଦୁର୍ନିତୀଖୋର ମନୋଭାବ ବିଷୟରେ ମନ୍ତ୍ରୀ ଶ୍ରୀ ପୁଝାହାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି । ଆଜି ସୁବର୍ଣ୍ଣପୁର ଜିଲ୍ଲାପରିଷଦ ବୈଠକରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ମନ୍ତ୍ରୀ, ଜିଲ୍ଲାପାଳ ଓ ଡିଏଫଓଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି । ଚ୍ୟାକଡ୍ୟାମ ପ୍ରକଲ୍ପକୁ କେଉଁ କାରଣରୁ ସ୍ଥାନାନ୍ତର କରାଗଲା ଓ ସ୍ଥାନାନ୍ତର କରାଯାଇ ଯେଉଁଠି କାମ କରାଯାଇଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଶ୍ରୀ କମ୍ପ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026

You Might Also Like

           
  ଜିଲ୍ଲା  

ଗଣିତ ଗବେଷଣା