-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ବିଶେଷ

ଚାଷୀର ପୋଷାକ

09-Dec-2020



(ପ୍ରେରଣା ଖବର) ଜଣେ ସାମ୍ବାଦିକ ବନ୍ଧୁ, ଅନେକ ଦିନ ତଳେ ଜଣେ ସମ୍ପାଦକଙ୍କ ପାଖରେ କାମ କରିବାର ସୁଯୋଗ ପାଇଥିଲେ। ସେ ସମୟରେ ପଶ୍ଚିମ ଓଡ଼ିଶାରେ ‘ଧାନମଣ୍ଡି’ ସମସ୍ୟାକୁ ନେଇ ଚାଷୀ ଆନ୍ଦୋଳନ ଚାଲିଥିଲା। (ଏବେବି ଚାଲିଛି) ଖବର ପ୍ରସାରଣ ବେଳେ ବରଗଡ଼ ଜିଲ୍ଲାର ଜଣେ ଚାଷୀଙ୍କର ପ୍ରତିକ୍ରିୟା ଟିଭିରେ ବାଜିଲା, ଯାହାକୁ ନେଇ ସମ୍ପାଦକ ମହାଶୟ ରୁଷ୍ଟ ହେଲେ। ତାଙ୍କର ଯୁକ୍ତି ଥିଲା, ଯେଉଁ ଭଦ୍ରବ୍ୟକ୍ତିଙ୍କର ପ୍ରତିକ୍ରିୟା ଟିଭିରେ ବାଜିଲା, ସେ ଚାଷୀ ନୁହଁନ୍ତି। କାରଣ ତାଙ୍କ ପୋଷାକ ଚାଷୀର ନୁହେଁ, କିମ୍ବା ତାଙ୍କ ପୋଷାକକୁ ଚାଷୀର ପୋଷାକ ବୋଲି କହିହେବନି, ଅଥବା ତାହା ଗ୍ରହଣୀୟ ନୁହେଁ। କଥାଟି କୌତୂହଳ ସୃଷ୍ଟି କଲା। ଯେମିତି ଡାକ୍ତର, ଯେମିତି ଆଶାଦିଦି, ଯେମିତି କଲେଜ ଛାତ୍ରଛାତ୍ରୀ, କିମ୍ବା ସରକାରୀ ବସ୍ କର୍ମଚାରୀଙ୍କର ‘ୟୁନିଫର୍ମ’ ଥାଏ, ଆମ ଦେଶରେ ଚୀଷୀର ସେମିତି ୟୁନିଫର୍ମ ନାହିଁ। କାହିଁକି ନାହିଁ? ମୋର ଜଣେ ବନ୍ଧୁ ମତେ ଏ ପ୍ରଶ୍ନଟି କଲେ। ମୋ ଅକଲ ଗୁଡୁମୁ। ସେ ଭଲ ଯୁକ୍ତିଟିଏ ବାଢ଼ିଲେ। କହିଲେ, ତମେ ସାମ୍ବାଦିକମାନେ ତମ ଗାଡ଼ିରେ ପ୍ରେସ୍ ଲେଖିକି ବୁଲୁଚ, ଡାକ୍ତରମାନେ ତାଙ୍କର ଗୋଟାଏ ଚିହ୍ନ ଲଗୋଉଛନ୍ତି, ପୋଲିସ୍ କର୍ମଚାରୀ ମଧ୍ୟ ତାଙ୍କ ଗାଡ଼ିରେ ସଗର୍ବରେ ‘ପୋଲିସ୍’ ଲେଖୁଛନ୍ତି। ଠିକ୍ ସେହି ଢଙ୍ଗରେ ଚାଷୀ ମଧ୍ୟ ତା ଗାଡ଼ିରେ ‘ଅନ୍ନଦାତା’ ବୋଲି ଲେଖିଲେ ଅସୁବିଧା କ’ଣ? ମତେ ବନ୍ଧୁଙ୍କ କଥାଟା ସଂପୂର୍ଣ୍ଣ ଠିକ୍ ଲାଗିଲା। ଲଗେଇବା ଉଚିତ।
ଆମ ବାବୁମାନଙ୍କର ମନୋଭାବ ହେଲା, ଚାଷୀମାନେ ମଳିମୁଣ୍ଡିଆ ହେବା ଉଚିତ। ସେମାନେ କୋର୍ଟ ସୁଟ୍ ପିନ୍ଧିଲେ ତାଙ୍କୁ ମାନିବ ନାହିଁ, ନେଙ୍ଗୁଟି ମାରିବେ। ସେମାନେ ନିଜେ ଚାଷ କରିବେ, ଟ୍ରାକ୍ଟରରେ ଜମି ଚଷିଲେ ସେମାନେ ଦଲାଲ। ଦିଲ୍ଲୀ-ହରିୟାଣା ସୀମାରେ ଆନ୍ଦୋଳନ କରୁଥିବା ଲକ୍ଷ ଲକ୍ଷ ଚାଷୀ କ’ଣ ସମସ୍ତେ ଦଲାଲ? ପୂର୍ବ କଥାକୁ ଫେରିବା। ସମ୍ପାଦକ ମହାଶୟଙ୍କୁ କେହି ପଚାରି ପାରିଲେ ନାହିଁ ଯେ, ତାଙ୍କ ଦୃଷ୍ଟିରେ ଚାଷୀର ପୋଷାକ କେମିତିକା ହେବା ଉଚିତ? ତେବେ ତାଙ୍କ କଥାରୁ ଯାହା ଜଣାପଡ଼ିଲା, ପ୍ରତିକ୍ରିୟା ଦେଇଥିବା ବ୍ୟକ୍ତିଜଣକ ପ୍ୟାଣ୍ଟସାର୍ଟ ପରିହିତ, ଅଧ୍ୟାପକଙ୍କ ପରି ଦିଶୁଛନ୍ତି। ତେଣୁ ସେ କେମିତି ଚାଷୀ ହେଲେ? ସମସ୍ତେ ଆଶ୍ଚର୍ଯ୍ୟ। କୋଉଠି ଲେଖାଯାଇଛି, ଚାଷୀ ଖାଲି ନେଙ୍ଗୁଟି ମାରିକି ବୁଲିବ? ସେ କାହିଁକି କୋର୍ଟ ଟାଇ ପିନ୍ଧିପାରିବ ନାହିଁ? ଖାଲି ଦେହରେ ରହିବ? ସମ୍ପାଦକଙ୍କର ଏପରି ମାନସିକତା ଅଯୌକ୍ତିକ ଥିଲା। ଚାଷୀ ଭଦ୍ରଲୋକ ୧୫ଟି ଟ୍ରକରେ ତାଙ୍କ ଧାନ ଧରିକି ମଣ୍ଡିକୁ ଆସିଥିଲେ। ସେ ଜଣେ ବଡ଼ ଚାଷୀ ନିଶ୍ଚୟ। ସେ ନିଜେ କ୍ଷେତରେ କାମ କରୁଛନ୍ତି କି ନାହିଁ ଜଣାନାହିଁ। କିନ୍ତୁ କାମ କଲାବେଳେ ସେ ନିଶ୍ଚୟ ନେଙ୍ଗୁଟି ମାରି ଖାଲି ଦେହରେ କାମ କରୁଥିବେ। ଯେତେବେଳେ ସେ ନିଜ ଧାନ ବିକିବାକୁ ବଜାରକୁ ଆସିଛନ୍ତି, ସେତେବେଳେ ସେ କାହିଁକି ପ୍ୟାଣ୍ଟସାର୍ଟ ପିନ୍ଧିବେ ନାହିଁ? ଚାଷୀଙ୍କ ପୋଷାକ ଏବଂ ପରିପାଟିକୁ ନେଇ ନିଜର ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ତିଆରି କରିଥିବା ସମ୍ପାଦକ ମହାଶୟଙ୍କ କଥା ରଖିବାକୁ ସେହି ପ୍ୟାଣ୍ଟସାର୍ଟ ପରିହିତ ଚାଷୀଙ୍କ ପରିବର୍ତ୍ତେ ଜଣେ ଫୁଙ୍ଗୁଳା ଦେହର ଚାଷୀଙ୍କ ପ୍ରତିକ୍ରିୟା ପ୍ରସାରଣ କରାଗଲା। ଆଜି ଯଦି ଛୁଆଟିଏ ପାଠ ନପଢୁଛି, ତେବେ ମାଆଟିଏ ତାକୁ ଡରେଇବାକୁ କହୁଛି, ‘ପାଠ ନପଢ଼ି ମୁର୍ଖ ହେଲେ ଘରେ ରହି ଚାଷ କରିବୁ’। ଯେମିତି ଚାଷ କରିବା ଏକ ଦଣ୍ଡ। ଯେଉଁ ଚାଷୀ ଆମକୁ ଅନ୍ନ ଦେଉଛି, ଏଥିପାଇଁ ଯିଏ ଆମ ସମାଜରେ ଏକ ସମ୍ମାନଜନକ ସ୍ଥାନରେ ବସିବା କଥା, ତା ସଂପର୍କରେ ଆମ ସାମାଜିକ ଦୃଷ୍ଟିକୋଣ ଧୀରେ ଧୀରେ କେମିତି ନୀଚ୍ଚା ହୋଇଯାଇଛି ତାହା ଲକ୍ଷ୍ୟ କରନ୍ତୁ। ଆଜି ଯଦି ଛୁଆଟିଏ ପାଠ ନପଢୁଛି, ତେବେ ମାଆଟିଏ ତାକୁ ଡରେଇବାକୁ କହୁଛି, ‘ପାଠ ନପଢ଼ି ମୁର୍ଖ ହେଲେ ଘରେ ରହି ଚାଷ କରିବୁ’। ଯେମିତି ଚାଷ କରିବା ଏକ ଦଣ୍ଡ। ଯେମିତି ସରକାରୀ ଚାକିରିଆଙ୍କୁ ନେତାଏ ଡରାନ୍ତି, ‘ତତେ ମୁଁ କଳାହାଣ୍ଡି ବଦଳି କରିଦେବି’। ଯେମିତି କଳାହାଣ୍ଡିରେ କେହି ମଣିଷ ରହୁନାହାଁନ୍ତି ! କଳାହାଣ୍ଡି କେବଳ ଏକ ଦଣ୍ଡର ନାଁ। ବିଚିତ୍ର ମାନସିକତା। ସେମିତି ଚାଷ ଓ ଚାଷୀ ଏକ ଆତଙ୍କ। ପିଲାଟି ଦିନରୁ ଯୋଉଁ ମଣିଷ ଶୁଣିଲା, ଚାଷୀ ହେଲେ ବିପଦ, ସେ ବଡ଼ହେଲେ ଚାଷୀଙ୍କୁ କେଉଁ ଦୃଷ୍ଟିରେ ଦେଖିବ? ଚାଷୀକୁ ନେଇ ଏତେ ନ୍ୟୁନ ମାନସିକତା କାହିଁକି? ଦିଲ୍ଲୀ-ହରିୟାଣା ସୀମାରେ ଏବେ ଚାଷୀ ଆନ୍ଦୋଳନ ଚାଲିଛି। ବିଶେଷକରି ଦୁଇଟି ରାଜ୍ୟ ପଞ୍ଜାବ ଓ ହରିୟାଣାର ଚାଷୀ ସେଠାରେ ଆନ୍ଦୋଳନରେ ବସିଛନ୍ତି। କିନ୍ତୁ ସେମାନଙ୍କର ଏହି ଆନ୍ଦୋଳନକୁ ନେଇ ରାଜନୈତିକ ଦଳ ଗୁଡ଼ିକ ଭିତରେ କାଦୁଅଫିଙ୍ଗା ଚାଲିଛି। ଅନେକ କହୁଛନ୍ତି, ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହଁନ୍ତି, ଦଲାଲ। ସେମାନେ କେବେବି ନେଙ୍ଗୁଟି ମାରି ବିଲରେ ପାଣିକାଦୁଅରେ ଖଟି ନାହାଁନ୍ତି। ସେମାନେ ଟ୍ରାକ୍ଟରରେ ଚାଷ କରନ୍ତି। ଇଏ କି ବିଚିତ୍ର କଥା !! ଜଣେ ଚାଷୀର ବହୁତ ଜମି, ସେ ଯଦି ଟ୍ରାକ୍ଟର ବ୍ୟବହାର କଲା, ଆଧୁନିକ ପ୍ରଣାଳୀରେ ଚାଷ କଲା, ତେବେ ସେ ଆଉ ଚାଷୀ ହୋଇ ରହିଲା ନାହିଁ? ସେ ଦଲାଲ ହୋଇଗଲା? ଆମ ବାବୁମାନଙ୍କର ମନୋଭାବ ହେଲା, ଚାଷୀମାନେ ମଳିମୁଣ୍ଡିଆ ହେବା ଉଚିତ। ସେମାନେ କୋର୍ଟ ସୁଟ୍ ପିନ୍ଧିଲେ ତାଙ୍କୁ ମାନିବ ନାହିଁ, ନେଙ୍ଗୁଟି ମାରିବେ। ସେମାନେ ନିଜେ ଚାଷ କରିବେ, ଟ୍ରାକ୍ଟରରେ ଜମି ଚଷିଲେ ସେମାନେ ଦଲାଲ। ଦିଲ୍ଲୀ-ହରିୟାଣା ସୀମାରେ ଆନ୍ଦୋଳନ କରୁଥିବା ଲକ୍ଷ ଲକ୍ଷ ଚାଷୀ କ’ଣ ସମସ୍ତେ ଦଲାଲ? ଦଳେ କହିଲେ, ସେମାନେ ସବୁ ଖଲିସ୍ତାନୀ ଆତଙ୍କବାଦୀ। କ’ଣ ଯେତେ ଚାଷୀ ଆନ୍ଦୋଳନ କରୁଛନ୍ତି ସମସ୍ତେ ଖଲିସ୍ତାନୀ ଆତଙ୍କବାଦୀ? କିଛିବର୍ଷ ହେଲା ଗୋଟେ ମନୋଭାବ ବୃଦ୍ଧି ପାଇଛି, ଯିଏ ସରକାର ବିରୋଧରେ କହିଲା, ସେ ଦୋଶଦ୍ରୋହୀ। ତା ବିରୋଧରେ କେଶ୍ ଦାଏର କରି ତାକୁ ହଇରାଣ ହରକତ କରିବାକୁ ପୂରା ସରକାରୀ ବ୍ୟବସ୍ଥାକୁ ଲଗେଇ ଦିଆଯାଉଛି। ଚାଷୀ ଆମ ଅନ୍ନଦାତା। ଆପଣ ଚନ୍ଦ୍ରକୁ ଯାନ ପଠେଇବାରେ ସମସ୍ୟା ନାହିଁ, କିନ୍ତୁ ଚାଷବାସ ହେଉଛି ଆମ ମୌଳିକ ଜୀବନଶୈଳୀ। ଆପଣ ଶିଳ୍ପ ବସାନ୍ତୁ କିନ୍ତୁ ଚାଷ ଓ ଚାଷୀକୁ ଗୁରୁତ୍ୱ ଦେଇ ଯାହା କରିବା କଥା କରନ୍ତୁ। ଚାଷ ଓ ଚାଷୀକୁ ଛାଡ଼ି ଯଦି କୌଣସି ସରକାର ଓ ଅର୍ଥନୀତିଜ୍ଞ କହୁଛି ଆମେ ୫-ଟ୍ରିଲିୟନ ଇକୋନୋମି ଠିଆ କରିଦେବୁ, ତେବେ ସେମାନେ ଭ୍ରମରେ ଅଛନ୍ତି। ଏହା ଅସମ୍ଭବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like