-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ନୁତନ କୃଷି ଆଇନ ବିରୁଦ୍ଧରେ ଏକ ଜୁଟ ବଲାଙ୍ଗିର : କଳା କୃଷି ଆଇନକୁ କେନ୍ଦ୍ର ସରକାର  ପ୍ରତ୍ୟାହାର କରନ୍ତୁ - ନରସିଂହ, ଗୋଟିଏ ମଂଚରେ ସାମିଲ ହେଲେ ସମସ୍ତ ବିରୋଧୀ ରାଜନୈତିକ ଦଳ ଓ ସଂଗଠନ

08-Dec-2020



ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର): କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ବିରୁଦ୍ଧରେ  ଦିଲ୍ଲୀ ସୀମାରେ ଆନ୍ଦୋଳନ ରତ କୃଷକ ମାନଙ୍କ  ସରକାରଙ୍କ ସହିତ ଅଲୋଚନା ବାରମ୍ବାର ବିଫଳ ହେବା ପରେ କୃଷକମାନଙ୍କ ଦ୍ୱାରା  ଡିସେମ୍ବର ୮ ସର୍ବ ଭାରତୀୟ ବନ୍ଦ ର ଡାକରା ଦିଆ ଯାଇଥିଲା । ସେହିକ୍ରମେ ଆଜି ବଲାଙ୍ଗିର ରେ ସମସ୍ତ ରାଜନୈତିକ ଦଳ, ଶ୍ରମିକ ସଂଗଠନ, ଛାତ୍ର ଓ ଯୁବକ ସଂଗଠନ ମିଳିତ ଭାବରେ ଏହି କୃଷକ ଆନ୍ଦୋଳନ କୁ ଅଭୁତପୁର୍ବ ସମର୍ଥନ ଜଣାଇ କୃଷି ଆଇନକୁ ତିବ୍ର ବିରୋଧ କରିବା ସହ ବାଲାଙ୍ଗିର ବନ୍ଦ କରିଥିଲେ । ଫଳରେ ସହରର ସମସ୍ତ ଦୋକାନ ବଜାର, ଗାଡି ମଟର, ଅଫିସ କଚେରି , ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ,ବିମା,ସ୍କୁଲ, କଲେଜ ସଂପୁର୍ଣ୍ଣ ରୁପେ ବନ୍ଦ ରହିଥିବା ଦେଖାଯାଇଥିଲା । ସର୍ବଭାରତୀୟ ତଥା ରାଜ୍ୟ ସ୍ତରିୟ କୃଷକ ସଂଗଠନ ର ଅହ୍ୱାନ ତଥା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ରେ ଜିଲ୍ଲା କଂଗ୍ରେସ କମିଟି, ଜିଲ୍ଲା ର ସମସ୍ତ ରାଜନୈତିକ ସଂଗଠନ, ଶ୍ରମିକ ସଂଗଠନ, ଛାତ୍ର ଓ ଯୁବକ ସଂଗଠନମାନଙ୍କୁ ଏହି କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରିଥିଲେ । କଂଗ୍ରେସ ଦଳର ଆହ୍ୱାନ କ୍ରମେ ଆଜି ସକାଳୁ ବିଭିନ୍ନ ରାଜନୈତିକ ଦଳ ତଥା ଶ୍ରମିକ ସଂଗଠନ ଦ୍ୱାରା  ସହରରେ ପିକେଟିଂ କରାଯିବା ସହ ସମସ୍ତ ରାସ୍ତାକୁ ସିଲ କରାଯାଇଥିଲା । ଦିନ୧୧ଟାରେ ଜିଲ୍ଲ୍‌ା କଂଗ୍ରେସ ତରଫରୁ ସବାପତି ଦିଲିପ ବେହେରା , ଉପ ସଭାପତି ଉମାକାନ୍ତ ସାହୁ, ସନ୍ତକ ବହିଦାର , ନଗର ସଭାପତି ବୁଲୁ ଦାନୀ , ସେବାଦଳ ମୁଖ୍ୟ ଅସିତ ମିଶ୍ର ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ବିରାଟ ପଟୁଆର ରେ ଆସି  ବଲାଙ୍ଗିର ର ମାନ୍ୟବର ବିଧାୟକ ନରସିଂହ ମିଶ୍ର କଚେରି ଛକ ସ୍ଥିତ ବିକ୍ଷୋଭ ସ୍ତଳରେ ପାହଞ୍ଚିଥିଲେ । ପୁର୍ବରୁ ସେଠାରେ କୋସଲ ସମନ୍ୱୟ ସମିତିର ସଭାପତି ପ୍ରମୋଦ ମିଶ୍ର, ବିଏଜିବି ଏସୋସିଏସନ ର ପୁଲିନ ମିଶ୍ର, ମିଳିତ ଶ୍ରମିକ ସଂଗଠନ ର ବିଭୁଦତ୍ତ ମିଶ୍ର,ନାଗରିକ କମିଟି ସଭାପତି ବିକ୍ରମା ନନ୍ଦ ବହିଦାର, ବହୁଜନ ସମାଜ ପାର୍ଟି ତଥା ଭୀମ ଆର୍ମି ର ଦ୍ରୋଣ କୁମ୍ଭାର, ଆମ ଆଦମି ପାର୍ଟିର ଆଶିଷ ପାଣ୍ଡେ, ଏସୟୁସିଆଇ,ଏଆିକେକେଏମଏସ୍‌,ଏଆିଡିଏସଓ ର ସୁନିଲ ଭୋଇ ପ୍ରମୂଖ ନିଜର ସଂଗଠନ ସହ ବିକ୍ଷୋଭ ସ୍ଥଳିରେ ଯୋଗ ଦେଇଥୀଲେ ।  ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କେନ୍ଦ ସରକାରଙ୍କ କୃଷି ଆଇନ କୁ ତିବ୍ର ଭର୍ସନା କରିଥିଲେ । ସେ  କହିଥିଲେ ନୁତନ କୃଷି ଆଇନରେ କେନ୍ଦ୍ର ସରକାର କୃଷିଜାତ ସାମଗ୍ରିର ବିକ୍ରି ଓ ବଣ୍ଟନକୁ ସରକାରୀ ନିୟନ୍ତ୍ରଣ ମୁକ୍ତ କରି ଦେଶର କୋଟି କୋଟି କୃଷକଙ୍କୁ ଧୋକା ଦେଇଛନ୍ତି ।ଏହା ସିଧା ସଳଖ ଦେଶର ମୁଷ୍ଟିମେୟ ପୁଞ୍ଜିପତିମାନଙ୍କୁ ଲାଭ ପାହାଞ୍ଚାଇବାର ଏକ ଚକ୍ରାନ୍ତ ଅଟେ । ଯଦି ସରକାରଙ୍କ ସତ ସାହାସ ଅଛି ଚାଷୀମାନଙ୍କୁ ନିଜ ଉତ୍ପାଦିତ ସାମଗ୍ରୀର ବିକ୍ରି କରିବାର ସ୍ୱାଧୀନତା ଦେଉ କିନ୍ତୁ ଉତ୍ପାଦିତ ସାମଗ୍ରି ର ଉଚିତ ସର୍ବନିମ୍ନ ମୁଲ୍ୟ ସହ ସରକାର ନିଜେ ସେ ସବୁ କିଣିବାର କିମ୍ବ କିଣେଇବାର ବ୍ୟବସ୍ତା କରୁ । କଣ୍ଟ୍ରାକ୍ଟ ଫାର୍ମିଂ ରେ ମଧ୍ୟ ଦେଶର କୋଟି କୋଟି କ୍ଷୁଦ୍ର ଚାଷୀ ନିଜର ଜମୀକୁ ପୁଞ୍ଜିପତିଙ୍କ ଅଧିନକୁ ଦେଇଦେବେ । ଏହି ଆଇନ ଲାଗୁ ହେଲେ ଚାଷୀ କେବଳ ତାର ଜମି ହରେଇବ ତାହା ନୁହେଁ ପୁଞ୍ଜିପତିମାନେ କ୍ଷୁଦ୍ର ଚାଷୀଙ୍କ ସମସ୍ତ ଜମି ନେଇ  ସେଥିøାରୁ ଉତ୍ପାଦିତ ଫସଲ କୁ ଖୂବ ଉଚ୍ଚା ଦରରେ ବିକ୍ରି କରିବାର ସମ୍ଭାବନା ଅଛି ।

ଯେହେତୁ  ୧୯୯୫ ଅତ୍ୟାବଶକିୟ ଆଇନ ର ସଂସୋଧନ କରିବା ମଧ୍ୟ ଏହି ଆଇନ ର ଅଂଶ ବିଶେଷ ତେଣୁ ଅମଳ କୃଷିଜାତ ଦ୍ରବ୍ୟକୁ ପୁଞ୍ଜିପତିମାନେ ବୃହତ ଆକାରରେ ମହଜୁଦ କରି ରଖୀ ଖାଦ୍ୟ ଶସ୍ୟର ଏକ ଅହେତୁକ ଅଭାବ ପରିସ୍ଥିତି ସୃଷ୍ଟି କରବେ । ଯାହା ଫଳରେ ଦେଶର କୋଟି କୋଟି ଜନତା ଉଚ୍ଚା ଦରରେ ଖାଦ୍ୟ ଶସ୍ୟ କିଣିବାକୁ ବାଧ୍ୟ ହେବେ । ତେଣୂ ଆଜିର ଏହି ମିଳିତ ପ୍ରତିବାଦ ସଭାରେ କେନ୍ଦ୍ର ସରକାର ତାର ଏହି ନୁତନ କଳା କୃଷି ଆଇନକୁ ଶିଘ୍ର ପ୍ରତ୍ୟାହାର କରୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋସଲ ସମନ୍ୱୟ ସମିତି ର ପ୍ରମୋଦ ମିଶ୍ର,ବହୁଜନ ସମାଜ ପାର୍ଟି ର ଦ୍ରୋଣ କୁମ୍ଭାର, କଂଗ୍ରେସ ର ଉମା ପଣ୍ଡା, ସାନନ୍ଦ ମିଶ୍ର, ମିଲନି ସାହୁ, ବୁଲୁ ଦାନୀ,ମୟ ପଧାନି , ଯଦୁପତି ନନ୍ଦ, ଚାଷିନେତା ଡା. ସୁଧୀର ପରିଚ୍ଛା , ମିଳିତ ଶ୍ରମିକ ସଂଗଠନ ର ବିଭୁଦତ୍ତ  ମିଶ୍ର ଆମ ଆଦମୀ ପାର୍ଟି ର ଆଶିଷ ପାଣ୍ଡେ ପ୍ରମୁଖ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନିଜର ବକ୍ତବ୍ୟ ରଖୀଥିଲେ । ଶେଷରେ ରାଜୀବ ଗାନ୍ଧୀ  ପଞ୍ଚୟତ ରାଜ ସଂଗଠନ ର ସଂଯୋଜକ ଅଜୟ ବାଲୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like