-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଶି‍କ୍ଷା ଓ ନିଯୁକ୍ତି

ବିକାଶ ଡିଗ୍ରୀ କଲେଜ ରେ ହାର୍ଟ୍‌ଫୁଲ୍‌ନେସ୍ ଟକ୍ ସିରିଜ୍ (ହେଲ୍‌ମ୍‌) ଉଦ୍‌ଯାପିତ

08-Dec-2020



ବରଗଡ଼,(ମୁକୁନ୍ଦ ଦାସ): ବିକାଶ ଗ୍ରୁ୍‌ପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସ୍ ଅନ୍ତର୍ଗତ ବିକାଶ ଡିଗ୍ରୀ କଲେଜ ରେ ହାର୍ଟ୍‌ଫୁଲ୍‌ନେସ୍ ଏନାବଲ୍‌ଡ୍ ଲିଡର୍‌ସିପ୍ ମାଷ୍ଟରୀ (ହେଲ୍‌ମ୍‌) ଶୀର୍ଷକ ଟକ୍ ସିରିଜ୍ ସଫଳତା ର ସହିତ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୬ ସପ୍ତାହ ଧରି ଚାଲିଥିବା ଏହି ବକ୍ତୃତା ଶୃଙ୍ଖଳାରେ ହାର୍ଟ୍‌ଫୁଲ୍‌ନେସ୍ ସହିତ ସଂଶ୍ଳିଷ୍ଟ ଅଭିଜ୍ଞ ବକ୍ତାଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ମାନସିକ ଏବଂ ଆଧ୍ୟାତ୍ମିକ ବିକାଶ ପାଇଁ ଉଦ୍ଦିଷ୍ଟ କୌଶଳ ଏବଂ ବ୍ୟବହାରିକ ଜ୍ଞାନ ପ୍ରଦାନ ଉଦ୍ଦେଶ୍ୟରେ ସଂଯୋଜିତ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ଅନ୍ତର୍ଜାଲରେ ସମ୍ପନ୍ନ ହୋଇଛି । ବିକାଶ ଗ୍ରୁପ୍ ର ଚେୟାର୍‌ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଙ୍କ ଦ୍ୱାରା ଉଦ୍‌ଘାଟିତ ଏହି କାର୍ଯ୍ୟକ୍ରମ ରେ ଗୋଆ ରୁ କୁମାରୀ ସ୍ୱାତୀ ଦୀକ୍ଷିତ ପ୍ରଥମ ବକ୍ତା ରୂପେ ଯୋଗ ଦେଇଥିଲେ । ଉକ୍ତ ସଂଗୋଷ୍ଠୀରେ ‘କନେକ୍ଟ୍‌’ ଶୀର୍ଷକ ଉପରେ ଛାତ୍ରଛାତ୍ରୀଙ୍କ ସହିତ ଭାବର ଆଦାନପ୍ରଦାନ ହୋଇଥିଲା ଏବଂ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ପାଇଁ ହାର୍ଟ୍‌ଫୁଲ୍‌ନେସ୍ କିପରି ଯୋଗଦାନ କରିପାରିବ, ତା’ ଉପରେ ବିଶେଷ ଆଲୋଚନା ହୋଇଥିଲା । ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ତାଙ୍କ ବକ୍ତବ୍ୟରେ କୋଭିଡ୍ ସମୟରେ ଛାତ୍ରଛାତ୍ରୀମାନଙ୍କ ସ୍ୱନିୟନ୍ତ୍ରଣ, ନେତୃତ୍ୱବୋଧ ଏବଂ ସମୟର ସଦୂପଯୋଗ ପାଇଁ ଆବଶ୍ୟକ ଉପାଦାନ ଏହି ହେଲ୍‌ମ୍ ଟକ୍ ସିରିଜ୍ ମାଧ୍ୟମରେ ମିଳିପାରିବ ବୋଲି ଆଶାବ୍ୟକ୍ତ କରିିଥିଲେ । ଠିକ୍ ସେହିପରି ବିକାଶ ଡିଗ୍ରୀ କଲେଜ ଓ ହାର୍ଟ୍‌ଫୁଲ୍‌ନେସ୍ ର ସମ୍ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ବକ୍ତା ଯଥା – ଶ୍ରୀ ଜି.କ୍ରୀଷ୍ଣମୋହନ (ମାଇକ୍ରୋସଫ୍ଟ୍‌, ହାଇଦ୍ରାବାଦ), ଶ୍ରୀ ସ୍ୱରାଜ ଧର (ଏଚ୍‌.ପି.), ଡା.ଯତୀନ ଖେର୍ (ସ୍ନାୟୁ ବିଶେଷଜ୍ଞ, ଜବଲପୁର), ଶ୍ରୀମତୀ କେ.ରମ୍ୟା ବିଭିନ୍ନ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ଛାତ୍ରଛାତ୍ରୀମାନେ ଆଲୋଚନାରେ ସକ୍ରିୟ ଯୋଗଦାନ କରିଥିଲେ । ଏହି ହେଲ୍‌ମ୍ ଟକ୍ ସିରିଜ୍‌ର ବିଭିନ୍ନ ପର୍ଯ୍ୟାୟରେ ବିକାଶ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସ୍ ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜି.ଭାସ୍କର ରାଓ, ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର୍ସ୍ ଶ୍ରୀ ଡି.ନାଗେଶ୍ୱର ରାଓ ଓ ଶ୍ରୀ ଭି.ଶ୍ରୀନିବାସ, ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା ପ୍ରମୁଖ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବକ୍ତା ଏବଂ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରତ୍ୟେକ କାର୍ଯ୍ୟକ୍ରମରେ ହାର୍ଟ୍‌ଫୁଲ୍‌ନେସ୍ ପଦ୍ଧତିରେ ହୃଦୟକୁ କେନ୍ଦ୍ର କରି ଛାତ୍ରଛାତ୍ରୀଙ୍କୁ ଧ୍ୟାନକ୍ରିୟା ଉପରେ ମାର୍ଗଦର୍ଶନ କରାଯାଉଥିଲା । ଏହି ଶୃଙ୍ଖଳାରେ ଭାଗ ନେଇଥିବା ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ-ଅଧ୍ୟାପିକାମାନେ ନିଶ୍ଚିତଭାବରେ ଜୀବନକୁ ଏକ ନୂଆଁ ଦୃଷ୍ଟିରେ ଦେଖିବା ପାଇଁ ଆବଶ୍ୟକ ଉପାଦାନ ପାଇପାରିବେ ବୋଲି ଶ୍ରୀ ଜି.ଭାସ୍କର ରାଓ ମତପୋଷଣ କରିଥିଲେ । ଉଦ୍‌ଯାପନ କାର୍ଯ୍ୟକ୍ରମରେ ଡା.ଯତୀନ ଖେର୍ ବକ୍ତା ଭାବରେ ଯୋଗଦେଇ ‘ଅନ୍‌ଲକ୍ ୟୋର୍ ବ୍ରେନ୍ ଥ୍ରୁ ମେଡିଟେସନ୍‌’ ଶୀର୍ଷକ ଉପରେ ଆଲୋଚନା କରି ସ୍ନାୟୁ ବିଜ୍ଞାନ ଓ ବିଧିବଦ୍ଧ ଧ୍ୟାନକ୍ରିୟା ମଧ୍ୟରେ ଥିବା ପ୍ରତ୍ୟକ୍ଷ ସମ୍ପର୍କକୁ ସରଳ ଭାଷାରେ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ଡି.ନାଗେଶ୍ୱର ରାଓ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସକ୍ରୀୟ ଯୋଗଦାନ ଏବଂ ହାର୍ଟ୍‌ଫୁଲ୍‌ନେସ୍ ର  ସମାଜ ପ୍ରତି ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ଡ.ସମରେନ୍ଦ୍ର ନାଥ ପଣ୍ଡା ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ବିକାଶ ଟେକ୍ନିକାଲ୍ କ୍ୟାମ୍ପସ୍ ର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା, ସଂଯୋଜକ ଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ସାଧୁବାଦ ଜଣାଇଥିଲେ । ୬ ସପ୍ତାହ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ୱ ହାର୍ଟ୍‌ଫୁଲ୍‌ନେସ୍‌, ଓଡ଼ିଶା ସଂଯୋଜିକା ଶ୍ରୀମତୀ କେ.ରମ୍ୟା ଏବଂ ବିକାଶ ଡିଗ୍ରୀ କଲେଜର ଉପାଧ୍ୟକ୍ଷ ଶ୍ରୀ ଆର.ଏସ୍‌.ଭି. କ୍ରୀଷ୍ଣା ତୁଲାଇଥିଲେ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like

           
  ଶି‍କ୍ଷା ଓ ନିଯୁକ୍ତି  

୯୩% ମାର୍କ ରଖ୍ ସଫଳତା ପାଇଲେ ସନ୍ଦୀପ

           
  ଶି‍କ୍ଷା ଓ ନିଯୁକ୍ତି  

ଆଜିଠାରୁ ହେବ ସକାଳୁଆ ସ୍କୁଲ