-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||     

HOME   ବିଶେଷ

ଜାରି ରହିଛି ନକ୍ସଲଙ୍କ ପିଏଲଜିଏ ସପ୍ତାହ : ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରହିଛି ଗୁରୁପ୍ରିୟା, ଦିନରାତି ଜଗିଛନ୍ତି ବିଏସ୍‌ଏଫ୍‌ ଯବାନ

05-Dec-2020



ମାଲକାନଗିରି (ପ୍ରେରଣା ଖବର) :  ଗତ ୨ ତାରିଖ ଠାରୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଛି। ଏହା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ୱାଭିମାନ ଅଂଚଳରେ ସବୁଠାରୁ ବେଶୀ ଅଘଟଣ ଘଟିବାର ଆଶଙ୍କା ରହିଥିବା ବେଳେ ଏଠାରେ ବିଏସ୍‌ଏଫ୍‌,  ପୁଲିସ, ଏସ୍‌ଓଜି ଏବଂ ଡିଭିଏଫ ଯବାନଙ୍କ ତରଫରୁ ଜୋରଦାର କୁମ୍ବିଂ କରାଯାଉଛି। ନକ୍ସଲଙ୍କୁ କୌଣସି ଅଘଟଣ ଘଟାଇବା ସୁଯୋଗ ଦିଆଯାଉନାହିଁ। ଗୁଇନ୍ଦା ବିଭାଗ ଅତି ସତର୍କତାର ସହ କାମ କରୁଛି। ନକ୍ସଲଙ୍କର ପ୍ରତ୍ୟେକ ଗତିବିଧି ଉପରେ କଡ଼ା ନଜର ରଖିଛି ସୁରକ୍ଷା ବାହିନୀ।ତେବେ ସ୍ୱାଭିମାନ ଅଂଚଳକୁ ଅବଶିଷ୍ଟ ଓଡ଼ିଶା ସହିତ ଯୋଡ଼ୁଥିବା ଗୁରୁପ୍ରିୟା ସେତୁର ସୁରକ୍ଷା ସବୁଠାରୁ ଅଧିକ ରହିଛି। କୌଣସି କ୍ଷେତ୍ରରେ ସୁରକ୍ଷାରେ ଯଦି ଢିଲା ହୁଏ ତେବେ ନକ୍ସଲ ଏଠାରେ ବଡ ଅଘଟଣ ଘଟାଇବାରେ ସଫଳ ହେବେ। କୌଣସି ମୂହୁର୍ତ୍ତରେ ମଧ୍ୟ ନକ୍ସଲ ଗୁରୁପ୍ରିୟାକୁ ଟାର୍ଗେଟ କରିପାରନ୍ତି। ସେତୁର ଦୁଇ ପଟେ ବିଏସ୍‌ଏଫ୍‌ ଯବାନ ଯିବା ଆସିବା କରୁଥିବା ଲୋକଙ୍କର ଯାଞ୍ଚ କରୁଛନ୍ତି । ଗୁରୁପ୍ରିୟାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।କିପରି ଗୁରୁପ୍ରିୟାକୁ ସୁରକ୍ଷା ପ୍ରଦାନ କରାଯାଉଛି ତାହା ଆମେ ରାତିରେ ସେଠାରେ ରହି ସ୍ଥିତି ପରଖିଥିଲୁ। ସଂଧ୍ୟା ହେବା ମାତ୍ରେ ଗୁରୁପ୍ରିୟାରେ ଲାଗିଥିବା ଲାଇଟଗୁଡିକ ଝଲସି ଉଠିଥିଲା। ସ୍ୱାଭିମାନ ଅଂଚଳ ପାଇଁ ଏହା ସଂପର୍କର ସେତୁ ହୋଇଥିବାରୁ ସରକାର ଏହାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି। ଯବାନ ଗୁରୁପ୍ରିୟାର ଚାରିଆଡେ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ଯବାନ ସେତୁ ତଳେ ମଧ୍ୟ ବୁଲୁଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ଯବାନ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ନକ୍ସଲଙ୍କର ଗତିବିଧିକୁ ତଦାରଖ କରୁଥିବା ଦେଖିବାକୁ ମିଳିଛି।ଗୁରୁପ୍ରିୟାରେ ସୁରକ୍ଷା ବ୍ୟବସ୍ଥା ଏତେ କଡାକଡି କରାଯାଇଛି ଯେ ଏଠାକୁ ନକ୍ସଲ ଆସିବା ପୂର୍ବରୁ ଶହେ ଥର ଚିନ୍ତା କରିବେ। ଏଠାରେ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଦୂରଦୂରାନ୍ତ ପର୍ଯ୍ୟନ୍ତ ଲାଇଟର ବ୍ୟବସ୍ଥା କରାଯାଇଛି। ଦୁଇ ଘଣ୍ଟାରୁ ପାଞ୍ଚ ଘଣ୍ଟା ଗୋଟିଏ ଦଳ ସେତୁକୁ ଜଗି ରହିଥିବା ବଳେ ଏହା ପରେ ଆଉ ଏକ ଦଳ ଏହାର ସୁରକ୍ଷା ବ୍ୟବସ୍ଥା ହାତକୁ ନେଇଥାଏ। ସେତୁର ସୁରକ୍ଷା ସଂପର୍କରେ ସୁରକ୍ଷାକର୍ମୀଙ୍କ ସହ କଥା ହେଲାବେଳେ ସେମାନେ କିପରି ସେତୁକୁ ସୁରକ୍ଷା ଦେଉଛନ୍ତି ସବୁ ବଖାଣିଥିଲେ।

 

ରାତିରେ ସେତୁ ନିକଟରେ ହେଉଥିବା ଗତିବିଧିକୁ ସୁରକ୍ଷାକର୍ମୀ ଟିକିନିଖି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। କୌଣସି ବି ହଲଚଲ ହେଲେ ସୁରକ୍ଷାକର୍ମୀ ତୁରନ୍ତ ନିଜ ପୋଜିସନ ନେଇଯାନ୍ତି।

ସେତୁରେ ଲାଗିଥିବା ଲାଇଟଗୁଡିକ ଏପରି ଝଲସୁଛି ଯେ ରାତିରେ ଦିନର ଭ୍ରମ ସୃଷ୍ଟି କରୁଛି। ପେପରମେଟଲା ଥାନା ଅଧିକାରୀ ଲକ୍ଷ୍ମୀନାରାୟଣ ମୁଦୁଲିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି। ସେତୁ ନିକଟରେ କୌଣସି ଅଘଟଣ ହେଲେ ସେ ତୁରନ୍ତ ପହଞ୍ଚିଯାନ୍ତି।ସ୍ୱାଭିମାନ ଅଂଚଳରେ ଏବେ ବିକାଶର ଧାରା ଜୋରସୋରରେ ଚାଲିଥିବା ବେଳେ ଏଥିପାଇଁ ସେତୁ ହିଁ ମୁଖ୍ୟ ଭୁମିକା ଗ୍ରହଣ କରୁଛି। ସ୍ୱାଭିମାନ ଅଂଚଳର ୧୫୧ ଗ୍ରାମର ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କ ଲାଇଫ ଲାଇନ କୁହଯାଉଥିବା ଗୁରୁପ୍ରିୟା ସେତୁକୁ ସରକାର ଅତି ଗୁରୁତ୍ୱର ସହ ନେଇ ଏହାର ସୁରକ୍ଷାକୁ ବଢାଇ ଦେଇଛନ୍ତି। ପିଏଲଜିଏରେ ନକ୍ସଲ କିଛି ବି ଘଟାଇବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ତେଣୁ ଏକ କିଲୋମିଟର ବିଶିଷ୍ଟ ଏହି ସେତୁରେ ରାତିରେ ମଧ୍ୟ ସୁରକ୍ଷାକର୍ମୀ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା। ଲୋକେ ରାତିରେ ଯଦି ସେତୁ ପାର ହୁଅନ୍ତି ତେବେ ପ୍ରତ୍ୟେକ ସ୍ଥାନରେ ଯାଞ୍ଚର ସାମ୍ନା କରିବାକୁ ପଡିଥାଏ।ତେବେ ଦିନ ଅପେକ୍ଷା ରାତିରେ ବିପଦ ଅଧିକା ରହିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ନିଜ ପାଖରେ ପରିଚୟ ପତ୍ର ନଥିଲେ ସୁରକ୍ଷାକର୍ମୀ ସଂଦେହ ନଜରରେ ଦେଖନ୍ତି। ତେଣୁ ଏହି ସମୟରେ ଅତି ସତର୍କତା ଅବଲମ୍ବନକୁ ପ୍ରାଥମିକତା ଦିଆଯାଇଥିବା ସୁରକ୍ଷାକର୍ମୀ କହନ୍ତି। ଗୁରୁପ୍ରିୟା ସେତୁ ଯୋଗୁଁ ଆଜି ସ୍ୱାଭିମାନ ଅଂଚଳରେ ବିକାଶର ଚିହ୍ନ ଦେଖିବାକୁ ମିଳିଛି। ଲୋକଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ସୁବିଧା ପହଞ୍ଚାଇ ପାରୁଛନ୍ତି ସରକାର ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026

You Might Also Like