-+91-9937148622 |

prerana_bgr@rediffmail.com |

  Saturday 24th May 2025 |

| | | |

R.N.I. Regd No. ODIODI/2010/46693

Breaking News

ଜନ ସେବକ ସୋମନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ   (23-May-2025)       ||      *ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ଅମୃତ କଳାକାର ପୁରସ୍କାର ପ୍ରଦାନ*   (23-May-2025)       ||      ରୋଜିତା ବାଗ ଙ୍କୁ ଯୁବ କଳାକାର ମେଧାବୃତ୍ତି   (23-May-2025)       ||      ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ    (23-May-2025)       ||      ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ   (23-May-2025)       ||      ରୋଜିତା ବାଗଙ୍କୁ ଯୁବ କଳାକାର ମେଧାବୃତ୍ତି   (23-May-2025)       ||      ଧବଳେଶ୍ଵର ମେହେର ପାଇଲେ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି   (23-May-2025)       ||      ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ   (23-May-2025)       ||      ବିନିକାରେ ୩୦ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାର ଶିଳାନ୍ୟାସ   (23-May-2025)       ||      ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ସାମ୍ୱାଦିକ ସମ୍ମିଳନୀ   (23-May-2025)       ||      *ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ*- *୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ର ଉଦଘାଟନ*- :   (23-May-2025)       ||      ସାଉନ୍ତେଶ୍ୱରୀ ଦେବୀ ମନ୍ଦିର ପର୍ଯ୍ଯଟନସ୍ଥଳୀ ମାନ୍ୟତା ଓ ପୁନରୁଦ୍ଧାର ଦାବି   (23-May-2025)       ||      ଏସ୍ ବି ଆଇ, ବଲାଙ୍ଗୀର ଶାଖା ପକ୍ଷରୁ କୋଏନ ଏକ୍ସଚେଞ୍ଜ ମେଳା ଅନୁଷ୍ଠିତ    (23-May-2025)       ||      ଆୟ-ବ୍ୟୟ ଆଲୋଚନା ସହ ଧନୁଯାତ୍ରା ଫିଲ୍ମ ଓ କଫି ଟେବୁଲ ବୁକ୍ ହେଲା ଉନ୍ମୋଚନ   (23-May-2025)       ||      ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ   (23-May-2025)       ||      ସୋନପୁର ହରଡଖୋଲ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା*- *ଦୁଇ ମୃତ ୮ ଗୁରୁତର*-   (23-May-2025)       ||      କଟଣୀ ଛଟଣୀରେ ଜର୍ଜରିତ ବରଗଡ଼ ଜିଲ୍ଲା ଚାଷୀ   (23-May-2025)       ||      ଆଜି ଠାରୁ ଜିଲ୍ଲାରେ ରବି ଧାନ କିଣା ଆରମ୍ଭ –ଭାଲେର ପେକ୍ସ ରେ ଧାନ କିଣା ର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ    (23-May-2025)       ||      ଆମ୍ବରୁ ବିଭିନ୍ନ ମୂଲ୍ୟ ଯୁକ୍ତ ପଦାର୍ଥର ପ୍ରସ୍ତୁତି ସମ୍ବନ୍ଦୀୟ ତାଲିମ କାର୍ଯ୍ୟକ୍ରମ   (23-May-2025)       ||      ଶତାୟୁ ୰ଧୋବେଇ ଚରଣ ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ   (23-May-2025)       ||     

HOME   ଜିଲ୍ଲା

ବାରପାହାଡ ମହୋତ୍ସବ ଉଦଯାପିତ... ବାରପାହାଡ ଦେବୀପୀଠର ଉନ୍ନତିକରଣ ହେବ-ମନ୍ତ୍ରୀ ନିରଂଜନ ପୂଜାହାରୀ

20-Dec-2022



ବଲାଙ୍ଗୀର(ପ୍ରେରଣା ଖବର) -ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ତ୍ରୀବେଣୀଛକରେ ବାରପାହାଡ ମହୋତ୍ସବ ଓ କଂସଦରବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ସଂଧ୍ୟାରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ଅର୍ଥ ଓ ସଂସଦୀୟମନ୍ତ୍ରୀ ନିରଂଜନ ପୁଜାହାରୀ ଜାନୁୟାରୀ ମାସରେ ସେ ଉଚ୍ଚପ୍ରତିନିଧଦଳ ସହିତ ଦେବୀବାରପାହଡ ପୀଠର ପରିଦର୍ଶନ କରିବେ ଓ ଏହାର ଉନ୍ନତିକରଣ କରାଇବେ । ମେଣ୍ଡା,ଦେଉଳପଦର,ପାଇକବାହାଲ ପଞ୍ଚାୟତର ଉତ୍ସାହୀ ଯୁବକମାନଙ୍କ ଦ୍ୱାରା ଏହା ଆୟୋଜିତ ହେଉଥିବା ଏହି ମହୋତ୍ସବରେ ଏହି ଅଞ୍ଚଳର ପ୍ରାୟ ୬ଟି ପଞ୍ଚାୟତର ହଜାର ହଜାର ଲୋକ ସମ୍ମିଳିତ ହୋଇଥିଲେ । ମହୋତ୍ସବ ଅବସରରେ ମୀନାବଜାର ଲାଗିଥିଲା । ଫଳରେ ହଜାର ହଜାର ଦର୍ଶକ ଏଠାରେ ସମ୍ମିଳିତ ହେଉଛନ୍ତି । ମେଣ୍ଡା ଗଡତୀଅଞ୍ଚଳର ଇଷ୍ଟଦେବୀ ବାରପାହାଡଙ୍କ ନାମରେ ମହୋତ୍ସବ ନାମକରଣ କରାଯାଇଛି । ମହୋତ୍ସବରେ କଂସଦରବାର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ଏହି ମହୋତ୍ସବରେ ସୁବର୍ଣ୍ଣପୁର ଜିଲ୍ଲାର ଲୋକପ୍ରତିନିଧିମାନଙ୍କ ସହିତ ପ୍ରଶାସନିକ ଅଧିକାରୀମାନେ ଯୋଗଦେଉଥିଲେ । ଶେଷ ସଂଧ୍ୟାରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଅର୍ଥ ଓ ସଂସଦୀୟ ବ୍ୟାପାରମନ୍ତ୍ରୀ ନିରଂଜନ ପୂଜାହାରୀ,ସମ୍ମାନୀତ ଅତିଥି ଭାବରେ ବରିଷ୍ଠ କଳାକାର କରମଚାନ୍ଦ ମହାନ୍ତି ଯୋଗଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ପୂଜାହାରୀ ତାଙ୍କ ବକ୍ତବ୍ୟରେ ବାରପାହାଡ ରିଜର୍ଭଜଙ୍ଗଲରେ ଥିବା ଦେବୀ ବାରପାହାଡଙ୍କ ପୀଠର ଉନ୍ନତିକରଣ ଓ ପର୍ଯ୍ୟଟନସ୍ଥଳୀ ପାଇଁ  ହେଉଥିବା ଦାବିକୁ ଉପରେ ପଦକ୍ଷେପ ନେବେ ବୋଲି କହିଥିଲେ । କଳାକାର କରମଚାନ୍ଦ ତାଙ୍କ ନିଜସ୍ୱ ଶୈଳୀରେ ଏକ ଗୀତବୋଲିଥିଲେ ।  କଂସଦରବାରରେ କଂସ ଭୂମିକାରେ ଥିବା ବଲାଙ୍ଗୀର ଜିଲ୍ଲା ଫଟକରାଗ୍ରାମର ଅନୀଲ ନାଏକ ଓ ତାଙ୍କ ଟିମ୍‌ର ଅଭିନୟ ଖୁବ ଉଚ୍ଚକୋଟିର ହୋଇଥିଲା । ଶେଷଦିନରେ କଂସବଧ ହୋଇଥିଲା । ଅସତ୍ୟ ଉପରେ ସତ୍ୟର ବିଜୟକୁ ମନେପକାଇବାକୁ କଂସଦରବାର ଆୟୋଜିତ ହେଉଛି ।  ଯାହାକି ଦର୍ଶକଙ୍କୁ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କୁ ଆକର୍ଷିତ କରୁଛି । ଶେଷଦିନରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମହୋତ୍ସବ ସ୍ଥଳିକୁ ପହଞ୍ଚି ଅଞ୍ଚଳର ବିକାଶ ପାଇଁ ମନ୍ତ୍ରୀ ଶ୍ରୀ ପୂଜାହାରୀଙ୍କ ସହ ଆଲୋଚନା କରିଥିଲେ । ମହୋତ୍ସବ କମିଟିର ଯୁବନେତା ରାଜେନ୍ଦ୍ର ପଣ୍ଡା,ତରଭା ବ୍ଲକଅଧ୍ୟକ୍ଷ ସରୋଜ କମ୍ପ,ପାଇକବାହାଲ ସରପଞ୍ଚଗଣନାଥ ସାହୁ,ସାଗରତଳଗୋଠର ରାମଶଙ୍କର ମହାପାତ୍ର,ଗଜେନ୍ଦ୍ର ମେହେର,ମେଣ୍ଡାର ପୂର୍ବତନ ସରପଞ୍ଚହୃଷିକେଶ ପାତ୍ର,ପାଇକବାହାଲର ଚକ୍ରଧର ସା,ରାଜପାଲିର ହୃଷିକେଶ ପଣ୍ଡା,ମଦନମୋହନ ପଣ୍ଡା,ବ୍ରାହ୍ମଣୀପାଲିର ଭାଗିରଥି ସାହୁ,ରାଜୀବ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଜନ ସେବକ ସୋମନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ   23-May-2025
  ଜିଲ୍ଲା  
*ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ଅମୃତ କଳାକାର ପୁରସ୍କାର ପ୍ରଦାନ*   23-May-2025
  ଜିଲ୍ଲା  
ରୋଜିତା ବାଗ ଙ୍କୁ ଯୁବ କଳାକାର ମେଧାବୃତ୍ତି   23-May-2025
  ଜିଲ୍ଲା  
ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ   23-May-2025
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ   23-May-2025
  ଜିଲ୍ଲା  
ରୋଜିତା ବାଗଙ୍କୁ ଯୁବ କଳାକାର ମେଧାବୃତ୍ତି   23-May-2025
  ଜିଲ୍ଲା  
ଧବଳେଶ୍ଵର ମେହେର ପାଇଲେ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି   23-May-2025
  ଜିଲ୍ଲା  
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ   23-May-2025
  ଜିଲ୍ଲା  
ବିନିକାରେ ୩୦ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାର ଶିଳାନ୍ୟାସ   23-May-2025
  ଜିଲ୍ଲା  
ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ସାମ୍ୱାଦିକ ସମ୍ମିଳନୀ   23-May-2025
  ଜିଲ୍ଲା  
*ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ*- *୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ର ଉଦଘାଟନ*- :   23-May-2025
  ଜିଲ୍ଲା  
ସାଉନ୍ତେଶ୍ୱରୀ ଦେବୀ ମନ୍ଦିର ପର୍ଯ୍ଯଟନସ୍ଥଳୀ ମାନ୍ୟତା ଓ ପୁନରୁଦ୍ଧାର ଦାବି   23-May-2025

You Might Also Like