-+91-9937148622 |
prerana_bgr@rediffmail.com |
Tuesday 10th November 2026 |
R.N.I. Regd No. ODIODI/2010/46693
Breaking News
09-May-2022
ଟିଟିଲାଗଡ ଥାନା ଗୁଲମି ନିକଟ ରେ ଥିବା ଭାଟିପଡା ଜଙ୍ଗଲ ରୁ ଗୋଟିଏ ଅଜଣା ଶବ ଉଦ୍ଧାର ହୋଇଛି। ସୂଚନା ମୁତାବକ ଶନିବାର ପୁଲିସ ଗୁଲମି ନିକଟରେ ଥିବା ଜଙ୍ଗଲ ରେ ଏକ ଶବ ପଡିଥିବା କୌଣସି ସୁତ୍ରରୁ ଖବର ପାଇ ଛାନଭିନ ଆରମ୍ଭ କରିଥିଲା। ହେଲେ କୋଣସି ସୁରାଗ ନ ପାଇ ପୁଲିସ କୁ ଖାଲି ହାତରେ ଫେରିବାକୁ ପଡିଥିଲା। ରବିବାର ପୁଣି ଏକ ସୁତ୍ରରୁ ଖବର ପାଇ ଗୁଲମି ଗାଁ ନିକଟ ରେ ଥିବା ଭାଟିପଡା ଜଙ୍ଗଲ ରେ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଆଜି ପୁଲିସ ସେହି ମହିଳା ର ଶବ ଠାବ କରିବା ରେ ସଫଳ ହେଇଛି । ଶବ ର ଚିହ୍ନଟ ଏ ଯାଏ ହୋଇନାହି ହେଲେ ସ୍ଥାନୀୟ ଲୋକ କହିବା ଅନୁସାରେ ମହିଳା ଜଣେ ମାନସିକ ସ୍ତରରେ ଅସୁସ୍ଥ ବୋଲି ଜଣା ପଡିଛି। ଶବ ଟି ବିଗତ ୩ ରୁ ୪ ଦିନ ଅଧିକ ସମୟ ରୁ ପଡିଥିବା ପୁଲିସ ପକ୍ଷରୁ ଜଣାପଡିଛି। ତେବେ ପୁଲିସ ଶବଟିକୁ ଠାବ କରି ୟୁଡି କେସ ନମ୍ବର ୧୩ ରୁଜୁ କରି ଶବ ଚିହ୍ନଟ ପାଇଁ ମରଚ୍ୟୁରୀ ରେ ରଖିଥିବା ପୋଲିସ ପକ୍ଷରୁ ଜଣାପଡିଛି ।