-+91-9937148622 |

prerana_bgr@rediffmail.com |

  Friday 20th May 2022 |

| | | |

R.N.I. Regd No. ODIODI/2010/46693

Breaking News

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଶେଷରେ ଲୋଇସିଂହା ଥାନାର ଦ୍ୱାରସ୍ଥ ହେଲେ ପୀଡିତା    (19-May-2022)       ||      ଠିକାଦାର ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୀ ଉତ୍ସବ ଅନୁଷ୍ଠିତ    (19-May-2022)       ||      ଅଜଣା ବ୍ୟକ୍ତି ଙ୍କ ମୃତ ଶରୀର ଏକଶଙ୍ଖ ତଳୁ ଠାବ    (19-May-2022)       ||      ପାଟଣାଗଡ ବ୍ଲକ୍ ଜେଇ ହତ୍ୟାକାଣ୍ଡର ଆଉ ଏକ ଦିଗର ସମ୍ଭାବନା ! କପାକ୍ଷେତ ନିକଟସ୍ଥ ଫାର୍ମପଣ୍ଡ୍ କାରଣ ନୁହେଁ ତ ?    (19-May-2022)       ||      ମେ ୨୭ ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌   (19-May-2022)       ||      ଶିକ୍ଷକ କ୍ଷୀର ସାଗର ଙ୍କ ହୃଦଘାତରେ ମୃତ୍ୟୁ   (19-May-2022)       ||      ମାଟିଆଭଟା ଗାଁର ପୋଖରୀ ଅଳିଆ ଆବର୍ଜ୍ଜନା ଓ ପଦ୍ମଫୁଲ ସଫା କଲେ ମନରେଗା ଶ୍ରମିକ ଗୋଷ୍ଠୀ   (19-May-2022)       ||      ଆର୍ନ୍ତଜାତୀୟ ସଂଗ୍ରହାଳୟ ସପ୍ତାହରେ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ପରିଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ    (19-May-2022)       ||      ବିନିକାରେ ମଡେଲ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ   (19-May-2022)       ||      ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା କଲେଜ ସ୍ଥାୟୀ ପଟ୍ଟା ବଣ୍ଟନ   (19-May-2022)       ||      ଅଧାପନ୍ତରିଆ ଅବସ୍ଥାରେ ମହୁରୁଣ୍ଡି ଗାଁର ବିଦ୍ୟାଳୟ    (19-May-2022)       ||      କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ନୂଆ ଓ୍ବେବ ସିରିଜ୍ "ସୁପାରୀ"   (19-May-2022)       ||      ରେଢ଼ାଖୋଲ ଜଂଗଲରୁ ରଥ ନିର୍ମାଣ ପାଇଁ ପୁରୀ ଗଲା କାଠ   (18-May-2022)       ||      ଆର୍ନ୍ତଜାତୀୟ ସଂଗ୍ରହାଳୟ ସପ୍ତାହରେ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ପରିଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ    (18-May-2022)       ||      ଷୋହଳ ପ୍ରହରୀ ନାମ ସଂକୀର୍ତ୍ତନ୍ୟ ଅନୁଷ୍ଠିତ   (18-May-2022)       ||      ଭାରତୀୟ ପ୍ରବାସୀ ପରିଷଦ ସଂଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (18-May-2022)       ||      ଲୋଇସିଂହାରେ ଅର୍ଗସ ନ୍ୟୁଜ ର ନୂତନ କାର୍ଯ୍ୟାଳୟ ଉଦଘାଟିତ    (18-May-2022)       ||      ଜାତୀୟ କରାଟେ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ଗୋଆ ଗସ୍ତ   (18-May-2022)       ||      ରାମକୃଷ୍ଣ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ   (18-May-2022)       ||      କୃଷକନେତା ଡ.ସୁଧିର ପରିଚ୍ଛାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ସ୍ୱର୍ଗତ ପରିଚ୍ଛା ଜଣେ ସାହସୀ ଚାଷୀ ନେତା ଥିଲେ-ନରସିଂହ   (18-May-2022)       ||     

HOME   ଅପରାଧ

ଯୁବକଙ୍କୁ ପିଟି ପିଟି ହତ୍ଯା,ଜଣେ ମୃତ, ଜଣେ ଗୁରୁତ୍ୱର

01-May-2022



ବଲାଙ୍ଗିର//   ବଲାଙ୍ଗିର ଜିଲ୍ଲା ଲୋଇସିଂହା ସହରରେ ଚାଞ୍ଚଲ୍ୟ। ଗୋଡ଼ାଇ ଗୋଡ଼ାଇ ପିଟି ପିଟି ଜଣେ ଯୁବକଙ୍କୁ କରାଯାଇଛି ହତ୍ୟା। ଗତକାଲି ରାତିରେ ଘଟିଛି ଏହି ଘଟଣା।
 ମୃତକଙ୍କ ନାଁ ରୂପକ ହନୁମାନ। ଗୁରୁତର ଆହତ ହୋଇଥିବା ଯୁବକଙ୍କ ନାଁ ସରୋଜ ବିଶି। ଉଭୟ ଲୋଇସିଂହା ଵ୍ଳକର ସଦର ମହକୁମା ଜଡାମୁଣ୍ଡା  ବାସିନ୍ଦା। ଲୋଇସିଂହା ବ୍ଳକ୍ ଛକରେ ରାତି ପ୍ରାୟ ସାଢ଼େ ୯ଟା ବେଳେ ୫ ଜଣ ଯୁବକ ସେମାନଙ୍କୁ ଆକ୍ରମଣ କରିଥିଲେ। ରୂପକ ଓ ସରୋଜ ଵିଶି  ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟି ଥିଲେ। ରୂପକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ସେ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ଗୁରୁତର ସରୋଜ ଵିଶି ଙ୍କୁ ବୁର୍ଲା ବଡ଼

ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପୂର୍ବ ଶତ୍ରୁତାରୁ ଏହା ଘଟି ଥାଇପାରେ ବୋଲି କୁହାଯାଉଛି।
 ମୃତ ରୂପକଙ୍କ ବଡ଼ ଭାଇ ଦୀପକ କୁମାର ହନୁମାନ କହିଛନ୍ତି, ସେ (ରୂପକ) ଗତକାଲି ରାତି ୯ଟା ୧୫ ପର୍ଯ୍ୟନ୍ତ ଘରେ ଶୋଇଥିଲା। ତା’ପରେ ତା’ ପାଖକୁ ବାରମ୍ବାର କଲ୍ ଆସିଥିଲା। ତେଣୁ ସେ ଘରୁ ବାହାରି ଯାଇଥିଲା। ୫ ମିନିଟ୍ ପରେ ଆମେ ତାକୁ ଫୋନ୍ କଲୁ ଖାଇବା ପାଇଁ। କିନ୍ତୁ ସେ ଫୋନ୍ ଉଠାଇଲା ନାହିଁ। କିଛି ସମୟ ପରେ ଆମ ପାଖକୁ କଲ୍ ଆସିଲା ଯେ ରୂପକକୁ ମାରପିଟ କରାଯାଇଛି। ମୁଁ ଘଟଣାସ୍ଥଳକୁ ଗଲି। ସେଠାରେ ଦେଖିଲି ମୋ ଭାଇକୁ ବହୁତ ଜୋରରେ ମାଡ଼ ଦିଆଯାଇଛି। ପ୍ରଥମେ ତାକୁ ଲୋଇସିଂହା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଗଲା। ସେଠାରୁ ବଲାଙ୍ଗିର ରେଫର କରାଗଲା। ବଲାଙ୍ଗିର ହସ୍‌ପିଟାଲ୍‌ରେ ତା’ର ମୃତ୍ୟୁ ହେଲା।
 

 ସେ ଆହୁରି କହିଛନ୍ତି, ଲୋଇସିଂହାରେ ରହୁଥିବା କିଛି ଯୁବକ ତାକୁ ପୂର୍ବରୁ ବିଭିନ୍ନ ସମୟରେ ଚେତାବନୀ ଦେଇଥିଲେ। ମୋତେ ସେ ଏ କଥା କହିଥିଲା। ସେମାନଙ୍କ ମଧ୍ୟରେ ଅଛନ୍ତି ଉଜ୍ଜ୍ୱଲ ଜାଲ୍‌, ବଡ଼ବାରୀ, ସୁନ୍ଦର ସ୍ୱାଇଁ, ଦେବାନନ୍ଦ କାଣ୍ଡି ଓ ସତ୍ୟଜିତ୍ ବାଗ୍‌ । ବଡ଼ବାରୀ ଓ ସୁନ୍ଦରର ଘର ଫାସଡ଼ରେ। ଉଜ୍ଜ୍ୱଲ ଓ ସତ୍ୟଜିତ୍‌ ବାଗର ଘର ଲୋଇସିଂହାରେ। ଦେବାନନ୍ଦ ଅନ୍ୟ କେଉଁ ସ୍ଥାନର ଯୁବକ। କିନ୍ତୁ ସେ ଲୋଇସିଂହାରେ ରହୁଛି। ଏହି ୫ ଜଣ ହିଁ ମୋର ଭାଇକୁ ପିଟି ପିଟି ମାରିଛନ୍ତି। ଲୁହା ରଡ୍‌ରେ ସେମାନେ ପିଟିଲା ଭଳି ଜଣାପଡ଼ୁଛି।
 ପୁଲିସ୍ ରୂପକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଖୋଳତାଡ଼ କରୁଛି।

(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ


News Comment




Photo in News

Advertisment
Lastest News
  ଜିଲ୍ଲା  
ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଶେଷରେ ଲୋଇସିଂହା ଥାନାର ଦ୍ୱାରସ୍ଥ ହେଲେ ପୀଡିତା   19-May-2022
  ଜିଲ୍ଲା  
ଠିକାଦାର ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୀ ଉତ୍ସବ ଅନୁଷ୍ଠିତ   19-May-2022
  ଜିଲ୍ଲା  
ଅଜଣା ବ୍ୟକ୍ତି ଙ୍କ ମୃତ ଶରୀର ଏକଶଙ୍ଖ ତଳୁ ଠାବ   19-May-2022
  ଜିଲ୍ଲା  
ପାଟଣାଗଡ ବ୍ଲକ୍ ଜେଇ ହତ୍ୟାକାଣ୍ଡର ଆଉ ଏକ ଦିଗର ସମ୍ଭାବନା ! କପାକ୍ଷେତ ନିକଟସ୍ଥ ଫାର୍ମପଣ୍ଡ୍ କାରଣ ନୁହେଁ ତ ?   19-May-2022
  ଜିଲ୍ଲା  
ମେ ୨୭ ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌   19-May-2022
  ଜିଲ୍ଲା  
ଶିକ୍ଷକ କ୍ଷୀର ସାଗର ଙ୍କ ହୃଦଘାତରେ ମୃତ୍ୟୁ   19-May-2022
  ଜିଲ୍ଲା  
ମାଟିଆଭଟା ଗାଁର ପୋଖରୀ ଅଳିଆ ଆବର୍ଜ୍ଜନା ଓ ପଦ୍ମଫୁଲ ସଫା କଲେ ମନରେଗା ଶ୍ରମିକ ଗୋଷ୍ଠୀ   19-May-2022
  ରାଜ୍ୟ  
ଆର୍ନ୍ତଜାତୀୟ ସଂଗ୍ରହାଳୟ ସପ୍ତାହରେ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ପରିଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ   19-May-2022
  ଜିଲ୍ଲା  
ବିନିକାରେ ମଡେଲ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ   19-May-2022
  ଜିଲ୍ଲା  
ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା କଲେଜ ସ୍ଥାୟୀ ପଟ୍ଟା ବଣ୍ଟନ   19-May-2022
  ଜିଲ୍ଲା  
ଅଧାପନ୍ତରିଆ ଅବସ୍ଥାରେ ମହୁରୁଣ୍ଡି ଗାଁର ବିଦ୍ୟାଳୟ   19-May-2022
  ମନୋରଞ୍ଜନ  
କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ନୂଆ ଓ୍ବେବ ସିରିଜ୍ "ସୁପାରୀ"   19-May-2022

You Might Also Like