-+91-9937148622 |
prerana_bgr@rediffmail.com |
Sunday 25th October 2026 |
R.N.I. Regd No. ODIODI/2010/46693
Breaking News
18-Nov-2020
ସଇଁତଳା, (ପ୍ରେରଣା ଖବର) - ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ୧୮ ଦଫା ଦାବି ନେଇ ବିକ୍ଷୋଭ କରାଯାଇଥିଲା ।ଆଦିବାସୀମାନଙ୍କ ନାରେ ଷଡ଼ଯନ୍ତ୍ର, ବିକାଶ ନାରେ ଆଦିବାସି ମାନଙ୍କୁ ବିସ୍ଥାପନ, ସମ୍ପତ୍ତିକୁ ସମାପ୍ତ ଚକ୍ରାନ୍ତ, ନକଲି ଓ ମିଥ୍ଯା ମାମଲା,ଲକଡାଉନ ସମୟରେ ଲୋକଙ୍କ ମୌଳିକ ଆଧିକା ଉଲଂଘନ, ଭୂ ମାଫିଆଙ୍କ ଅତ୍ୟାଚାର, ଧାର୍ମିକ ସ୍ୱାଧିନତାରୁ ବଞ୍ଚିତ, ନକ୍ସାଲାଇଟ ଭାବେ ଦେଖିବା, ଆଦିବାସୀଙ୍କ ବିଛ୍ଛନ୍ନ କରଣ,ମହାପୁରୁଷଙ୍କୁ ବିକ୍ରୃତ କରିବାର ଷଡ଼ଯନ୍ତ୍ର ରୁ ମୁକ୍ତି ପାଇଁ ଆଜି ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦି ଆଦିବାସୀମାନଙ୍କୁ ଅଧିକାରୁ ବଞ୍ଚିତ କରାଯାଏ ତାହାହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ। ଏ ନେଇ ତହସିଲଦାରଙ୍କ ଜରିଆରେ ଦେଶର ରାଷ୍ଟ୍ରପତିଙ୍କ ନିକଟକୁ ଏକ ସ୍କାରକ ପତ୍ର ପ୍ରଦାନ କରାଯାଇଛି । ଏହି ଆନ୍ଦୋଳନ ଗ୍ରାମ,ବ୍ଲକ, ତହସିଲ ସମେତ ବିଭିନ୍ନ ଉପଖଣ୍ଡ ସ୍ତରୀୟରେ ମଧ୍ୟ କରାଯିବ ବୋଲି ଚେତାଵନୀ ଦେଇଛି ଆଦିବାସୀ ଏକତା ପରିଷଦ ।ଖୁସିରାମ ଜାନୀ--ଜିଲ୍ଲା ସଭାପତି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସୁଶାନ୍ତ ଭୋଈ--ଜିଲ୍ଲା ସଭାପତି ରାଷ୍ଟ୍ରୀୟ ଆଦିବାସୀ ଛାତ୍ରସଙ୍ଘ ରାଜେନ୍ଦ୍ର ଭୋଇ,ବସୁଦେବ ପ୍ରଧାନୀ,ଦାମୋଦର ମାଝୀ,ବେଣୁଧର ଭୋଇ,ନିମାଈ ଚରଣ ଭୋଇ ଏଡଭୋକେଟ ଜଗେଶ୍ୱର ଜାନୀ, ଏଡଭୋକେଟ ଗୋକୁଳ ଗଣ୍ଡା,ଲକ୍ଷ୍ମୀ କାନ୍ତ ଭୋଇ ଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।