-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
12-Dec-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା): ଆଜି ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ମେଗା ସ୍ୱାସ୍ଥ୍ୟ ଶିବିରରେ ହଜାର ହଜାର ରୋଗୀ ଉପସ୍ଥିତ ରହିଥିଲେ । ବହୁ ନାମୀଦାମୀ ଡାକ୍ତର ଏହି ମେଗା ଶିବିରରେ ଯୋଗ ଦେଇଥିଲେ । ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତେ ନିଷ୍ଠାର ସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଲାଗି ପଡିିଥିଲେ । ପ୍ରତ୍ୟେକ ରୋଗୀ କିପରି ଉତ୍ତମ ସେବା ପାଇବେ, ସେଥିପାଇଁ ସ୍ୱେଚ୍ଛାସେବୀଙ୍କ ଠାରୁ ଆରମ୍ଭ କରି ଅଭିଜ୍ଞ ଡାକ୍ତରମାନେ ନିଜ କାର୍ଯ୍ୟ ସଠିକ୍ ଭାବେ ସମ୍ପାଦନା କରିଥିଲେ । ଏହା ମଧ୍ୟରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ଡ଼ ପୋମା ଟୁଡୁ ବହୁ ସମୟ ଧରି ରୋଗୀମାନଙ୍କ ସୁବିଧା ପାଇଁ ନିଜେ ମହିଳା ରୋଗୀମାନଙ୍କୁ ଦେଖିଥିଲେ । ଏଥି ସହିତ ମହିଳାମାନଙ୍କ ସ୍ୱାସ୍ଥ୍ୟ ସଂପର୍କିତ ସୂଚନା ଓ ପରାମର୍ଶ ଦେଉଥିଲେ । ଯାହାକୁ ନେଇ ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଇଥିବା ମହିଳା ରୋଗୀମାନେ ଖୁବ୍ ଆନନ୍ଦ ପ୍ରକଟ କରିଥିଲେ । ଅନେକ ରୋଗୀ ଡାକ୍ତର ହିସାବରେ ସେମାନଙ୍କ ସବିଶେଷ ରୋଗର ବିବରଣୀ ପ୍ରକାଶ କରିଥିଲେ ମଧ୍ୟ ସେମାନେ ଜାଣିପାଣିନଥିଲେ ଜିଲ୍ଲାପାଳ ଜଣେ ଡାକ୍ତର ହିସାବରେ ସେମାନଙ୍କୁ ସେବା ଯୋଗାଇ ଦେଉଛନ୍ତି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲାପାଳ ଡ଼ ପୋମ ଟୁଡୁ ନିଜେ ଜଣେ ଡାକ୍ତର ହିସାବରେ ଆଜି ରୋଗୀ ଦେଖିବା ସହ ରୋମୀମାନଙ୍କୁ ପରାମର୍ଶ ଦେଉଥିଲେ । ଯାହାକୁ ନେଇ ଓଡ଼ଗାଁ ଅଞ୍ଚଳରେ ଆଲୋଚନାର ବିଷୟବସ୍ତୁ ପାଲଟିଛି ।