-+91-9937148622 |
prerana_bgr@rediffmail.com |
Tuesday 16th August 2022 |
R.N.I. Regd No. ODIODI/2010/46693
Breaking News
12-Dec-2021
ଢେଙ୍କାନାଳ, ଆଜି ଢେଙ୍କାନାଳ ସହରର ଯଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ବିଶ୍ବହିନ୍ଦୁ ପରିଷଦର ଢେଙ୍କାନାଳର ସଭାପତି ଶ୍ରୀ ରଘୁନାଥ ପଣ୍ଡା ତତ୍ୱବାଧାନରେ ଅନୁଷ୍ଠିତ ହୋଇଯାଇଛି ।ଆଜିର ଏହି ବୈଠକରେ ସମ୍ପାଦକ ଉମେଶ ଚନ୍ଦ୍ର ରାଉତ,ରତ୍ନ ଭୂଷଣ ସାହୁ, ପ୍ରାନ୍ତ ସରାଂକ୍ଷକ ଶରତ ଚନ୍ଦ୍ର ଷଡ଼ଙ୍ଗୀ,ଧର୍ମଚାର୍ଯ୍ୟ ଜିତେନ୍ଦ୍ର ବେହେରା, ବିଭାଗ ସଂଗଠନ ମନ୍ତ୍ରୀ ଅସିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ଆଜିର ଏହି ବୈଠକରେ ଏକାତ୍ମକ ମନ୍ତ୍ର ଉଚ୍ଚାରଣ, ଜୟଘୋଷ ପାଠ କରାଯିବା ସହ ନୂତନ କର୍ମକର୍ତ୍ତା ଚୟନ ଓ ନାମ ପଦ ଘୋଷଣା କରାଯାଇଥିଲା । ହିନ୍ଦୁମାନଙ୍କର ସୁରକ୍ଷା ହିନ୍ଦୁ ରାଷ୍ଟ୍ରର ପରିକଳ୍ପନା ପୂର୍ବକ ଚିନ୍ତନ କରାଯାଇ ସଭାକାର୍ଯ୍ୟ ଶେଷ କରାଯାଇଥିଲା । ଆଜିର ବୈଠକରେ ସଭାପତି ରଘୁନାଥ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।ମୁଖ୍ୟ ଅତିଥିରୁପେ ଇନ୍ଦ୍ରମଣି ମଲିକ ଉଦବୋଧନ ଦେଇଥିଲେ । ଆଜିର କାର୍ଯ୍ୟକ୍ରମକୁ ଉପସଭାପତି ଅକ୍ଷୟ କୁମାର ନାଥ ପରିଚାଳନା କରିଥିଲେ ।