-+91-9937148622 |

prerana_bgr@rediffmail.com |

  Thursday 12th November 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ର ଶିକ୍ଷା ବିଭାଗ ତରଫରୁ "ଜାତୀୟ ଶିକ୍ଷା ଦିବସ" ୨୦୨୬ ପାଳିତ   (11-Nov-2026)       ||      ଏସ୍ ଯୁଜେ ବୌଦ୍ଧ ଶାଖାର ବାର୍ଷିକୋତ୍ସବ ୨୯ରେ    (11-Nov-2026)       ||      ୮୬ ବର୍ଷରେ ଆଖି ବୁଜିଲେ ଭାଗବତପ୍ରେମୀ ମକରଧ୍ୱଜ ନାୟକ, ତାଙ୍କ ବିୟୋଗରେ ବଲାଙ୍ଗିରରୁ ଭାଲୁପାଲି ପର୍ଯ୍ୟନ୍ତ ଶୋକର ଛାୟା।   (11-Nov-2026)       ||      ଦାଦନ ଶ୍ରମିକଙ୍କ ସୁରକ୍ଷା, ଶିଶୁ ଶ୍ରମିକ ନିରାକରଣ ଓ ମହିଳା ଅଧିକାର ଉପରେ ଗୁରୁତ୍ୱାରୋପ   (11-Nov-2026)       ||      ବରିଷ୍ଠ ସାମ୍ବାଦିକ ଆହତ   (11-Nov-2026)       ||      ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ   (11-Nov-2026)       ||      ଆଠ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଶଳ ସୁନ୍ଦରୀ ମୁକୁଟ ହାତେଇଲେ ବଲାଙ୍ଗିରର ରାଜଶ୍ରୀ ଦାଶ   (11-Nov-2026)       ||      ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ମୋସିନ ଖାଁ ଓ ଘନଶ୍ୟାମ ଆଡ଼ଯୁଆଡ    (11-Nov-2026)       ||      ଭୀମପାହାଡ ମହୋତ୍ସବ-୨୦୨୬ର ତୃତୀୟ ସଂଧ୍ୟା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ   (11-Nov-2026)       ||      ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ପଲ୍ଲିଶ୍ରୀ ପଡ଼ିଆ ଡୁଡୁକା ଠାରେ ୟୁନିଟି ସ୍ପୋର୍ଟସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ    (10-Nov-2026)       ||      ବଲାଙ୍ଗୀରରେ ଗୋପାଳଜୀ ମନ୍ଦିରରେ ଦକ୍ଷିଣ କାଳୀ ପୂଜା, ପାଟଣେଶ୍ୱରୀ ପୀଠକୁ ନେଇ ବିବାଦ ମଧ୍ୟରେ ଉଠିଲା ନୂଆ ପ୍ରଶ୍ନ!   (10-Nov-2026)       ||      ସଇଁତଳା ଥାନା ସମ୍ମୁଖରେ ଜଗନ୍ନାଥ୍ ଏକ୍ସପ୍ରେସ ବସ୍ ଓ ଟ୍ରକ୍ ଧକ୍କା ଘଟଣା - ଏକ ନମ୍ବର ସିଟରେ ବସିଥିବା ସତ୍ୟଭାମା ସାହୁଙ୍କୁ ମୁଣ୍ଡରେ ଲାଗିଛି ଗଭିର ଆଘାତ - ପଡ଼ିଲା ୧୬ ଷ୍ଟିଚ   (10-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ବିଜ୍ଞାନ ଦିବସ ପାଳିତ   (10-Nov-2026)       ||      କେଲିଆ ଶୈବପୀଠ ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ   (10-Nov-2026)       ||      ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ   (10-Nov-2026)       ||      ଝରିଗାଁ କୋର୍ଟ ପରିସରରେ ଆଇନଜୀବି ଉପରେ ଆକ୍ରମଣ କୁ ଦୃଢ଼ ନିନ୍ଦା କଲେ ଡାବୁଗାଁ ଆଇନଜୀବୀମାନେ   (10-Nov-2026)       ||      ବିନିକା କଂସାରୀପଡ଼ାରେ ମହା ଆଡ଼ମ୍ବରରେ ପାଳିତ ହେଲା ଗିରି ଗୋବର୍ଦ୍ଧନ ପୂଜା,ବିରାଟ ଶୋଭାଯାତ୍ରାରେ କମ୍ପିଲା ସହର   (10-Nov-2026)       ||      ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ   (10-Nov-2026)       ||      *ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭେଟିଲେ ବୁଟିଆଗୁଡାର ଅଲେଖ ଭକ୍ତ, ମହିମା ମନ୍ଦିରର ଉନ୍ନତି ନେଇ ଆଲୋଚନା*   (10-Nov-2026)       ||      ମୁଡ଼ଶୁଣ୍ଢୀ ରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (10-Nov-2026)       ||     

HOME   ଜିଲ୍ଲା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ରାଜନୈତିକ ଅଭିସନ୍ଧି: ହେମନ୍ତ ପଣ୍ଡା, ଗରିବଙ୍କ ସହାୟତା ପାଇଁ ଉଦ୍ଦିଷ୍ଟ ଯୋଜନାରେ ହୀନ ରାଜନୈତିକ ଉଦ୍ଦେଶ୍ୟ

02-Dec-2021



ବଲାଙ୍ଗୀର/(ପ୍ରେରଣା ଖବର) - ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ରେ ରାଜ୍ୟ ମାନଙ୍କୁ ଅର୍ଥ ଆବଣ୍ଟନ ଓ ଅର୍ଥ ପ୍ରଦାନର ତଥ୍ୟକୁ ଅନୁଧ୍ୟାନ କଲେ କେନ୍ଦ୍ର ସରକାରଙ୍କ ରାଜନୈତିକ ଅଭିସନ୍ଧି ଜଳ ଜଳ ହୋଇ ଦିସୁଛି ବୋଲି ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରା)ର ସ୍ଥିତି ଓ ପରିବୃଦ୍ଧି ସମ୍ବନ୍ଧରେ କେତେକ ତଥ୍ୟ ସୂଚନା ଅଧିକାର ଆଇନ ବଳରେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସୂଚନା କର୍ମି ପଣ୍ଡା ମାଗିଥିଲେ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଦାନ କରିଥିବା ତଥ୍ୟରୁ ଜଣାପଡିଛି ଯେ, ଗତ ୫ ବର୍ଷରେ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରା) ପାଇଁ ୨୪ ହଜାର ୫୧୫ କୋଟି ୪୧ ଲକ୍ଷ ୩୧ ହଜାର ୨୬୦ ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ରିଲିଜ କରାଯାଇଥିବା ଅର୍ଥ ରାଶିର ପରିମାଣ ମାତ୍ର ୧୩ ହଜାର ୫୬୦ କୋଟି ୭୩ ଲକ୍ଷ ୪୪ ହଜାର ୯୦୦ ଟଙ୍କା । ଗତ ୫ ବର୍ଷରେ ଓଡିଶା ପାଇଁ ଏହି ଯୋଜନାରେ ଆବଣ୍ଟନ କରାଯାଇଥିବା ଅର୍ଥ ରାଶିର ପରିମାଣ ଠାରୁ ପ୍ରଦାନ କରାଯାଇଥିବା ଅର୍ଥ ରାଶିର ପରିମାଣ ବହୁତ କମ୍  ଅଟେ । ଏପରିକି ସମଗ୍ର ଦେଶ ପାଇଁ ଗତ ୫ ବର୍ଷରେ କରାଯାଇଥିବା ଅର୍ଥ ଆବଣ୍ଟନ ପରିମାଣ ଓ ରିଲିଜ କରାଯାଇଥିବା ଅର୍ଥ ପରିମାଣ ତୁଳନାରେ ଓଡ଼ିଶାକୁ କମ୍ ଅର୍ଥ ପ୍ରଦାନ କରାଯାଇଛି ।  ଏହି ତଥ୍ୟ ଜଣା ପଡିବା ପରେ ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଅବହେଳା କରୁଥିବା ସ୍ପଷ୍ଟ ହୋଇଛି ବୋଲି ସୂଚନା କର୍ମି ପଣ୍ଡା କହିଛନ୍ତି । ଗତ ୧୭ -୧୮ ଓ ୧୮-୧୯ଆର୍ଥିକ ବର୍ଷରେ କିନ୍ତୁ ବ୍ୟତିକ୍ରମ ଦେଖାଦେଇ ଅର୍ଥ ଆବଣ୍ଟନ ତୁଳନାରେ ଓଡ଼ିଶାକୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ୧୭-୧୮ ମସିହାରେ ରାଜ୍ୟ ପାଇଁ ୨ ହଜାର ୬୯୧ କୋଟି ୬୪ ଲକ୍ଷ

୩ହଜାର ୧୩୦ ଟଙ୍କା ଓ ୧୮- ୧୯ ବର୍ଷରେ ୨ ହଜାର ୨୩ କୋଟି ୩୫ ଲକ୍ଷ ୬ ହଜାର ୨୫୦ ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ଯଥାକ୍ରମେ ୩ ହଜାର ୧୨୪ କୋଟି ୫ ଲକ୍ଷ ୯୦ ହଜାର ୩୦୦ ଟଙ୍କା ଓ ୩ ହଜାର ୨୯୦ କୋଟି ୩୨ ଲକ୍ଷ ୪୨ ହଜାର ୭୦୦ ଟଙ୍କା ରିଲିଜ କରାଯାଇଛି । ଓଡ଼ିଶା ବିଧାନସଭା ନିର୍ବାଚନ ବର୍ଷ ଓ ପୂର୍ବ ଆର୍ଥିକ ବର୍ଷରେ ତଥା ୧୭-୧୮ ଓ ୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ପାଇଁ ଆବଣ୍ଟନ କରାଯାଇଥିବା ଅର୍ଥ ରାଶି ପରିମାଣ ଠାରୁ ଅଧିକ ଅର୍ଥ ରିଲିଜ କରାଯାଇଥିବା ଜଣାପଡିଛି । ଏହି ଦୁଇ ବର୍ଷ ବ୍ୟତୀତ ଅନ୍ୟ ବର୍ଷମାନଙ୍କରେ ଅର୍ଥ ପରିମାଣ ଆବଣ୍ଟନ ତୁଳନାରେ କମ୍ ଅର୍ଥ ରିଲିଜ କରାଯାଇଛି । ଓଡିଶାରେ  ୨୧-୨୨ ବର୍ଷ ପାଇଁ 8 ଲକ୍ଷ ୧୭ ହଜାର ୫୧୩ ଟି ଘର ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଗତ ୮ ଅକ୍ଟୋବର ପର୍ଯ୍ୟନ୍ତ ମାତ୍ର ୭୬ ହଜାର ୮୫୮ ଟି ଘର ସମ୍ପୂର୍ଣ୍ଣ ହୋଇଛି ।  ଠିକ ସେହିପରି ପଶ୍ଚିମବଙ୍ଗ ରାଜ୍ୟ ପାଇଁ ମଧ୍ୟ ୨୦-୨୧ ଆର୍ଥିକ ବର୍ଷରେ ଆବଣ୍ଟିତ ଅର୍ଥ ରାଶି ପରିମାଣ ଠାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି । ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା  ନିର୍ବାଚନ ଅନୁଷ୍ଠିତ ହୋଇଛି । ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଏଭଳି କରାଯାଇଥିବା ଅଭିଯୋଗ ପଣ୍ଡା କରିଛନ୍ତି । ଦଳୀୟ ରାଜନୈତିକ ସ୍ଵାର୍ଥ୍ୟକୁ ଆଧାର କରି ଗରିବଙ୍କ ସହାୟତା ପାଇଁ ଉଦ୍ଦିଷ୍ଟ ଯୋଜନାରେ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରିବା ଏକ ମାରାତ୍ମକ ଘଟଣା ବୋଲି ପଣ୍ଡା କହିଛନ୍ତି । ଏହାକୁ ନେଇ ସୂଚନା କର୍ମି ପଣ୍ଡା ପ୍ରଧାନମନ୍ତ୍ରୀଙ୍କ ଠାରେ ଅଭିଯୋଗ ଉପସ୍ଥାପନ କରିବେ ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ର ଶିକ୍ଷା ବିଭାଗ ତରଫରୁ "ଜାତୀୟ ଶିକ୍ଷା ଦିବସ" ୨୦୨୬ ପାଳିତ   11-Nov-2026
  ଜିଲ୍ଲା  
ଏସ୍ ଯୁଜେ ବୌଦ୍ଧ ଶାଖାର ବାର୍ଷିକୋତ୍ସବ ୨୯ରେ   11-Nov-2026
  ଜିଲ୍ଲା  
୮୬ ବର୍ଷରେ ଆଖି ବୁଜିଲେ ଭାଗବତପ୍ରେମୀ ମକରଧ୍ୱଜ ନାୟକ, ତାଙ୍କ ବିୟୋଗରେ ବଲାଙ୍ଗିରରୁ ଭାଲୁପାଲି ପର୍ଯ୍ୟନ୍ତ ଶୋକର ଛାୟା।   11-Nov-2026
  ଜିଲ୍ଲା  
ଦାଦନ ଶ୍ରମିକଙ୍କ ସୁରକ୍ଷା, ଶିଶୁ ଶ୍ରମିକ ନିରାକରଣ ଓ ମହିଳା ଅଧିକାର ଉପରେ ଗୁରୁତ୍ୱାରୋପ   11-Nov-2026
  ଜିଲ୍ଲା  
ବରିଷ୍ଠ ସାମ୍ବାଦିକ ଆହତ   11-Nov-2026
  ଜିଲ୍ଲା  
ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ   11-Nov-2026
  ଜିଲ୍ଲା  
ଆଠ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଶଳ ସୁନ୍ଦରୀ ମୁକୁଟ ହାତେଇଲେ ବଲାଙ୍ଗିରର ରାଜଶ୍ରୀ ଦାଶ   11-Nov-2026
  ଜିଲ୍ଲା  
ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ମୋସିନ ଖାଁ ଓ ଘନଶ୍ୟାମ ଆଡ଼ଯୁଆଡ   11-Nov-2026
  ଜିଲ୍ଲା  
ଭୀମପାହାଡ ମହୋତ୍ସବ-୨୦୨୬ର ତୃତୀୟ ସଂଧ୍ୟା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ   11-Nov-2026
  ଜିଲ୍ଲା  
ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ପଲ୍ଲିଶ୍ରୀ ପଡ଼ିଆ ଡୁଡୁକା ଠାରେ ୟୁନିଟି ସ୍ପୋର୍ଟସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   10-Nov-2026
  ଜିଲ୍ଲା  
ବଲାଙ୍ଗୀରରେ ଗୋପାଳଜୀ ମନ୍ଦିରରେ ଦକ୍ଷିଣ କାଳୀ ପୂଜା, ପାଟଣେଶ୍ୱରୀ ପୀଠକୁ ନେଇ ବିବାଦ ମଧ୍ୟରେ ଉଠିଲା ନୂଆ ପ୍ରଶ୍ନ!   10-Nov-2026
  ଜିଲ୍ଲା  
ସଇଁତଳା ଥାନା ସମ୍ମୁଖରେ ଜଗନ୍ନାଥ୍ ଏକ୍ସପ୍ରେସ ବସ୍ ଓ ଟ୍ରକ୍ ଧକ୍କା ଘଟଣା - ଏକ ନମ୍ବର ସିଟରେ ବସିଥିବା ସତ୍ୟଭାମା ସାହୁଙ୍କୁ ମୁଣ୍ଡରେ ଲାଗିଛି ଗଭିର ଆଘାତ - ପଡ଼ିଲା ୧୬ ଷ୍ଟିଚ   10-Nov-2026

You Might Also Like