-+91-9937148622 |

prerana_bgr@rediffmail.com |

  Thursday 12th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣ୍ଡାବାହାଲି ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ନୂଆପଡ଼ାଙ୍କୁ ଦାବିପତ୍ର   (12-Nov-2026)       ||      *ଡାବୁଗାଁ ଅଞ୍ଚଳରେ ଜିଓ ନେଟ୍‌ୱାର୍କ ସମସ୍ୟା ଯୋଗୁଁ ଡିଜିଟାଲ୍ ସେବା ଠପ୍, ଫୋନ୍ କଲ୍ ଓ ଇଣ୍ଟର୍ନେଟ୍ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ*   (12-Nov-2026)       ||      ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ର ଶିକ୍ଷା ବିଭାଗ ତରଫରୁ "ଜାତୀୟ ଶିକ୍ଷା ଦିବସ" ୨୦୨୬ ପାଳିତ   (11-Nov-2026)       ||      ଏସ୍ ଯୁଜେ ବୌଦ୍ଧ ଶାଖାର ବାର୍ଷିକୋତ୍ସବ ୨୯ରେ    (11-Nov-2026)       ||      ୮୬ ବର୍ଷରେ ଆଖି ବୁଜିଲେ ଭାଗବତପ୍ରେମୀ ମକରଧ୍ୱଜ ନାୟକ, ତାଙ୍କ ବିୟୋଗରେ ବଲାଙ୍ଗିରରୁ ଭାଲୁପାଲି ପର୍ଯ୍ୟନ୍ତ ଶୋକର ଛାୟା।   (11-Nov-2026)       ||      ଦାଦନ ଶ୍ରମିକଙ୍କ ସୁରକ୍ଷା, ଶିଶୁ ଶ୍ରମିକ ନିରାକରଣ ଓ ମହିଳା ଅଧିକାର ଉପରେ ଗୁରୁତ୍ୱାରୋପ   (11-Nov-2026)       ||      ବରିଷ୍ଠ ସାମ୍ବାଦିକ ଆହତ   (11-Nov-2026)       ||      ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ   (11-Nov-2026)       ||      ଆଠ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଶଳ ସୁନ୍ଦରୀ ମୁକୁଟ ହାତେଇଲେ ବଲାଙ୍ଗିରର ରାଜଶ୍ରୀ ଦାଶ   (11-Nov-2026)       ||      ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ମୋସିନ ଖାଁ ଓ ଘନଶ୍ୟାମ ଆଡ଼ଯୁଆଡ    (11-Nov-2026)       ||      ଭୀମପାହାଡ ମହୋତ୍ସବ-୨୦୨୬ର ତୃତୀୟ ସଂଧ୍ୟା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ   (11-Nov-2026)       ||      ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ପଲ୍ଲିଶ୍ରୀ ପଡ଼ିଆ ଡୁଡୁକା ଠାରେ ୟୁନିଟି ସ୍ପୋର୍ଟସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ    (10-Nov-2026)       ||      ବଲାଙ୍ଗୀରରେ ଗୋପାଳଜୀ ମନ୍ଦିରରେ ଦକ୍ଷିଣ କାଳୀ ପୂଜା, ପାଟଣେଶ୍ୱରୀ ପୀଠକୁ ନେଇ ବିବାଦ ମଧ୍ୟରେ ଉଠିଲା ନୂଆ ପ୍ରଶ୍ନ!   (10-Nov-2026)       ||      ସଇଁତଳା ଥାନା ସମ୍ମୁଖରେ ଜଗନ୍ନାଥ୍ ଏକ୍ସପ୍ରେସ ବସ୍ ଓ ଟ୍ରକ୍ ଧକ୍କା ଘଟଣା - ଏକ ନମ୍ବର ସିଟରେ ବସିଥିବା ସତ୍ୟଭାମା ସାହୁଙ୍କୁ ମୁଣ୍ଡରେ ଲାଗିଛି ଗଭିର ଆଘାତ - ପଡ଼ିଲା ୧୬ ଷ୍ଟିଚ   (10-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ବିଜ୍ଞାନ ଦିବସ ପାଳିତ   (10-Nov-2026)       ||      କେଲିଆ ଶୈବପୀଠ ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ   (10-Nov-2026)       ||      ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ   (10-Nov-2026)       ||      ଝରିଗାଁ କୋର୍ଟ ପରିସରରେ ଆଇନଜୀବି ଉପରେ ଆକ୍ରମଣ କୁ ଦୃଢ଼ ନିନ୍ଦା କଲେ ଡାବୁଗାଁ ଆଇନଜୀବୀମାନେ   (10-Nov-2026)       ||      ବିନିକା କଂସାରୀପଡ଼ାରେ ମହା ଆଡ଼ମ୍ବରରେ ପାଳିତ ହେଲା ଗିରି ଗୋବର୍ଦ୍ଧନ ପୂଜା,ବିରାଟ ଶୋଭାଯାତ୍ରାରେ କମ୍ପିଲା ସହର   (10-Nov-2026)       ||      ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ   (10-Nov-2026)       ||     

HOME   ଜିଲ୍ଲା

ଜଗତସିଂହପୁର ଜିଲ୍ଲା ଶାଖାର ଚୁକ୍ତିଭିତିକ କର୍ମଚାରୀ ମହାସଂଘ ତରଫରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

17-Nov-2021



ଜଗତସିଂହ ପୁର(ପ୍ରେରଣା ଖବର) ଆଜି ଓଡ଼ିଶା ସରକାରୀ ଚୁକ୍ତିଭିତିକ କର୍ମଚାରୀ ମହାସଂଘ, ଜଗତସିଂହପୁର ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ବାବା ଗୋରେଖନାଥ ପୀଠରେ ତା: ୧୨.୧୧.୨୦୨୧ ରିଖରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯାଇ; ଲୋଜାଲିନୀ ପଣ୍ଡାଙ୍କୁ ସଭାପତି, ଶାରଦା ପ୍ରସାଦ ନାୟକ ଙ୍କୁ ସମ୍ପାଦକ ଓ ମନୋଜ କୁମାର ବେଉରାଙ୍କୁ  କୋଷାଧ୍ୟକ୍ଷ ରୂପେ ମନୋନୀତ  କରାଗଲା । ପୁନଶ୍ଚ ତା ୧୧.୧୦.୨୦୨୧ ରିଖରେ ହୋଇଥିବା ରାଜ୍ୟ କ୍ୟାବିନେଟ ର ନିଷ୍ପତ୍ତି ଏବଂ ତା ୨୭.୧୦.୨୦୨୧ ରିଖରେ ରାଜ୍ୟ ସରକାରଙ୍କ ତରଫରୁ ବାହାରିଥିବା ବିଜ୍ଞପ୍ତିରେ ମହାସଂଘ ସନ୍ତୁଷ୍ଟ ନାହିଁ ବୋଲି ସଂଘର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି । ଏକ ଅସମ୍ବିଧାନିକ ଚୁକ୍ତିଭିତ୍ତିକ ନିଯୁକ୍ତି ଅଧିନିୟମ ୨୦୧୩  ଅନୁଯାୟୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ୬ ବର୍ଷ ଗୋତି ଖଟାଯାଉଛି । ତେଣୁ ରାଜ୍ୟର ହଜାର ହଜାର ଯୁବ କର୍ମଚାରୀଙ୍କ ହିତକୁ ଦୃଷ୍ଟିରେ ରଖି ଏଭଳି କୁସ୍ଚିତ ପ୍ରଥାକୁ ସମ୍ପୂର୍ଣ ଉଚ୍ଛେଦ କରିବା ସହ ମାନ୍ୟବର ସୁପ୍ରୀମ କୋର୍ଟଙ୍କ “ସମାନ କାମକୁ ସମାନ ଦରମା” ରାୟକୁ ଅବିଳମ୍ବେ କାର୍ଯ୍ୟକାରୀ କରିବା ପାଇଁ ସଂଘ ଦାବି କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦାବୀ ଗୁଡିକ ପୂରଣ ନହେଲେ ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ସଂଘ ଆନ୍ଦୋଳନ ପାଇଁ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଏହି ସଭାରେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। 

 


News Comment