-+91-9937148622 |
prerana_bgr@rediffmail.com |
Thursday 12th November 2026 |
R.N.I. Regd No. ODIODI/2010/46693
Breaking News
12-Nov-2026
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ଗ୍ରାମ ଏକ ଜନବହୁଳ ବିଶିଷ୍ଟ ଏକ ପ୍ରମୁଖ ସ୍ଥାନ ଅଟେ। ଓଡ଼ିଶା ସରକାରଙ୍କ ନିୟମାବଳୀ ଅନୁସାରେ ଗ୍ରାମ ପଞ୍ଚାୟତର ମୂଖ୍ୟାଳୟରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବା ନିମନ୍ତେ ପ୍ରାବଧାନ ରହିଛି। ଏହି ଆଧାରରେ ଗଣ୍ଡାବାହାଲିରୁ ଏକ ପ୍ରତିନିଧି ଦଳ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ନୂଆପଡ଼ା ଙ୍କୁ ଅବଗତ କରି ଗଣ୍ଡାବାହାଲି ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ଉପରେ ବିଚାର କରି ସରକାରଙ୍କ ନିୟମାବଳୀ ଯାହା ଅଛି, ସେହି ଅନୁସାରେ ଗ୍ରାମ ପଞ୍ଚାୟତ ମୂଖ୍ୟାଳୟରେ ହିଁ ପ୍ରଥମ ଅଗ୍ରାଧିକାର ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।