-+91-9937148622 |
prerana_bgr@rediffmail.com |
Wednesday 11th November 2026 |
R.N.I. Regd No. ODIODI/2010/46693
Breaking News
23-Sep-2021
କଣ୍ଟାବାଞ୍ଜି,(ଆନନ୍ଦ କୁମାର ମୋଟେ): ଟ୍ରେନରେ ମହିଳାଙ୍କ ସୁରକ୍ଷିତ ଯାତ୍ରାକୁ ନେଇ ସ୍ଥାନୀୟ ମହିଳା ଡିଗ୍ରୀ କଲେଜରେ ପୂର୍ବତଟ ରେଳବାଇ ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରେଳ ଯାତ୍ରା ସମୟରେ ମହିଳାଙ୍କ କ୍ଷେତ୍ରରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବା ସହ ଜଣ କଲେ ଏହାର ସମାଧାନ ହେବ ସେନେଇ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା । ରେଳବାଇ ପକ୍ଷରୁ ଜାରି ୧୩୯ ହେକ୍ସ ଲାଇନ୍ ନମ୍ବରରେ ସାଧାରଣ ଯାତ୍ରୀ ଯୋଗାଯୋଗ କରିବା ପାଇଁ ଅଧିକାରୀ ମାନେ କହିଥିଲେ। ସେହିପରି ମହିଳା ମାନଙ୍କ ପାଇଁ ୩୪୫୬୭ ହେକ୍ସ ଲାଇନ୍ ନମ୍ବର ରହିଥିବା ସୂଚନା ଦିଆଯାଇଥିଲା। ଏ ବିଷୟରେ ଅଧିକ ଏ ଜାଣିବା ପାଇଁ ରେଳବାଇ ପକ୍ଷରୁ ଏକ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ରେଳବାଇ ଏସ୍ଆଇ ଶଶୀ ପ୍ରକାଶ ଦୁବେ ମହିଳା ମାନଙ୍କ ଟ୍ରେନ ଯାତ୍ରା ବେଳେ ରେଳବାଇ ପକ୍ଷରୁ ନିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ କଲେଜ ଛାତ୍ରୀ ସମେତ ଅଧ୍ୟାପକ ନେପାଳ ସେଠୀ, ଅଧ୍ୟାପିକା ସୁନନ୍ଦା ରଥ, ନିରବତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।