-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
17-Aug-2021
ଗଞ୍ଜାମ (ଉମା ମହାରଣା) ସୂଚନା ଅନୁସାରେ , ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଘୋଷଣା ମୁତାବକ ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟରେ ସେଣ୍ଟର ଅଫ ଏକ୍ସଲେନ୍ସ ପ୍ରତିଷ୍ଠା ହେବ । ପାଠ୍ୟକ୍ରମରେ ସ୍ପୋକେନ ଇଂରାଜୀ ବିଷୟ ସାମିଲ କରାଯିବ ସହ ଉନ୍ନତମାନର ପାଠାଗାର ସ୍ଥାପନ କରି ଶିକ୍ଷାର୍ଥୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା
ସକାଶେ ମୁଖ୍ୟ ଆଭିମୁଖ୍ୟ ରହିଛି । ତେବେ ହିଞ୍ଜିଳିକାଟୁ ପୌରାଞ୍ଚଳର ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟକୁ ସେଣ୍ଟର ଅଫ୍ ଏକ୍ସଲେନ୍ସ ଘୋଷଣା କରାଯାଇଥିବା ବେଳେ ବ୍ଳକର ଅବଶିଷ୍ଟ ୨୩ଟି ଉଚ୍ଚ ବିଦ୍ୟାଳୟକୁ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ସ୍ଥାନିତ କରିବା ପାଇଁ ଶେଷ ଉଦ୍ୟମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ୫ଟି ସଚିବ ଦିନିଆ ଗସ୍ତରେ ଆସି ହିଂଜିଳିକାଟୁ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମର ସ୍ମାର୍ଟ କ୍ଲାସ ବୁଲି ଦେଖିଥିଲେ l ପରେ ହିଂଜିଳିକାଟୁ ପୌରପରିଷଦ ସ୍ଥିତ ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟକୁ ଆସି ପ୍ରଧାନ ଶିକ୍ଷୟତ୍ରୀଙ୍କ କଥା ବାର୍ତ୍ତା ହୋଇଥିଲେ ଓ ସ୍ମାର୍ଟ କ୍ଲାସ ଦେଖିବା ସହ ଲାଇବ୍ରେରୀ କ୍ଲାସ ଦେଖିଥିଲେ। ଶ୍ରୀ ପାଣ୍ଡିଆନ ହିଂଜିଲିର ସମସ୍ତ ସ୍କୁଲ ର ଅଧୁନିକରଣ କୁ ପ୍ରଶଂସା ବି କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଗଂଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ,ହିଂଜିଲିକାଟୁ ପୌରପରିସଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ ମନୋରଞ୍ଜନ ମିଶ୍ର, bdo ଶ୍ରୀ ସୁବ୍ରତ ଜେନା, ତହସିଲଦାର ଶ୍ରୀ ପ୍ରଭାତ ପରିଡା, ଥାନା ଭାରପ୍ରାପ୍ତ ଅଧିକାରୀ
ଅଭୀମନ୍ୟୁ ଦାସ ସମେତ ବହୁତ ରାଜନେତା ଭୀମସେନ ବେହେରା, ଯୁବ ସଭାପତି ସଞ୍ଜୟ କୁମାର ପଣ୍ଡା, ପବିତ୍ର ମୋହନ ପାଣିଗ୍ରାହୀ, ନୀଳମଣି ପତ୍ତନାୟକ,ସରୋଜ ପଣ୍ଡା ,ଶିବରାମ ଗଉଡ଼ ,ରିଙ୍କୁ ପଣ୍ଡା ଏବଂ ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l