-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
12-Jun-2021
କଳାହାଣ୍ଡି.ଧର୍ମଗଡ଼( ଜ୍ୟୋତି ରଞ୍ଜନ ବେମାଲ)
ସାରା ଦେଶରେ ଦିନକୁ ଦିନ ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପାଉଥିବାରୁ ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି l ଗୋଟାଏ ପଟେ କାରୋନା ମାଡ଼ରେ ଲୋକଙ୍କ ଜୀବନ ଜୀବିକା ଠପ୍ ହୋଇ ପଡ଼ିଥିବା ବେଳେ ଏପଟେ ତୈଳ ଓ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏ ପରିପ୍ରେକ୍ଷୀରେ ଧର୍ମଗଡ଼ ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଗତକାଲି ଧର୍ମଗଡ଼ ବ୍ଲକ ଓ ନଗର କଂଗ୍ରେସ କମିଟି ପକ୍ଷରୁ ସହରରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l କେନ୍ଦ୍ର ସରକାର ଯଥାଶୀଘ୍ର ତୈଳ ଓ ରନ୍ଧନ ଗ୍ୟାସ୍ ଦର ହ୍ରାସ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।