-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
25-May-2021
କନ୍ଧମାଳ (ପ୍ରେରଣା ଖବର ବ୍ୟୁରୋ) କରୋନା ର ଦ୍ଵିତୀୟ ଲହରୀକୁ କାବୁ କରିବା ପାଇଁ ଗତ ଦୁଇ ସପ୍ତାହ ହେଲା ତାଲା ବନ୍ଦ ଲାଗୁ ହୋଇଛି | ଫଳରେ ଅସହାୟ ଲୋକ ମାନେ ଠିକ ଭାବେ ଖାଇବାକୁ ପାଇପାରୁ ନାହାଁନ୍ତି |ସେଥିପାଇଁ କନ୍ଧମାଳ
ସାଂସଦ ଡ଼ ଅଚ୍ୟୁତ ସମନ୍ତଙ୍କ ନିର୍ଦେଶ କ୍ରମେ ଭଞ୍ଜନଗର ଅଂଚଳରେ ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି |ଏହି ରନ୍ଧା ଖାଦ୍ୟ ସାଇ ଗୁରୁକୁଳ ର ରୋଷେଇ ଘରେ ପ୍ରସ୍ତୁତ ହୋଇ , ଦଶମ ଦିନରେ 80 ପରିବାର ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଇଥିଲା | ଶ୍ରୀ ରାମ ନଗର ପାହାଡ଼ ସାହିର ୱାର୍ଡ ନଂ - 9 ଏବଂ 12, ଲେପ୍ରସି କଲୋନୀ, ବସଷ୍ଟାଣ୍ଡ ପାଖରେ ଥିବା ୱାର୍ଡ ନଂ 3 ଏବଂ 14 ରେ ଦିଆଯାଇଥିଲା ଏହି କାର୍ଯ୍ୟକ୍ରମକୁ ସମାଜ ସେବୀ ଶୋଳ ପାଣି ଶତପଥୀ, ପଞ୍ଚାନନ ପାଳ ପରିଚାଳନା କରୁଥିବା ବେଳେ, ରୋଷଇ କାର୍ଯ୍ୟରେ ସଂଯୁକ୍ତା ପାଢ଼ୀ ଏବଂ ତାଙ୍କ ସ୍ୱାମୀ ଗଣେଷ ପାଢୀ ସହଯୋଗ କରୁଛନ୍ତି |ସାଇ ଗୁରୁକୁଳ ସହଯୋଗୀ ହରିହର ପ୍ରଧାନ , ସୋଲ ଚାରିଟେବୁଲ ଟ୍ରଷ୍ଟର ଡି. ସିମାଞ୍ଚଳ ପାତ୍ର , ପ୍ରଫୁଲ୍ଲ ନାୟକ, ସହଯୋଗ କରିଥିଲେ |ଖାଦ୍ୟ ବିତରଣ ସମୟରେ ସାମାଜିକ ଦୂରତା ଏବଂ ସାବୁନ ରେ ହାତ ଧୋଇ ମାସ୍କ ର ବ୍ୟବହାର କରି ଖାଦ୍ୟ ବିତରଣ କରାଯାଇଥିଲା|