-+91-9937148622 |

prerana_bgr@rediffmail.com |

  Saturday 7th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷଙ୍କୁ ଗିରଫ କଲା ଭିଜିଲାନ୍ସ ଅତିଥି ପ୍ରଶିକ୍ଷକଙ୍କ ଦରମା ନିୟମିତ କରିବାକୁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ, ଚଢ଼ାଉ ବେଳେ ୫.୧୬ ଲକ୍ଷ ଟଙ୍କା ଜବତ   (06-Nov-2026)       ||      ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିଧିକୁ ‘ନିଶାମୁକ୍ତ ଅଞ୍ଚଳ’ ଘୋଷଣା ପାଇଁ ପଦକ୍ଷେପ, ନିଶା କବଳରୁ ଯୁବପିଢ଼ିଙ୍କୁ ସୁରକ୍ଷା ଓ ସୁସ୍ଥ ଶିକ୍ଷା ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ   (06-Nov-2026)       ||      ଓଡ଼ିଶାରେ ଆୟୋଜିତ ହେବ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬   (06-Nov-2026)       ||      ବାବେବିର ସ୍କୁଲ ରେ ମାଧ୍ୟାନ୍ନ ଭୋଜନ ଥାଳି ଧରି ଗାଁ ବୁଲି ଛାତ୍ର ଛାତ୍ରୀ   (06-Nov-2026)       ||      ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ♦️ ୯ ଜଣ ଅତିଥି ପ୍ରଶିକ୍ଷକଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି    (06-Nov-2026)       ||      ଧର୍ମ ପରାୟଣ ମହିଳାଙ୍କ ପରଲୋକ I   (06-Nov-2026)       ||      ଧାନ ଉଠାଣ ଓ କଷ୍ଟମ ମିଲ୍ଡ ଚାଉଳ ଜମାରେ ବିଳମ୍ବ, କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ପ୍ରଦୀପ ପୁରୋହିତ   (06-Nov-2026)       ||      ବଲାଙ୍ଗୀର ପୋଲିସର ଏକ ବଡ ସଫଳତା ♦️ଗଂଜେଇ ଚୋରା ଚାଲାଣ ମାମଲାରେ ୨ ଗିରଫ୍    (06-Nov-2026)       ||      କଣ୍ଟାମାଳ ବ୍ଲକର ୫ଟି ପଞ୍ଚାୟତରେ ଗୋଦାବରିସ ସ୍କୁଲ ର ଭିତ୍ତିପ୍ରସ୍ତର ସ୍ଥାପନ   (06-Nov-2026)       ||      ମହିଳା ଅଧିକାର ଓ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସିଏଚଆରଡିଏସ ମାନଙ୍କୁ ନେଇ ଦୁଇଦିନିଆ ତାଲିମ ଶିବିର   (06-Nov-2026)       ||      ଅର୍ଣ୍ଣବ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ସରକାର ନଚେତ ବଲାଙ୍ଗିର ରେ ହେବ ବିରାଟ ଚାଷୀ ଆନ୍ଦୋଳନ- ଅମରେନ୍ଦ୍ର    (06-Nov-2026)       ||      ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ହୋଇଥାଏ"   (06-Nov-2026)       ||      ବଲିଟିକିରା ରେ ୧୪ ତମ ରନିଂ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଖରମୁଣ୍ଡା ଚାମ୍ପିଅନ    (06-Nov-2026)       ||      ବରପାଲି ଯାଦବ ସମାଜ ପକ୍ଷରୁ ମୃତ ଅସହାୟ ମହିଳାଙ୍କ ଶବ ସତ୍କାର   (06-Nov-2026)       ||      *ଡାବୁଗାଁ ବ୍ଲକର 3ଟି ପଂଚାୟତ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ*   (06-Nov-2026)       ||      ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ଉଦ୍‌ଘାଟିତ   (06-Nov-2026)       ||      ସୁବର୍ଣ୍ଣପୁରରେ ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦ ର ଶୁଭାରମ୍ଭ   (06-Nov-2026)       ||      ନର୍ଲାରୋଡ ସ୍ଥିତ ଅନିଲ କୁମାର ଜୈନ ଙ୍କ ଗୋଦାମ ଘରୁ ନର୍ଲା ପୋଲିସ ଦ୍ୱାରା ବାଣ ଜବତ ।   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||     

HOME   ରାଜ୍ୟ

ଜନ୍ମଦିନରେ ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହେଲେ ଓଟିଡିସି ଅଧ୍ୟକ୍ଷା

17-Apr-2021



ବଲାଙ୍ଗିର, କଟକ (ପ୍ରେରଣା ଖବର) ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ନିଆରା ଢଙ୍ଗରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ସେ ଆଜି କଟକସ୍ଥିତ ‘ସମାଜ’ କାର୍ଯ୍ୟାଳୟକୁ ଯାଇ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶରୀର ଓ ଅଙ୍ଗଦାନ ଅଭିଯାନରେ ସାମିଲ ହୋଇଛନ୍ତି।

ଶ୍ରୀମତୀ ମିଶ୍ର ଆଜି ସମାଜ କାର୍ଯ୍ୟାଳୟ ପରିସରରେ ଥିବା ‘ଶରୀର ଓ ଅଙ୍ଗଦାନ ଅଭିଯାନ’ ସଭାପତି ତଥା ଲୋକସେବକ ମଣ୍ଡଳର ସମ୍ପାଦକ ଡଃ ପ୍ରଭାସ ଆଚାର୍ଯ୍ୟ ଓ ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତାଙ୍କୁ ଭେଟି ମୃତ୍ୟୁ ପରେ ତାଙ୍କର ଶରୀରକୁ ଅନ୍ୟକୁ ଦାନ କରିବା ନିମନ୍ତେ ଆନୁଷ୍ଠାନିକ ଚୁକ୍ତିବଦ୍ଧ  ଓ ସତ୍ୟପାଠ କରିଛନ୍ତି।  ଶ୍ରୀମତୀ ମିଶ୍ର ଅଙ୍ଗଦାନ ପାଇଁ ଅଙ୍ଗୀକାରବଦ୍ଧ ହେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସଚେତନତାର ଅଭାବ ହେଉ କି ଅନ୍ଧବିଶ୍ୱାସ ଯୋଗୁ ଭାରତରେ ସେଭଳି ଆଖିଦୃଶିଆ ଅଙ୍ଗଦାନ ହୋଇପାରିନାହିଁ। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ପ୍ରତିବର୍ଷ ପ୍ରାୟ ୫ଲକ୍ଷ ଲୋକଙ୍କର ଶରୀରର ବିଭିନ୍ନ ଅଙ୍ଗ ଅକାମୀ ହୋଇଯାଉଥିବାରୁ ସେମାନଙ୍କର ମୃତ୍ୟୁ ହେଉଛି। ତେଣୁ ଅଙ୍ଗଦାନ କରି ଯଦି ଏଭଳି ଲୋକଙ୍କ ମୁହଁରେ ଓ ସେମାନଙ୍କର ପରିବାର ମୁହଁରେ ଟିକେ ହସ ଫୁଟାଇ ପାରିବା, ତା’ହେଲେ ଏହାଠାରୁ ବଡ଼ ମହତ କାମ ଓ ଆତ୍ମସନ୍ତୋଷ ଆଉ କିଛି ହୋଇନପାରେ। ଅଙ୍ଗଦାନ ସବୁଠୁ ମହତ ଦାନ। ମୃତ୍ୟୁପରେ ସ୍ୱେଚ୍ଛାକୃତ ଅଙ୍ଗଦାନକୁ ପ୍ରୋତ୍ସାହିତ କରାଗଲେ ଅନେକ ମୂଲ୍ୟବାନ ଜୀବନ ବଂଚାଇ ହେବ। ନିକଟରେ ଦିଲ୍ଲୀରେ ମାତ୍ର ୨୦ମାସର ଶିଶୁ ବ୍ରେନ୍ ଡେଡ୍ ଅବସ୍ଥାରେ ନିଜର ଅଙ୍ଗଦାନ କରି ୫ଜଣଙ୍କ ଜୀବନକୁ ବଂଚାଇ ପାରିଛି। ତେଣୁ ମୃତ୍ୟୁ ପରେ ମୋ’ର ଶରୀର ଅନ୍ୟ କାହାରି ଜୀବନ ବଂଚାଇବା ସହ ଚିକିତ୍ସା ବିଜ୍ଞାନ ଗବେଷଣା ପାଇଁ ଉପଯୋଗ ହେଉ ବୋଲି ଆଶା ରଖି ଅଙ୍ଗଦାନ ନିମନ୍ତେ ଚୁକ୍ତିବଦ୍ଧ ହୋଇଛି। ମୃତ୍ୟୁ ପରେ ଯଦି ଆମର ଶରୀର ଅନ୍ୟର କାମରେ ଆସିପାରୁଛି ଓ ଅନ୍ୟମାନଙ୍କ ଜୀବନ ବଂଚାଇବାରେ ସହାୟକ ହେଇପାରୁଛି, ତା’ହେଲେ ଏଥିପ୍ରତି ସମସ୍ତେ ଆଗେଇ ଆସିବା ଉଚିତ୍ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହୋଇଥିବାବେଳେ ‘ଶରୀର ଓ ଅଙ୍ଗଦାନ ଅଭିଯାନ’ କାର୍ଯ୍ୟାଳୟ ପରିସରରେ ‘ଦୈନିକ ସମାଜ’ର ପ୍ରିଣ୍ଟର ଓ ପବ୍ଲିସର ନିରଞ୍ଜନ ରଥ ଏବଂ କାର୍ଯ୍ୟକାରୀ ଜେନେରାଲ ମ୍ୟାନେଜର ପ୍ରିୟବ୍ରତ ମହାନ୍ତି, ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଆଶୀଷ ମିଶ୍ର, ଯୁବ ବିଜେଡି ରାଜ୍ୟ ସମ୍ପାଦକ ଅପର୍ଣ୍ଣା ଦାସ, ଛାତ୍ର ବିଜେଡି ସମ୍ପାଦିକା ପ୍ରୀତି ପ୍ରିୟଙ୍କା ଓ ଲକ୍ଷ୍ମୀପ୍ରିୟା ଦୀକ୍ଷିତ, ଛାତ୍ର ବିଜେଡି ଯୁଗ୍ମ ସମ୍ପାଦିକା ସୁପ୍ରୀତି ଶର୍ମା, ପୂର୍ଣ୍ଣିମା ବେହେରା ଓ ସୋନାଲି ସାହୁଙ୍କ ସମେତ କଟକ ପାନ୍ଥନିବାସର ମ୍ୟାନେଜର ତାରିକ୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଅପରାଧ  
ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷଙ୍କୁ ଗିରଫ କଲା ଭିଜିଲାନ୍ସ ଅତିଥି ପ୍ରଶିକ୍ଷକଙ୍କ ଦରମା ନିୟମିତ କରିବାକୁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ, ଚଢ଼ାଉ ବେଳେ ୫.୧୬ ଲକ୍ଷ ଟଙ୍କା ଜବତ   06-Nov-2026
  ଜିଲ୍ଲା  
ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିଧିକୁ ‘ନିଶାମୁକ୍ତ ଅଞ୍ଚଳ’ ଘୋଷଣା ପାଇଁ ପଦକ୍ଷେପ, ନିଶା କବଳରୁ ଯୁବପିଢ଼ିଙ୍କୁ ସୁରକ୍ଷା ଓ ସୁସ୍ଥ ଶିକ୍ଷା ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ   06-Nov-2026
  ଜିଲ୍ଲା  
ଓଡ଼ିଶାରେ ଆୟୋଜିତ ହେବ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬   06-Nov-2026
  ଜିଲ୍ଲା  
ବାବେବିର ସ୍କୁଲ ରେ ମାଧ୍ୟାନ୍ନ ଭୋଜନ ଥାଳି ଧରି ଗାଁ ବୁଲି ଛାତ୍ର ଛାତ୍ରୀ   06-Nov-2026
  ଅପରାଧ  
୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ♦️ ୯ ଜଣ ଅତିଥି ପ୍ରଶିକ୍ଷକଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି   06-Nov-2026
  ଜିଲ୍ଲା  
ଧର୍ମ ପରାୟଣ ମହିଳାଙ୍କ ପରଲୋକ I   06-Nov-2026
  ଜିଲ୍ଲା  
ଧାନ ଉଠାଣ ଓ କଷ୍ଟମ ମିଲ୍ଡ ଚାଉଳ ଜମାରେ ବିଳମ୍ବ, କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ପ୍ରଦୀପ ପୁରୋହିତ   06-Nov-2026
  ଅପରାଧ  
ବଲାଙ୍ଗୀର ପୋଲିସର ଏକ ବଡ ସଫଳତା ♦️ଗଂଜେଇ ଚୋରା ଚାଲାଣ ମାମଲାରେ ୨ ଗିରଫ୍   06-Nov-2026
  ଜିଲ୍ଲା  
କଣ୍ଟାମାଳ ବ୍ଲକର ୫ଟି ପଞ୍ଚାୟତରେ ଗୋଦାବରିସ ସ୍କୁଲ ର ଭିତ୍ତିପ୍ରସ୍ତର ସ୍ଥାପନ   06-Nov-2026
  ଜିଲ୍ଲା  
ମହିଳା ଅଧିକାର ଓ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସିଏଚଆରଡିଏସ ମାନଙ୍କୁ ନେଇ ଦୁଇଦିନିଆ ତାଲିମ ଶିବିର   06-Nov-2026
  ଜିଲ୍ଲା  
ଅର୍ଣ୍ଣବ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ସରକାର ନଚେତ ବଲାଙ୍ଗିର ରେ ହେବ ବିରାଟ ଚାଷୀ ଆନ୍ଦୋଳନ- ଅମରେନ୍ଦ୍ର   06-Nov-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ହୋଇଥାଏ"   06-Nov-2026

You Might Also Like