-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
29-Sep-2026
ଟିଟିଲାଗଡ଼ - ଜେସିଆଇ ଟିଟିଲାଗଡ଼ ସିଟି, ଜୋନ୍-୨୭ ପକ୍ଷରୁ ପିତୃ ପକ୍ଷ ଅବସରରେ ଶ୍ରଦ୍ଧାଞ୍ଜଳି ଓ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ୨୯ ସେପ୍ଟେମ୍ବର ୨୦୨୬, ମଙ୍ଗଳବାର ଦିନ ଟିଟିଲାଗଡ଼ସ୍ଥିତ ମହାବୀର ପଞ୍ଚାୟତୀ ଧର୍ମଶାଳାଠାରେ ଓ ଅଗ୍ରସେନ ଛକ ଠାରେ ଦୁଇଟି ପୃଥକ ପୃଥକ ସ୍ଥାନରେ ମଧ୍ୟାହ୍ନ ୧୨ଟା ୧୫ ମିନିଟ୍ରୁ ଏହି ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ ଶ୍ରୀ ରାମଚନ୍ଦ୍ର ଅଗ୍ରୱାଲଙ୍କ ପବିତ୍ର ସ୍ମୃତିରେ ସର୍ଗିଗୁଡ଼ା ଗୋଏଲ ପରିବାର ଏବଂ ସମସ୍ତ ପରିବାରବର୍ଗଙ୍କ ପକ୍ଷରୁ ପିତୃପୁରୁଷଙ୍କ ସ୍ମୃତିରେ ଶ୍ରଦ୍ଧାପୂର୍ବକ ଭୋଜନ ସେବା ଓ ପ୍ରସାଦ ବଣ୍ଟନ କରାଯାଇଥିଲା।
ଏହି ଅବସରରେ ଭାତ, ଡାଲମା, ତରକାରୀ, ପୁରୀ, ଜଲେବି ଓ ଖିର ଆଦି ଭୋଜନ ପ୍ରସାଦ ଭାବେ ପରିବେଷଣ କରିଥିଲେ ଗୋଏଲ ପରିବାର ଓ ଜେସିଆଇ ର ସଦସ୍ୟ ମାନେ। ପିତୃପୁରୁଷଙ୍କ ସ୍ମୃତିରେ ସେବାଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ନାହିଁ ବୋଲି ଯେଶିଆଈ ସଭାପତି ଶ୍ରୀ ଶୈଳେଶ ଗୋଏଲ କହିଛନ୍ତି।
ଜେସିଆଇ ଟିଟିଲାଗଡ଼ ସିଟିର ସଭାପତି ଜେସି ଶୈଳେଶ ଗୋଏଲ, ସମ୍ପାଦକ ଜେସି ଆଶିଷ ଦୋଡକା, କୋଷାଧ୍ୟକ୍ଷ ଜେସି ରାହୁଲ ଜୈନ ଏବଂ ଆଇପିପି ଜେସି ବିକାଶ କୁମାର ଜୈନଙ୍କ ନେତୃତ୍ୱରେ ଏହି ସେବା କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ପରିଚାଳନା କରିବାରେ କ୍ଳବର ସଞ୍ଜୟ ସୋନି ଓ ଆୟୋଜକମାନେ ସମସ୍ତଙ୍କୁ ଏହି ପବିତ୍ର ସେବା କାର୍ଯ୍ୟରେ ସାମିଲ ହୋଇଥିଲେ । ଜେସିଆଈ ପକ୍ଷରୁ ପିତୃପୁରୁଷଙ୍କ ପ୍ରତି ନିଜର ଶ୍ରଦ୍ଧା ଓ ସମ୍ମାନ ଅର୍ପଣ କରିବାକୁ ଆହ୍ୱାନ ଜଣାଇଛନ୍ତି । “ସେବା ହିଁ ସଚ୍ଚା ଶ୍ରଦ୍ଧାଞ୍ଜଳି” ବୋଲି ଏହି କାର୍ଯ୍ୟକ୍ରମର ମୁଖ୍ୟ ବାର୍ତ୍ତା ରହିଛି।