-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||     

HOME   ଜିଲ୍ଲା

ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି

27-Sep-2026



ବଲାଙ୍ଗୀର(ପ୍ରେରଣା ଖବର): ହିନ୍ଦୀ କେବଳ ଏକ ଭାଷା ନୁହେଁ,ଏହା ଭାରତୀୟ ଭାବନା, ସଂସ୍କୃତି ଓ ଏକତାର ଏକ ସଶକ୍ତ ସେତୁ।ଭାଷା ମାଧ୍ୟମରେ ମଣିଷ ମଣିଷ ସହ ଯୋଡ଼ି ହୁଏ,ଭାବନାର ଆଦାନପ୍ରଦାନ ହୁଏ ଏବଂ ଜାତୀୟ ଏକତା ଅଧିକ ସୁଦୃଢ଼ ହୁଏ।ଏହି ମହାନ ଭାବନାକୁ ହୃଦୟରେ ଧାରଣ କରି ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ତରଫରୁ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି

ଭବ୍ୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିନ୍ଦୀ ଦିବସର ଉଦ୍‌ଘାଟନ କରିଥିଲେ।ପ୍ରାରମ୍ଭରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ମଧୁର ସ୍ୱାଗତ ସଙ୍ଗୀତ ପରିବେଷଣ କରି ଅତିଥିମାନଙ୍କୁ ଭାବପୂର୍ଣ୍ଣ ସ୍ୱାଗତ ଜଣାଇଥିଲେ।ସଂଘର ସଭାପତି ସୁଶାନ୍ତ ନାୟକ ସ୍ୱାଗତ ଭାଷଣ ଦେଇ ହିନ୍ଦୀ ଭାଷାର ପ୍ରଚାର,ପ୍ରସାର ଓ ଶିକ୍ଷା କ୍ଷେତ୍ରରେ ହିନ୍ଦୀ ଶିକ୍ଷକମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।ସମ୍ପାଦକ ଜଗଦୀଶ ନାଗ ସଂଘର ବାର୍ଷିକ ବିବରଣୀ ପାଠ କରି ଗତ ବର୍ଷର ବିଭିନ୍ନ କାର୍ଯ୍ୟକଳାପ ଓ ଆଗାମୀ ଦିନର ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।ମୁଖ୍ୟ ଅତିଥି ଏଡିଇଓ ପ୍ରବୀର କୁମାର ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ,ଭାଷା ହେଉଛି ଜ୍ଞାନ ଓ ଭାବନାର ପ୍ରମୁଖ ମାଧ୍ୟମ।ହିନ୍ଦୀ ଭାଷା ଦେଶର ବିଭିନ୍ନ ଅଞ୍ଚଳ ଓ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଏକ ଯୋଗସୂତ୍ର ଭାବେ କାର୍ଯ୍ୟ କରୁଛି।ଛାତ୍ରଛାତ୍ରୀମାନେ ହିନ୍ଦୀକୁ କେବଳ ପାଠ୍ୟବିଷୟ ଭାବେ ନ ନେଇ ଏହାର ସାହିତ୍ୟ,ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧକୁ ବୁଝିବା ଆବଶ୍ୟକ।ହିନ୍ଦୀ ଭାଷାର ବିକାଶ ପାଇଁ ଶିକ୍ଷକ,ଛାତ୍ର ଓ ସମାଜ ସମସ୍ତଙ୍କର ସକ୍ରିୟ ଭୂମିକା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।ମୁଖ୍ୟ ବକ୍ତା ଜବାହାର ନବୋଦୟ ବିଦ୍ୟାଳୟ,ତରଭାର ହିନ୍ଦୀ ପ୍ରାଧ୍ୟାପକ ଗତିକୃଷ୍ଣ ପଟେଲ ହିନ୍ଦୀ ଭାଷାର ଐତିହ୍ୟ,ସାହିତ୍ୟିକ ସମୃଦ୍ଧି ଓ ଜାତୀୟ ଜୀବନରେ ଏହାର ଭୂମିକା ଉପରେ ବିସ୍ତୃତ ଆଲୋକପାତ କରିଥିଲେ।ସେ କହିଥିଲେ ଯେ,ଭାଷା ହେଉଛି ଏକ ଜାତିର ସଂସ୍କୃତିର ଦର୍ପଣ।ହିନ୍ଦୀ ସାହିତ୍ୟରେ ଭାରତର ବିବିଧତା,ମାନବୀୟ ସମ୍ବେଦନା,ତ୍ୟାଗ, ପ୍ରେମ ଓ ଦେଶପ୍ରେମର ଅନେକ ଅମୂଲ୍ୟ ଅଧ୍ୟାୟ ସଂରକ୍ଷିତ ହୋଇ ରହିଛି।ଆଜିର ଛାତ୍ର ସମାଜ ଯଦି ହିନ୍ଦୀ ସାହିତ୍ୟ ସହ ଯୋଡ଼ି ହେବେ,ତେବେ ସେମାନଙ୍କ ଚିନ୍ତନ ଓ ସୃଜନଶୀଳତା ଆହୁରି ସମୃଦ୍ଧ ହେବ ବୋଲି ସେ କହିଥିଲେ।ଏଡିଇଓ ରୀନା କୁମାରୀ ବେହେରା ହିନ୍ଦୀ ଶିକ୍ଷାର ଗୁଣାତ୍ମକ ବିକାଶ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷାପ୍ରତି ଆଗ୍ରହ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ।ଶିକ୍ଷକମାନେ ନିଜର ସୃଜନଶୀଳ ଶିକ୍ଷଣ ପଦ୍ଧତି ମାଧ୍ୟମରେ ହିନ୍ଦୀକୁ ଛାତ୍ରଙ୍କ ପାଇଁ ଆନନ୍ଦଦାୟକ କରିବା ଉଚିତ ବୋଲି ସେ କହିଥିଲେ।ଏଡିଇଓ ସେବାଶ୍ରୀ ଭୋଇ ହିନ୍ଦୀ ଭାଷାର ସମୃଦ୍ଧ ସାହିତ୍ୟିକ ପରମ୍ପରା ଓ ଶିକ୍ଷା କ୍ଷେତ୍ରରେ ଏହାର ଗୁରୁତ୍ୱ ଉପରେ ମତ ରଖିଥିଲେ।ଛାତ୍ରଛାତ୍ରୀଙ୍କ ମନରେ ଭାଷାପ୍ରତି ଭଲପାଇବା ସୃଷ୍ଟି କରିବା ହିଁ ଶିକ୍ଷକଙ୍କ ପ୍ରମୁଖ ଦାୟିତ୍ୱ ବୋଲି ସେ ମତ ଦେଇଥିଲେ।ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ ଯୋଶୀ ହିନ୍ଦୀ ଭାଷା ଶିକ୍ଷାକୁ ଆହୁରି ଲୋକପ୍ରିୟ କରିବା ସହ ଛାତ୍ରଛାତ୍ରୀଙ୍କୁ ହିନ୍ଦୀ ସାହିତ୍ୟ ପଠନ ପ୍ରତି ଆକୃଷ୍ଟ କରିବା ଉପରେ ଗୁରୁତ୍ୱ ଦେଇଥିଲେ।ପୂର୍ବତନ ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ ହିନ୍ଦୀ ଶିକ୍ଷକମାନଙ୍କ ଅବଦାନକୁ ସ୍ମରଣ କରି ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ଭାଷା ଶିକ୍ଷାର ଗୁରୁତ୍ୱ ବୁଝାଇଥିଲେ।ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ପାଣିଗ୍ରାହୀ ହିନ୍ଦୀ ଦିବସର ମହତ୍ତ୍ୱ ଉପରେ ମତ ରଖି ବିଦ୍ୟାଳୟ ରେ ଛାତ୍ରୀମାନଙ୍କ ଭାଷା ଓ ସାଂସ୍କୃତିକ ପ୍ରତିଭା ବିକାଶ

ପାଇଁ ଏଭଳି କାର୍ଯ୍ୟକ୍ରମ ନିୟମିତ ଆୟୋଜନର ଆବଶ୍ୟକତା ଦର୍ଶାଇଥିଲେ।ଏହି ଅବସରରେ ଜିଲ୍ଲାର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସଂଘ ତରଫରୁ ଉତ୍ତରୀୟ, ମୋମେଣ୍ଟୋ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ସଭା ଶେଷରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମକୁ ଶିକ୍ଷକ ଅଶ୍ୱିନୀ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ଶିକ୍ଷକ ଭକ୍ତ ଚରଣ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ଜିଲ୍ଲାର ବହୁ ହିନ୍ଦୀ ଶିକ୍ଷକ, ଶିକ୍ଷାବିତ୍‌, ଭାଷାପ୍ରେମୀ ଯୋଗଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026

You Might Also Like