-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଜିଲ୍ଲା

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ

24-Sep-2026



ବଲାଙ୍ଗୀର(ରିପୋର୍ଟ : ମଳୟ ମିଶ୍ର):  ଗତ ୨୦ ତାରିଖରେ ବଲାଙ୍ଗୀର ବନଖଣ୍ଡର ବଲାଙ୍ଗୀର ରେଞ୍ଜ୍ ର ଜଣେ ଫରେଷ୍ଟର ଅଫିସ ପଛପଟ ତାଙ୍କ କ୍ବାର୍ଟରରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ଘଟଣା ପଛରେ ତାଙ୍କ ପରିବାର ପକ୍ଷରୁ ଗଣମାଧ୍ୟମ ଆଗରେ ଉପରିସ୍ଥ ଅଧିକାରୀଙ୍କ ଚାପ, ନିର୍ଯାତନା ସହ ୫ ଲକ୍ଷ ଟଙ୍କାର ପିସି ଦାବି ଅଭିଯୋଗ ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । 

ଗତକାଲି ବିଧାନସଭାରେ ପଡୋଶୀ ନୂଆପଡା ଜିଲ୍ଲାର ସୁନାବେଡା ବନ୍ୟପ୍ରାଣୀ ବନଖଣ୍ଡରେ ହୋଇଥିବା ୩ କୋଟି ଟଙ୍କାର ଦୁର୍ନୀତିରେ ଡି ଏଫ ଓ, ଏ  ସି ଏଫ୍ ଓ ଜଣେ କିରାଣୀ ପ୍ରମୁଖଙ୍କର ସମ୍ପୃକ୍ତି ରହିଥିବା ବିଭାଗୀୟ ମନ୍ତ୍ରୀଙ୍କ ଦ୍ବାରା ତଥ୍ୟପ୍ରକାଶ ପାଇଛି । ପ୍ରକାଶଯୋଗ୍ୟ ଯେ ଉକ୍ତ ଅଭିଯୁକ୍ତ ଏଷ୍ଟାବ୍ଲିଶମେଣ୍ଟ କିରାଣୀଙ୍କୁ ତଦନ୍ତ ପରେ ନିଲମ୍ବିତ କରାଯାଇଛି । ଏଣୁ  ଅନୁରୂପ ଭାବେ ବଲାଙ୍ଗୀର ବନଖଣ୍ଡରେ ଗତ କିଛିବର୍ଷ ହେଲା ଅଭିଯୋଗ ପ୍ରକାଶ ପାଇ ଆସୁଥିବା ବିଭିନ୍ନ ସରକାରୀ ଯୋଜନାର ଏକ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଛି । ଏହି ଫରେଷ୍ଟରଙ୍କ ଆତ୍ମହତ୍ୟା ପଛର କାରଣ ସ୍ବରୂପ ତାଙ୍କ ପରିବାର ପକ୍ଷରୁ ଉଠିଥିବା ଉପରିସ୍ଥ ଅଧିକାରୀଙ୍କ ଚାପ, ମାନସିକ ନିର୍ଯାତନା ଓ ପିସି ପ୍ରସଙ୍ଗ ଏହି ବିଭାଗର ଡିଏଫଓ, ଏ ସି ଏଫ ଓ ରେଞ୍ଜର ସମେତ କେତେକ କିରାଣୀଙ୍କ ଆଡକୁ ଇଙ୍ଗିତ କରୁଛି । ଏହି ଅନୁଯାୟୀ , ସଂପ୍ରତି ଏଠାରେ ବଲାଙ୍ଗୀର ବନଖଣ୍ଡର ଡିଏଫଓ ଭାବରେ ଗତ ୧୮.୪. ୨୦୨୫ ରୁ ଏହି ଜିଲ୍ଲାରେ ଦୀର୍ଘବର୍ଷ ଧରି ରହିଥିବା କେନ୍ଦୁପତ୍ର ଓ ବନବିଭାଗର ରେଞ୍ଜରରୁ ଏସିଏଫ୍ ପଦୋନ୍ନତି ପାଇଥିବା ଅଜିତ ବିଶି ଡିଏଫଓ ଭାବରେ ଅବସ୍ଥାପିତ ଅଛନ୍ତି । ତାଙ୍କ ପୂର୍ବରୁ ଜଣେ  ଆଇ ଏଫ ଏସ୍ ନିତିଶ କୁମାର ଡିଏଫଓ ଥିଲାବେଳଠାରୁ ଏଭଳି ଦୁର୍ନୀତି ଓ ବିବାଦ ଏହି ବନଖଣ୍ଡର ପିଛା ଛାଡ଼ିନାହିଁ  । ବରଂ ଏଇ ବର୍ଷକ ମଧ୍ୟରେ ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି । ବନୀକରଣ ଠାରୁ ସଂରକ୍ଷଣ, ଉନ୍ନୟନ କାମ ଓ ଚୋରାକାଠ ଧରପଗଡ ସହ ବିରଳ ବନ୍ୟପ୍ରାଣୀଙ୍କ ସୁରକ୍ଷା ଇତ୍ୟାଦିର କଥା ଉଠିଛି । ମଝିରେ କିଛିଦିନ ପାଇଁ ବିଶିବାବୁ ପଡୋଶୀ ସୁବର୍ଣ୍ଣପୁର ବନଖଣ୍ଡର ଭାରପ୍ରାପ୍ତ ଡିଏଫଓ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳି ଥିଲେ । ସେଠାରେ ମଧ୍ୟ ଅନୁରୂପ ଦୁର୍ନୀତିର ଅଭିଯୋଗ ଉଠିଆସିଛି । 

ଏହି ଦୁର୍ନୀତି ସୁଚତୁର ଭାବରେ କେତେକ ବିଭାଗୀୟ ଅଧିକାରୀଙ୍କ ଜରିଆରେ ଚାଲିଥିବା ଏବେ ଉପରୋକ୍ତ ଫରେଷ୍ଟରଙ୍କ ଆତ୍ମହତ୍ୟା ମାମଲା ପରେ ପଦାକୁ ଆସିଛି ।  ଅଭିଯୋଗ ଅନୁଯାୟୀ, ମନରେଗା, କାମ୍ପା ବା ଆମ ଜଙ୍ଗଲ ଯୋଜନା, ରାସ୍ତା ପାର୍ଶ୍ବ ବନୀକରଣ, ନର୍ସରୀ ବା ଚାରା ଉତ୍ପାଦନ, ସହରାଞ୍ଚଳ ବନୀକରଣ, ଗ୍ରୀନ୍ ମହାନଦୀ ଯୋଜନା ଇତ୍ୟାଦି ପ୍ରାୟ ସବୁ ଉନ୍ନୟନକାମ, ହାତୀହତ୍ୟା ବା ହାତୀ ମଣିଷ ମାରିବା, ବଜ୍ରକାପ୍ତା ଚୋରାଚାଲାଣ, କାଠ ବାଉଁଶ ଚୋରାଚାଲାଣ, ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଖଣିଜ ଦ୍ରବ୍ୟ ବା ବେଆଇନ ରତ୍ନପଥର ଖୋଳା , ନର୍ସରୀ , ବିଭାଗର ଘର ପାଚେରୀ ବାରାକ୍ ଆଦି ନିର୍ମାଣ ଆଦି ସବୁ କୋଟି କୋଟି ଟଙ୍କାର ସରକାରୀ ଯୋଜନା ଓ ପ୍ରକଳ୍ପରୁ ମିଥ୍ୟାବିଲ୍ , ପିସି ଚାଲିଛି ।  ଏଥିରେ ଫରେଷ୍ଟଗାର୍ଡଙ୍କ ଠାରୁ ଫରେଷ୍ଟର, ରେଞ୍ଜର,  ଏସି ଏଫ୍ ଓ ଡିଏଫଓଙ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ୍ ରହିଥିବା ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ଓ ଏହା ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇ ଆସୁଥିଲେ ହେଁ , ବିଭକଗୀୟ ଏବଂ ରାଜନୈତିକ ସଂରକ୍ଷଣ ଯୋଗୁଁ ସେସବୁର ସଠିକ୍ ତଦନ୍ତ ବା ସମୀକ୍ଷା ହେଉନାହିଁ ।

ଉଲ୍ଲେଖଯୋଗ୍ଯ ଯେ କିଛିବର୍ଷ ତଳେ ବଲାଙ୍ଗୀର ସିଲଭିକଲଚର ବିଭାଗର ଜଣେ ଭାରପ୍ରାପ୍ତ ରେଞ୍ଜର କଳାହାଣ୍ଡିର ଭବାନିପାଟଣାର ତାଙ୍କ ସରକାରୀ କ୍ବାର୍ଟରରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହାର କାରଣ ସ୍ବରୂପ ସେ ସେଠାରେ ଜାରିଙ୍ଗ ସେଣ୍ଟ୍ରାଲ ନସର୍ରୀରେ କରିଥିବା କାମର  ବିଲ୍ ଅଟକାଇ ରଖି ତାଙ୍କ ରାୟଗଡା ଡିଏଫଓଙ୍କ ଦ୍ବାରା ଲକ୍ଷାଧିକ ଟଙ୍କାର ପିସି ଦାବି ପୂରଣ କରିପାରି ନ ଥିବା ପ୍ରକାଶ ପାଇଥିଲା । ଶେଷରେ ଏହା ଚପାଇ ଦିଆଗଲା  

ତେବେ ଏହି ବଲାଙ୍ଗୀର ବନବିଭାଗର ବନପାଳ ବ୍ୟାସଦେବ ସାହୁ ଆତ୍ମହତ୍ୟାର ଅନ୍ତରାଳରେ ଯେଉଁ ଗୁରୁତର ଅଭିଯୋଗ ଓ ଚର୍ଚ୍ଚା ପ୍ରକାଶ ପାଇଛି , ତାହା ହେଲା ସେ ଦେଓଗାଁ' ରେଞ୍ଜ୍ ରେ ଅବସ୍ଥାପିତ ଥିଲାବେଳେ ସୁନାଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ନର୍ସରୀ, ଷ୍ଟାଫ୍ କ୍ଵାର୍ଟର ସମେତ ନୂତନ ଅଫିସ୍ କୋଠା ଓ ବାରାକ୍ ଇତ୍ୟାଦିର କାମ କରିଥିଲେ ।  କାମ କରିଥିଲାବେଳେ ସରକାରୀ ବିଲ୍ ଆସିବା ବିଳମ୍ବ ହୋଇଥିବାରୁ ସେ ବାହାରୁ ସୁଧରେ ଟଙ୍କା ଆଣି , ଘରର ସୁନାରୂପା ବିକି ବା ବନ୍ଧକ ରଖି, ବର୍ଷ ବର୍ଷର ଦରମା ଟଙ୍କା ଦେଇ କାମର କୁଲିମଜୁରୀ ଦେଇଥିଲେ । କିନ୍ତୁ ତାଙ୍କୁ ବଲାଙ୍ଗୀର ରେଞ୍ଜକୁ ବଦଳି ପରେ ଟଙ୍କା ଆସିଲାବେଳକୁ  ରେଞ୍ଜରଙ୍କ ସହ ଅନ୍ୟଜଣେ ଫରେଷ୍ଟର ଜନ୍ମେଜୟ ପାଣିଗ୍ରାହୀ ଓ  ଜଣେ ଅଣତାଲିମ ପ୍ରାପ୍ତ ଆଟଗାଁ' ଫରେଷ୍ଟର କୈଳାସ ଚନ୍ଦ୍ର ସାହୁ ଟ୍ରେନିଂ ଯିବାରୁ ରେଞ୍ଜର ତାଙ୍କ ସ୍ଥାନକୁ ୪ ମାସ ଖାଲି ରଖି ସେ ଫେରିବାପରେ ତାଙ୍କୁ ସେହିଠାରେ ଅବସ୍ଥାପିତ କରାଇଥିଲବା ପ୍ରକାଶ  ।  ସର୍ବୋପରି ସେମାନଙ୍କ ନାଁ'ରେ  ପ୍ରାୟ ୨୦ ଲକ୍ଷର ବିଲ୍ ଭାଉଚର କରାଯାଇ ବ୍ୟାସଙ୍କୁ ସେଥିରୁ ସମ୍ପୂର୍ଣ୍ଣ ବଞ୍ଚିତ କରି ଦିଆଗଲା । ଏହି କାରସାଦୀରେ ଡିଏଫଓ ଓ ଏସିଏଫ୍ ଙ୍କ ଜ୍ଞାତସାରରେ ରେଞ୍ଜର ଓ ଦେଓଗାଁ ରେଞ୍ଜ୍ ର ଜଣେ ଆଉଟ୍ ସୋର୍ସିଂ ଡିଇଓ ରଜନୀକାନ୍ତ ମହାନ୍ତି, ଡିଭିଜନ ଅଫିସ୍ ର  ମୁଖ୍ୟକିରାଣୀ ସୁଧୀର ତ୍ରିପାଠୀ  ଓ  ବରିଷ୍ଠ କିରାଣୀ ସାମିଲ୍ ରହିଥିବା କୁହାଯାଉଛି । ଡିଏଫଓଙ୍କୁ ଡାହାଣ ହାତ ଭାବରେ ଜଣାଶୁଣା ହେଡକ୍ବାର୍ଟର  ରେଞ୍ଜର ନବୀନ ପଣ୍ଡାଙ୍କ ଇଚ୍ଛାମୁତାବକ ଏଠୁ ସେଠିକି ବଦଳି, ଡେପୁଟେସନ କରାଇ ଏସବୁ ଦୁର୍ନୀତିର ମୁଖ୍ୟ କାର୍ପଟଦାର ସାଜିଥିବା ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ  । ଯଦିଓ ସେ ଏହାକୁ ଅସ୍ୱୀକାର କରନ୍ତି ।

ତେବେ ସେ ଯାହାହେଉ,  ବଲାଙ୍ଗୀର ବନଖଣ୍ଡର ଏହି ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା ପରେ ଏସବୁ ବିଭାଗୀୟ ଅନିୟମିତତାର ଚର୍ଚ୍ଚା ଉଠିଛି । ମୁଖ୍ୟତଃ ବ୍ୟାସଦେବ ସାହୁଙ୍କୁ ବିଭିନ୍ନ ଆଳରେ ଶୋଷଣ କରାଯାଉଥିବାର ଅଭିଯୋଗ ହେଉଛି । ଫଳରେ ସେ ବର୍ଷାଧିକ କାଳ ଧରି ପ୍ରତିମାସର ସବୁଯାକ ଦରମା ଟଙ୍କା ଦେଉଥିବା ସହିତ ଚଢାସୁଧରେ ବାହାରୁ ଟଙ୍କା ଧାରକରଜ କରି ସୁଝି ନ ପାରି ହାରିଯାଇଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଉଲ୍ଲେଖଯୋଗ୍ଯ ଯେ ଏବେ ବଲାଙ୍ଗୀର ବନଖଣ୍ଡରେ ବଦଳି ହୋଇ ଆସିଥିବା କେତେକ କଳାହାଣ୍ଡିଆ ବନ ଅଧିକାରୀଙ୍କ ଉପଦ୍ରବ ଚାଲିଛି ବୋଲି କେତେକ ବିଭାଗୀୟ କର୍ମଚାରୀଙ୍କ ଠାରୁ ଅସନ୍ତୋଷ ପ୍ରକାଶ ପାଉଛି । ତେବେ ଅଭିଯୁକ୍ତଙ୍କ ପକ୍ଷରୁ ଉପରୋକ୍ତ ଅଭିଯୋଗକୁ ଅସ୍ୱୀକାର କରାଯାଉଛି ।

ଆହୁରି ମଧ୍ଯ ସ୍ଥାନୀୟ ଲକ୍ଷ୍ମୀଯୋର ଥାନାରେ ଏ ସମ୍ପର୍କରେ ଏକ ମାମଲା ଋଜୁ କରାଯାଇ ତଦନ୍ତ କରାଯାଉଛି ।  ବଲାଙ୍ଗୀର ଏସଡିପିଓ ସରୋଜ ଉପାଧ୍ୟାୟ ଓ ଏହି ଥାନାର ଆଇ ଆଇ ସି ସଞ୍ଜୟ କୁମାର ସାହୁ ଏହି ମାମଲାର ସବୁ ଦିଗକୁ ତଦନ୍ତର ପରିସରଭୁକ୍ତ କରାଯାଉଥିବା ପ୍ରକାଶ କରିଥିଲେ ହେଁ, ଦେଓଗାଁ' ରେଞ୍ଜ୍ ର ବିଭାଗୀୟ ଯୋଜନା ବା ପ୍ରକଳ୍ପର ଉପରୋକ୍ତ ଅନିୟମିତତାର ତଥା ଉପରୋକ୍ତ ବିଭାଗୀୟ କାରସାଦୀର ତଦନ୍ତରେ କେତେଦୂର ତାଙ୍କ ହାତ ପାଇବ ଏ ନେଇ ସନ୍ଦେହ ରହୁଛି ।  ସର୍ବୋପରି ମୃତକ ଜଣେ ଦାୟିତ୍ବସମ୍ପନ୍ନ ବରିଷ୍ଠ ସରକାରୀ ଅଧିକାରୀ ଥିଲେ ହେଁ , ଯଦି ଏହା ଏକ ଆତ୍ମହତ୍ୟା ହୋଇଥାଏ , ତାଙ୍କର କୌଣସି ସୁଇସାଇଡାଲ୍ ନୋଟ୍ ମିଳିନାହିଁ  କିମ୍ବା ଏହାକୁ ଗାଏବ୍ କରିଦିଆ ଯାଇଛି  ? ତାଙ୍କ ଫୋନ୍ ର ସିଡିଆର୍ ମଧ୍ୟ ପୁଲିସ ହାତରେ ରହିଛି । ଏହି ଅଭାବନୀୟ ଘଟଣାକୁ ନେଇ ରାଜ୍ୟବ୍ୟାପି ଚର୍ଚ୍ଚା ପ୍ରକାଶ ପାଇଥିବା ବେଳେ , ପୋଷ୍ଟମର୍ଟମ ରିପୋର୍ଟ,  କଲ୍ ଡିଟେଲସ୍ ଓ ସୁଇସାଇଡାଲ୍ ନୋଟ୍ ଆଦି ତଦନ୍ତକାରୀ ପୁଲିସ ଅଧିକାରୀଙ୍କର କେବେ ହସ୍ତଗତ ହେବ, ଅସ୍ପଷ୍ଟ ରହିଥିବାରୁ ଏହି ବହୁଚର୍ଚ୍ଚିତ ହାଇଲାଇଟ୍ ମାମଲାର ତଦନ୍ତ ପ୍ରତି ମଧ୍ଯ ଲୋକେ ଅଙ୍ଗୁଳି ଉଠାଇବା ଆରମ୍ଭ କଲେଣି ।

ଏଣୁ ସ୍ଥାନୀୟ ବିଧାୟକଙ୍କ ଦ୍ବାରାଏହା ଚଳିତ ବିଧାନସଭାରେ ଉଠାଯାଇ ସରକାରଙ୍କ ପକ୍ଷରୁ ଏହାର ଏକ କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବାକୁ ଲୋକେ ଦାବି କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like