-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
24-Sep-2026
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଟାଉନ୍ ଥାନା ପୋଲିସ ପକ୍ଷରୁ ଗଞ୍ଜେଇ ଚାଲାଣ ଯୋଜନା କୁ ମାତ୍ ଦେବା ପାଇଁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଚାର ଜାର୍ ଓ ଆଲୁମିନିୟମ୍ କଣ୍ଟେନର ମଧ୍ୟରେ ଗଞ୍ଜେଇ ଲୁଚାଇ ଚାଲାଣ କରିବାକୁ ହେଉଥିବା ଯୋଜନାକୁ ପୋଲିସ ପଣ୍ଡ କରିଛି । ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯିବା ସହ ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ପୋଲିସ ପ୍ରେସ୍ ନୋଟ୍ ଅନୁଯାୟୀ, ୨୩ ସେପ୍ଟେମ୍ବର ୨୦୨୬ ଅପରାହ୍ନରେ ବଲାଙ୍ଗୀର ସହର ଥାନା ଅଧୀନ ଉଦୟନଗରସ୍ଥିତ ଜନ୍ମଜୟ ତ୍ରିପାଠୀଙ୍କ ଭଡ଼ା ଘରେ ଗଞ୍ଜେଇ ପ୍ରସ୍ତୁତ କରି ଚାଲାଣ କରିବା ନେଇ ପୋଲିସକୁ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା । ସୂଚନା ପାଇବା ପରେ ଟାଉନ୍ ଥାନା ଏସ୍ଆଇ ଚର୍ଚ୍ଚିଲ୍ ମହାପାତ୍ରଙ୍କ ନେତୃତ୍ୱରେ ଏଏସ୍ଆଇ ବି. ଦେହୁରୀ, ଏଏସ୍ଆଇ ଏସ୍.କେ. ରାଠ ଓ ଅନ୍ୟ କର୍ମଚାରୀମାନେ ସଦଳ ବଳେ ଚଢ଼ାଉ କରିଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଗାଁ ର ବିପ୍ର ଚରଣ ରାୱଲ (୪୨) ଓ ପୁଇଁତଲା ଥାନା କୁରୁଲ ଗାଁ ର ଶିବ ନାଏକ (୧୯)ବଲାଙ୍ଗୀର ଜିଲ୍ଲା ପୋଲିସ ପ୍ରେସ୍ ନୋଟ୍ରେ ଉଲ୍ଲେଖ ଅନୁଯାୟୀ, ଗଞ୍ଜେଇର ଉତ୍ସ, କ୍ରୟ ଓ ଗନ୍ତବ୍ୟସ୍ଥଳ ସମ୍ପର୍କରେ ତଦନ୍ତ ଜାରି ରହିଛି। ଏ ସଂକ୍ରାନ୍ତରେ ପୋଲିସ ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ। ସହ ୫ଟି ଆଲୁମିନିୟମ୍ କଣ୍ଟେନର, ଗୋଟିଏ ଖାଲି ପିକଲ୍ ଜାର୍, ପିକଲ୍ ଭର୍ତ୍ତି ଗୋଟିଏ ସିଲ୍ ପ୍ୟାକେଟ୍, ଗୋଟିଏ ରିଅଲମି ମୋବାଇଲ୍ ଫୋନ୍।, ଅପ୍ପୋ ମୋବାଇଲ୍ ଫୋନ୍ ଜବତ କରିଛି । ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଆଲୁମିନିୟମ୍ କଣ୍ଟେନର ଭିତରେ ଗଞ୍ଜେଇ ରଖି ତା’ ଉପରେ ପିକଲ୍ର ଏକ ପତଳା ସ୍ତର ଦେଇଥିଲେ । ଏହି କୌଶଳ ମାଧ୍ୟମରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାର ନଜରରୁ ଗଞ୍ଜେଇ ଚାଲାଣକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ପ୍ରେସ୍ ନୋଟ୍ରେ ଦର୍ଶାଯାଇଛି । ଏହି ଘଟଣାକୁ ନେଇ ବଲାଙ୍ଗୀର ଟାଉନ୍ ଥାନାରେ କେସ୍ ନମ୍ବର ୪୪୫, ଏନ୍ଡିପିଏସ୍ ଆକ୍ଟର ଧାରା ୨୦(ବି)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।