-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
24-Sep-2026
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ବ୍ଲକ୍ ନୂଆଗୁଡା ଗ୍ରାମରେ ଆଜି ଦିନ ପ୍ରାୟ ୧୦ଟା ବେଳେ ଏକ ବିରଳ ଘଟଣା ଘଟିଛି। ଦିନ ଦ୍ୱିପହରରେ ହଠାତ୍ ଏକ ଜଙ୍ଗଲୀ ଭାଲୁ ଗାଁ ଭିତରକୁ ପଶି ଆସି ଗୋଟିଏ ଘର ଭିତରେ ପଶି ଯାଇଥିଲା।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଜଙ୍ଗଲ ପାଖ ନୂତନ ଭାବେ ନିର୍ମିତ ହେଉଥିବା ଘରରେ ଭାଲୁଟି ଖାଦ୍ୟ ଖୋଜି ଖୋଜି ସିଧା ପଶି ଯାଇଥିଲା। ଆଖ ପାଖ ଲକେ ଭାଲୁକୁ ଦେଖି ଆତଙ୍କିତ ହୋଇ ପଡିଥିଲେ। ଖବର ପାଇ ଡାବୁଗାଁ ରେଞ୍ଜେର ରାମ ଚନ୍ଦ୍ର ଭତ୍ରାଙ୍କ ନିର୍ଦେଶରେ ଡାବୁଗାଁ ସେକ୍ସନର ବନ ବିଭାଗ କର୍ମଚାରୀ ଓ ଫରେଷ୍ଟ ଗାର୍ଡ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ କଷ୍ଟରେ ପାଟିତୁଣ୍ଡ କରି ଓ ବାଣ ଫୁଟାଇ ଭାଲୁକୁ ଘରୁ ଘଉଡ଼ାଇ ପୁଣି ଜଙ୍ଗଲକୁ ପଠାଇ ଦିଆଯାଇଛି।
ସୌଭାଗ୍ୟ ବଶତଃ କୌଣସି ଜୀବନ ହାନୀ ହୋଇନାହିଁ। ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଦିନବେଳେ ବି ଘର କବାଟ ବନ୍ଦ ରଖିବାକୁ ଏବଂ ଜଙ୍ଗଲ ମୁହାଁ ଏକା ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।