-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
24-Sep-2026
ବଲାଙ୍ଗୀର: ସର୍ବଭାରତୀୟ ବ୍ୟବସାୟୀ ମହାସଂଘ, ବଲାଙ୍ଗିର ଶାଖା ତରଫରୁ ₹୨,୦୦୦ରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର କେନ୍ଦ୍ର ସରକାର ଲାଗୁ କରିବା ବିରୁଦ୍ଧରେ ଏବଂ ଏହାର ପ୍ରତ୍ୟାହାର ଦାବି ରେ ବଲାଙ୍ଗିର ଶାଖା ସଭାପତି ପ୍ରକାଶ ନେପାକ, ଉପ ସଭାପତି ବିକାଶ ଅଗ୍ରୱାଲ,ସମ୍ପାଦକ ରାଜୀବ ଗୋୟଲ,କୋଷlଧ୍ୟକ୍ଷ ନରସିଂହ ଅଗ୍ରୱାଲ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟ ରିଙ୍କୁ ପାତ୍ର, ଏବଂ ରବି ଅଗ୍ରୱାଲଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ବଲାଙ୍ଗୀର ଜିଲ୍ଲାପାଳଙ୍କ ଜରିଆରେ ତ୍ସ୍ମାରକପତ୍ର ପ୍ରଦାନ କରାଯାଇଛି l ଜିଲ୍ଲାପାଳ ଙ୍କ ତରଫରୁ ଏଡିଏମ ବିଜୟlନନ୍ଦ ସେଠି ସ୍ମାରକ ପତ୍ର ଗ୍ରହଣ କରିଥିଲେ l
ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ସୂଚନା ଦେଇଛି ଯେ ୟୁପିଆଇ ଦେଶର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାର ଏକ ମୁଖ୍ୟ ଆଧାର ହୋଇପାରିଛି। ଛୋଟ ବ୍ୟବସାୟୀ, ଖୁଚୁରା ବ୍ୟବସାୟୀ, ହୋଟେଲ୍, ରେଷ୍ଟୁରାଣ୍ଟ, ଔଷଧ ଦୋକାନ, ହାର୍ଡୱେର୍ ବ୍ୟବସାୟୀ, ସେବା ପ୍ରଦାନକାରୀ ଓ ଏମ ଏସ ଏମ ଇ ଉଦ୍ୟୋଗୀମାନେ ୟୁପିଆଇ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ।
ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ(CAIT)ର ମତରେ, ଅତିରିକ୍ତ ଏମ ଡି ଆର ଲାଗୁ ହେଲେ କମ୍ ଲାଭରେ ବ୍ୟବସାୟ କରୁଥିବା ଛୋଟ ବ୍ୟବସାୟୀ ଓ ଏମ ଏସ ଆଇ ମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ଭାର ପଡ଼ିବ। ଏହା ଡିଜିଟାଲ୍ ପେମେଣ୍ଟକୁ ମଧ୍ୟ ନିରୁତ୍ସାହିତ କରିପାରେ।
ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ(CAIT)ବଲାଙ୍ଗୀର ଶାଖା ଆହୁରି କହିଛି ଯେ ₹୨,୦୦୦ରୁ ଅଧିକ ଟ୍ରାଞ୍ଜାକ୍ସନ୍ ହେଲେ ତାହାକୁ କେବଳ ବଡ଼ ବ୍ୟବସାୟିକ କାରବାର ଭାବେ ଦେଖାଯାଇପାରିବ ନାହିଁ। ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ, ଔଷଧ, ହୋଟେଲ୍, ରେଷ୍ଟୁରାଣ୍ଟ, ଇଲେକ୍ଟ୍ରିକାଲ୍ ସାମଗ୍ରୀ ଓ ଅନ୍ୟାନ୍ୟ ସାଧାରଣ କ୍ରୟରେ ମଧ୍ୟ ₹୨,୦୦୦ରୁ ଅଧିକ UPI ପେମେଣ୍ଟ ହୋଇଥାଏ।
ଏହି ପରିପ୍ରେକ୍ଷୀରେ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ(CAIT) ବଲାଙ୍ଗୀର ଶାଖା କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବିତ ୦.୪% ଏମ ଡି ଆର ପ୍ରତ୍ୟାହାର କରିବା, ଛୋଟ ବ୍ୟବସାୟୀ ଓ ଏମ ଏସ ଏମ ଇ ପାଇଁ ୟୁ ପି ଆଇ ଲେଣ ଦେଣ କୁ ଶୂନ୍ୟ-ଏମ ଡି ଆର ବ୍ୟବସ୍ଥାରେ ରଖିବା ଏବଂ ନୂତନ ଚାର୍ଜ ଲାଗୁ ପୂର୍ବରୁ ବ୍ୟବସାୟୀ ସଂଗଠନ ସହ ପରାମର୍ଶ କରିବାକୁ ଦାବି କରିଛି।