-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||     

HOME   ଜିଲ୍ଲା

ତଳମୁଣ୍ଡଚାଷୀ ପ୍ରତାରିତ

20-Sep-2026



ଡୁଙ୍ଗୁରିପାଲି(ଆରବିନ୍ଦ ମିଶ୍ର)-  ପଶ୍ଚିମ ଓଡ଼ିଶାର ଚାଷ, ବନ୍ୟା ନିୟନ୍ତ୍ରଣ ଏବଂ ବିଦ୍ୟୁତ୍ ଉତ୍ପାଦନକୁ ଦୃଷ୍ଟିରେ ରଖ୍ ୧୯୪୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ
ଜବାହାରଲାଲ ନେହେରୁ ହୀରାକୁଦର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ | ୧୯୫୭ରେ ଏହା ପୂର୍ଣାଙ୍ଗ ହୋଇଥିଲା | ହୀରାକୁଦର ଆରମ୍ଭ ସମ୍ବଲପୁର ଜିଲାରୁ ହୋଇଥିବା ବେଳେ ବର୍ତ୍ତମାନର ସୁବର୍ଣ୍ଣପୁର ଜିଲାର ଡୁଙ୍ଗୁରିପାଲି, ବିନିକା ଟେଲ ଏରିଆ। ଚାଷୀର ଚାଷ ପାଇଁ ହୀରାକୁଦ ପାଣି ତଳମୁଣ୍ଡକୁ ଆସୁଥିଲା। ଅତ୍ୟଧୂକ ପାଣି ହେଲେ କପାସିରାରର ଗୁରାଣ୍ଡି, ଶୁଖା, ଇଚ୍ଛାପୁର, କର୍ଲାଯୁରୀ ଆଦି ଅଞ୍ଚଳରୁ ଅଙ୍ଗନଦୀ ଏବଂ ବିନିକା ଅଞ୍ଚଳରେ ମହାନଦୀରେ ପଡୁଥିଲା । କିନ୍ତୁ ଆଜି ବି ସେହି ହୀରାକୁଦ ଥୂବାବେଳେ କେନାଲ ବି ସେମିତି ରହିଛି। ହେଲେ ଏହି ସବୁ ଅଞ୍ଚଳକୁ ପୂର୍ବଭଳି ପାଣି ଆଉ ପହଞ୍ଚିପାରୁ ନାହିଁ । ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଏବଂ
ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଅଧିକାରୀମାନେ ଚାଷୀଙ୍କୁ ହେୟ ମନେ କରି ଉପେକ୍ଷା କରିବା ଯୋଗୁଁ ଚାଷୀମାନେ ବିଷମ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ବିଗତ ଦିନରେ ଏହି ଅଞ୍ଚଳରେ ପାଣି ପାଇଁ ଚାଷ କାର୍ଯ୍ୟ ହୋଇପାରୁଥିଲା । ଲରିଆବାହାଲ
ମାଇନରର ଶେଷ ରାଜସ୍ବ ଗ୍ରାମ  ଜାମପାଲିରେ ପାଣି ପହଞ୍ଚି ଚାଷ ହେଉଥିଲା। ସେହିପରି ଶୁଖା ମାଇନରେ ହଲଦୀ, କର୍ଲାଯୁଗା, ଇଚ୍ଛାପୁର, ସାହାଜବାହଲ, ତିଲେଇମାଲ, କନ୍ଦୁମୁଣ୍ଡା, ଡୁମେରପାଲି, ସହଲା ମାଇନରେ ସୁନାପାଲି, ଚେରୁପାଲି, ପହଣ୍ଡି ଦିଗସିରା, ଇନ୍ଦିରାନଗର, ଡାହୁକବୁଡ, ବଡଫଟାମୁଣ୍ଡା,କପାସିରାରେ ପାଣି ମାଡି ଚାଷ ହେଉଥିବା ବେଳେ ଧୀରେ ଧୀରେ ଏହି ଅଞ୍ଚଳକୁ ଆଉ ପାଣି ମାଡିପାରୁ ନାହିଁ । ବିଭିନ୍ନ ସମୟରେ କେତେକ ଗ୍ରାମକୁ ଆଉ କେନାଲ ପାଣି ଆସିବ ନାହିଁ ବୋଲି ଏକ ‘କ୍ରସବନ୍ଧ’
ସୃଷ୍ଟି କରିଛନ୍ତି। ଏହାର ଅର୍ଥ ହେଲା ଯେଉଁ ଗ୍ରାମ କେନାଲ ତଳ ମୁଣ୍ଡରେ ଅଛି, ସେହି ଗ୍ରାମର କେନାଲ ପାଣି ଆସିବ ନାହିଁ । ସେହି ଗ୍ରାମର କେନାଲ ମୁଣ୍ଡରେ ମାଟି ବନ୍ଧ କରାଯାଇ କେନାଲକୁ ସେଠାରେ ବନ୍ଦ କରି ଦିଆଯାଉଛି। ଯାହାଦ୍ବାରା ସେଠାରୁ କେନାଲ ପାଣି ଆଗକୁ ଆଉ ଯାଇପାରେ ନାହିଁ। ପଳରେ ବିଚରା ଚାଷୀ କର୍ମକୁ ଆଦରି ଚାଷ ବନ୍ଦ କରୁଛି। କିନ୍ତୁ କାଗଜ କଲମରେ ଚାଷ ହେଉଥିବାରୁ ରାଜସ୍ବ ବିଭାଗ ଖଜଣା ଆଦାୟ କରୁଛନ୍ତି। ଏବେ ଯେଉଁଆଡେ ଦେଖୁବ କେନାଲ ଭିତରେ ମଇଳା, ଲଟାବୁଦା ସାଙ୍ଗକୁ ଅନାବନା ଘାସ ଉଠିଛି।

ଯାହାଦ୍ବାର ପାଣି ତଳକୁ ଯାଇପାରୁନାହିଁ । ମରାମତି ଓ ସଫେଇ ଆଳରେ ଜେସିବି ବୁଲାଇ ମିଥ୍ୟା ବିଲ୍ କରି ଟଙ୍କା ଉଠାଯାଉଥିବା ଚାଷୀ ମହଲରେ ଅଭିଯୋଗ ମଧ୍ୟ ହେଉଛି। ଏହାକୁ ନେଇ ଏହି ଅଞ୍ଚଳର ଚାଷୀଙ୍କ ମଧ୍ୟର ପ୍ରତିକ୍ରୟା ଦେଖା ଦେଇଛି। ଏଭଳି ସ୍ଥିତିରେ ଚାଷୀମାନେ ଚଳିତ ବର୍ଷ କୌଣସି ସଫେଇ କାମ ହୋଇନାହିଁ ବୋଲି କହିଛନ୍ତି।

ହୀରାକୁଦ ପାଇଁ କେନାଲ ଅଛି- ହେଲେ ପାଣି ପୂର୍ବଭଳି ଆଉ ଆସୁନାହିଁ I ମରାମତି, ସପେଇ ନାଁରେ ଲକ୍ଷାଧିକ ଟଙ୍କା ଚଳୁ ହେଉଛି।  ଯେଉଁ ଠାରେ କାମ ହେବା କଥା ସେଠାରେ ହୁଏ ନାହିଁ, ଯେଉଁ ସ୍ଥାନରେ କାମର ଆବଶ୍ୟକତା ନାହିଁ, ସେହି ସ୍ଥାନରେ କାମ ହୋଇଥାଏ। କେତେକ କାମ ଖୁବ୍ କମ୍ ଦିନରେ ସରିଯାଉଥିବା ବେଳେ ଆଉ କେତେକ କାମ ବର୍ଷ ବର୍ଷ ଧରି ପଡ଼ି ରହିଛି। ଏହାକୁ ଆଳକରି ପାଣି ବନ୍ଦ କରି ଦିଆଯାଉଛି। ରୋଟେସନ ମାଧ୍ୟମରେ ପାଣି ଯୋଗାଣ ଯୋଗୁଁ ଚାଷୀର ଫସଲ ନଷ୍ଟ ହେଉଛି । କେନାଲ ବିଭାଗର ଅଧିକାରୀଙ୍କ ଦେଖା ମିଳୁନାହିଁ । ଚାଷ ଏବଂ ଚାଷୀଙ୍କ ପାଇଁ କେନାଲ ବିଭାଗ ଆଖ୍ ବୁଜି ଦେଇଛି। ପାଣି ପଞ୍ଚାଯତ ମାଧ୍ୟମ ରେ କୋଟି କୋଟି ଟଙ୍କାର କାମର ଦୁର୍ନୀତି ହେଉଥିବା ଚାଷୀମହଲରେ ଆଲୋଚନା ହେଉଛି।ନିରୀହ ଚାଷୀଙ୍କ ସରଳତାରେ ସୁଯୋଗ ନେଇ ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତେ ବାଟମାରଣାରେ ଲିପ୍ତ ହେଉଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ନଚେତ ଚାଷୀଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ଆଗାମୀ ଦିନରେ ଆନ୍ଦୋଳନର ରୂପ ନେବ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026

You Might Also Like