-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
20-Sep-2026
ସଇଁତଳା (ପ୍ରେରଣା ଖବର): ସଇଁତଲା ବ୍ଲକରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା ଧରବଗଡ ହାଇସ୍କୁଲ ଅନୁଷ୍ଠିତ ହୋଇ ଯାଇଛି, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ରଙ୍କ ପ୍ରଚେଷ୍ଟାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳମଣି ମେହେରଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଭା ରେ UGHS କେରମେଲୀ ର ପ୍ରଧାନ ଶିକ୍ଷକ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଓ ସାନମାନୀୟ ଅତିଥି ଭାବରେ ଖେଳର କଂଭେନର
ଟିଟିଲାଗଡ଼ ର ବ୍ଲକ ସମ୍ପାଦକ ଦନାର୍ଦନ ପାଣ୍ଡେ, ନିରୀକ୍ଷକ ଭାବରେ ଟିଟିଲାଗଡ଼ ର ପୂର୍ବତନ ଖେଳ ଶିକ୍ଷକ ଧବଳେଶ୍ୱର ଦ ଲବେହେରା, ହୂରଦୟ ଶବର, ସଇଁତଲା ବ୍ଲକ ସମ୍ପାଦିକା ଶ୍ରୀମତୀ ରଞ୍ଜିତା ମିଶ୍ର, ଦେବେନ୍ଦ୍ର ଜାଣି ଜିଲ୍ଲା ଜୁଡୋ ସମ୍ପାଦକ, ଥାଙ୍ଗ ଟା ସମ୍ପାଦକ ଚନ୍ଦ୍ରଶେଖର ବାହୁକ, ଜିଲ୍ଲା ମୁୟେଥାଇ ସମ୍ପାଦକ କେଦାର ବିଦ୍ୟାଳୟର ଏ ସ, ଏମ ସି ସଭାପତି ମଂଚାସୀନ ଥିଲେ , ବିଘ୍ନ ବିନାଶୟ ଗଣେଶଙ୍କ ପୂଜା ଓ ବନ୍ଦନା କରି କାର୍ଯ୍ୟକ୍ରମ ଟି ଆରମ୍ଭ ହୋଇଥିଲା,ସମସ୍ତଙ୍କ ଅଭିଭାଷଣ ରେ ଏହି ଖେଳ ଟି ଜାତୀୟସ୍ତରରେ ପୁରସ୍କାର ଲାଭ କରି ଜିଲ୍ଲା ର ନାଁ ଆହୁରି ଉପରକୁ ନିୟନ୍ତୁ ଧାରପଗଡ ହାଇସ୍କୁଲର ଖେଳାଳି ଜାତୀୟ ସ୍ତରରେ ନାଁ କରିଥିବାରୁ ସେମାଙ୍କୁ ସ୍ୱାଗତ କରା ଯାଇ ଥିଲା, ଆସନ୍ତ ଅକ୍ଟୋବର ମାସ
ର ୧୧,୧୨,୧୩,୧୪,ତାରିଖ ରେ ଆମ ବଲାଙ୍ଗୀର ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଥାଙ୍ଗ ଟା ମାର୍ସଲ ଆର୍ଟ ରେ ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ୧୨ ଜଣ ଖେଳାଳି ଙ୍କୁ ଚୟନ କରାଯାଇଥିଲା, ଏହି ଖେଳକୁ ପରିଚାଳନା କରିବା ପାଇଁ ଖେଳ ଶିକ୍ଷକ ଦିଲ୍ଲୀପ ଧରୁଆ, ରଂଜିତ କୁଆଁର, ରାଧାଗୋବିନ୍ଦ ପଟେଲ ରାଜେଶ ସ୍ୱାଇଁ, ରିଙ୍କୁ ସାହୁ, ଖୀତେସ୍ୱର ଖଟୁଆ ସାର ପ୍ରଭୂତି ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ , ସଭାପତି ତଥା ଧନ୍ୟବାଦ ଅର୍ପଣ କରିଥିଲେ, ସଭାପତି ସଭା ସାଙ୍ଗ କରିଥିଲେ।