-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
18-Sep-2026
ଡୁଙ୍ଗୁରିପାଲି, ତା,୧୮/୯(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ରାମପୁର ମେହେର ପଡା ଆନୁକୂଲ୍ୟରେ ଗଣେଶ ପୂଜା ଅବସରରେ ଡାନ୍ସ ଧମାକା ମାଲୁ ପୂଜାରୀ ପଡିଆରେ ସଭାପତି ରଜତ ମେହେରଙ୍କ ସଭାପତିତ୍ୱରେ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ରକ୍ତରେ କଳା ରହିଛି ବୋଲି ମତ ପ୍ରଦାନ କରିଥିଲେ । ତମାମୁରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଘନଶ୍ୟାମ ମେହେର ସମ୍ମାନିତ ଅତିଥି, ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ପ୍ରକାଶ ଅଗ୍ରୱାଲ ଓ ରାମପୁର ଓକିଲ ସାଙ୍ଘର ସଭାପତି ପ୍ରଫୁଲ୍ଲ ମେହେର ମଂଚାସୀନ ରହି ଦର୍ଶକ ମାନଙ୍କୁ ଉତ୍ସାହିତ କରି ଥିଲେ। ଚଟଣି ଡାନ୍ସ ଗ୍ରୁପ ଲେବିଡିର କୁନି କୁନି କଳାକାର ମାନେ ସୁନ୍ଦର ନୃତ୍ୟ ଓ ଗୀତ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହିନେଇଥିଲେ |
ଶେଷରେ ସମ୍ପାଦକ ଶୁଭମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ |କମିଟି ସଦସ୍ୟ ରାଜୁ ମେହେର ,ଯତୀନ, ସମ୍ବିତ ପାଢ଼ୀ,ଶଙ୍ଖର୍ଶନ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।