-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
16-Sep-2026
ଡାବୁଗାଁ ( ପ୍ରିୟଦର୍ଶିନୀ ପାତ୍ର,)
ନୂଆଁଖାଇ ପାର୍ବର କିଛି ଦିନ ପରେ ନବରଙ୍ଗପୁର ଜିଲ୍ଲାର ଗାଁ ଗହଳିରେ ପାଳିତ ହୁଏ ପୁରାତନ ପରମ୍ପରା ର ପର୍ଵ ଗରଣ୍ଡି ଯାତ୍ରା। ଆଶାଢ ମାସ ଗୁଣ୍ଡିଚା ଜାତ୍ରା ସମୟ ରେ ଗ୍ରମର ଯୁବକ ଏବଂ କିଶୋର ମାନେ ଜଙ୍ଗଲ ରୁ କାଠ ଆଣି ଗରଣ୍ଡି ପ୍ରସ୍ତୁତ କରିଥାନ୍ତି । ଏହା ୧୦ ରୁ ୧୨ ଫୁଟ ପ୍ରଯ୍ଯନ୍ତ ଉଚ୍ଚ ଦୁଇଟି କାଠରେ ପେଡାଲ୍ ସହିତ ତିଆରି କରି ସେଥିରେ ଚଢି ଯୁଵକ ଏବଂ କିଶୋର ମାନେ ଚାଲିବା ସହ ବିଭିନ୍ନ ଖେଳ କୌଶଲ ଦେଖାଇବା ସହିତ ଗ୍ରାମର ପଡିଆ ରେ ଥିବା ଭଙ୍ଗା ହାଣ୍ଡି କାଚ କୁ ପଡିଆରୁ ଏଥିରେ ଚଢି ସଫା କରିଥାନ୍ତି । ଏମାନଙ୍କ ଖେଳ କୌଶଳ ଦେଖି ଲୋକେ ବେଶ୍ ଆନନ୍ଦ ଅନୁଭବ କରିଥାନ୍ତି।
ନୁଆଖାଇର ପରେ ଯୁବକ ମାନେ ଏଥିରେ ଚଢି ଘର ଘର ବୁଲି ଏକ ପ୍ରକାର ଗୀତ *ଗୁଣ୍ଡି ଗୁଣ୍ଡି* ଗାଇ ଧାନ ଚାଉଳ ମାଗିଥାନ୍ତି ଲୋକେ ଶ୍ରଦ୍ଧା ରେ ଟଙ୍କା ଚାଉଳ ଦେଇ ଥାନ୍ତି। ଘର ଘର ବୁଲି ମାଗି ଥିବା ଧାନ ଚାଉଳ କୁ ଗ୍ରାମର ବାହାରେ ନେଇ ଭୋଜିଭାତ କରି ଖାଇବା ସହ ଗରଣ୍ଡି କୁ ସେଠାରେ ପକାଇ ଦେଇଥାନ୍ତି।ଏବର୍ଷ କରନା କଟକଣା ଯୋଗୁଁ ଟିକେ ଫିକା ପଡ଼ିଚି ଏହି ପର୍ବ ତଥାପି ଖୁସିର ସହିତ ପାଳିତ ହୋଇଯାଇଛି ନୂଆଁଖାଇଏବଂ ଗରଣ୍ଡୀ ଯାତ୍ରା ।