-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
20-Jul-2026
ଖୁଣ୍ଟିଗୋରା (ମକରନ୍ଦ ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖମନମୁଣ୍ଡା ପଞ୍ଚାୟତ ଦିଗୁଲମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ପରିଚାଳନା କମିଟି ଗଠିତ ହୋଇ ଯାଇଛି। ପୂର୍ବତନ ଚେୟାର ପର୍ସନ ମଞ୍ଜୁରୀ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ସର୍ବ ସମ୍ମତୀ କ୍ରମେ ସନ୍ତୋଷ ନାଗ, ସଭାପତି ଭାବେ ଓ ମଞ୍ଜୁଳା ମହାକୁଡ଼ ଉପ ସଭାପତି ଭାବେ ମନୋନୀତ ହୋଇଛନ୍ତି । ଏନେଇ ପିତା, ମାତା, ଅଭିଭାବିକା, ଅଭିଭାବକ, ଶିକ୍ଷକ ବୈଠକରେ ସଭ୍ୟ ନିର୍ବାଚିତ ହୋଇ କମିଟି ଗଠନ କରାଯାଇଥିଲା ।ବୈଠକ ଅନୁସାରେ.୨୦ ଜଣିଆ ସଦସ୍ୟା,ସଦସ୍ୟ ମଧ୍ୟରେ କାନ୍ତି ଭୋଇ, ଧନବନ୍ତ କୁଦେଇ, ଦେବକୀ ଭୋଇ, ମହାଦେଇ ପ୍ରଧାନ, ପଙ୍କଜ ନାଗ, ଲଲିତ ବାଘ, ପାର୍ବତୀ ନାଗ, ମଞ୍ଜୁ ପୋଢ,ଗୁରୁବାରୀ ନାଗ,ପାଳେଶ୍ଵର ତାଣ୍ଡି, ମତିଲାଲ ଭୋଇ, ବବିତା ବିଶ୍ଵାଳ, କନକ ଭୋଇ, ସଭ୍ୟା ଭାବେ ମନୋନୀତ ହୋଇଥିଲେ। ଏଥି ସହ ଅଙ୍ଗନୱ୍ଵାଡ଼ି କର୍ମୀ ଜନ୍ମବୀ ପ୍ରଧାନ,,ଆଶା କର୍ମୀ ଦିପାଞ୍ଜଳି ପାତ୍ର, ୱlର୍ଡସଭ୍ୟା ମାଘବତୀ ଭୋଇ, ଶିକ୍ଷକ ପ୍ରତିନିଧି ହେମ ସାଗର ଭୋଇ, ଦାଇତ୍ଵ ନିର୍ବାହ କରିବା ପାଇଁ ସ୍ଥିର ହୋଇ ଥିଲା ଶେଷରେ ପ୍ରଧାନ ଶିକ୍ଷକ଼ ବସନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।