-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
09-Jul-2026
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ଥାନା ଅଧିନ ଚଚରାଗୁଡା ଗ୍ରାମ ପଞ୍ଚାୟତ କେଲିଆ ଗ୍ରାମରେ ଏକ ୪ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଡାବୁଗାଁ ଥାନା ପୋଲିସ ଜଣେ ନାବାଳକକୁ ଗିରଫ କରିଛି। ସୂଚନା ଯୋଗ୍ୟ - କେଲିଆ ଗ୍ରାମର ୪ ବର୍ଷର ନାବାଳିକା ଝିଅ ବୁଧବାର ସନ୍ଧ୍ୟା ସମୟରେ ଖେଳୁଥିବା ବେଳେ ସେହି ଗ୍ରାମର ଜଣେ ନାବାଳକ ୪ବର୍ଷର ନାବାଳିକାକୁ ଏକ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା । ଏନେଇ ଡାବୁଗାଁ ଥାନରେ ପରିବାର ଲୋକେ ଲିଖିତ ଏତଲା ଦେଇଛନ୍ତି । ଉକ୍ତ ଏତଲା କୁ ଭିତ୍ତି କରି ଡାବୁଗାଁ ଥାନା କେସ ନଂ ୧୬୦/୨୬ ରେ ଏକ ମାମଲା ରୁଜୁ କରି ଦୁଷ୍କର୍ମ କରିଥିବା ନାବାଳକକୁ ଥାନାରେ ଅଟକ ରଖି ଯାଞ୍ଚ କରୁଥିବା ସୂଚନା ମିଳିଛି । ନାବାଳିକାକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି।ଦିନକୁ ଦିନ ନାବାଳିକା ବଳାତ୍କାର ବଢ଼ିବାରେ ଲାଗିଛି। ଯେତେବେଳ ଯାଏଁ ସରକାର ବଳାତ୍କରୀଙ୍କୁ କୋଠର ଦଣ୍ଡ ଦେଇନାହାନ୍ତି, ସେତେ ବେଳ ପର୍ଯ୍ୟନ୍ତ ଦୁଷ୍କର୍ମ ଭଳି ଅପରାଧ ରୋକା ଜାଇପରିବ ନାହଁ ବୋଲି ଜନସାଧାରଣରେ
ଚର୍ଚ୍ଚା ଜୋର ଧରିଛି ।