-+91-9937148622 |

prerana_bgr@rediffmail.com |

  Thursday 5th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳତା ଓ ଲୁକ୍କାୟିତ ଦକ୍ଷତାର ପରିପ୍ରକାଶ ପାଇଁ ସୁରଭି ଏକ ସୁନ୍ଦର ମଞ୍ଚ"   (04-Nov-2026)       ||      ଟିଟିଲାଗଡ଼ ଓମ୍ ଭ୍ୟାଲି ସ୍କୁଲ ର ଛାତ୍ରୀ ଦିବ୍ୟା କମାନୀଙ୍କ ବଡ଼ ସଫଳତା♦️ ଏମବିବିଏସ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନେତାଜୀ ସୁଭାଷ ମେଡିକାଲ କଲେଜରେ ପାଇଲେ ନାମଲେଖା ସୁଯୋଗ   (04-Nov-2026)       ||      ଯୁଗ୍ମ ସଚିବଙ୍କ ମହାବିଦ୍ୟାଳୟ ପରିଦର୍ଶନ   (04-Nov-2026)       ||      ସ୍ୱପ୍ନର ଡେଣା ମେଲାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ: ୨୮୮ ପ୍ରତିଭାର ନବସୃଜନ ଉତ୍ସବ   (04-Nov-2026)       ||      ସୁନା ମଙ୍ଗଳସୂତ୍ର ଲୁଟ୍ ଘଟଣାର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ   (04-Nov-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ମଧୁମେହ ପରୀକ୍ଷଣ ଶିବିର ଆୟୋଜିତ    (04-Nov-2026)       ||      ଫାଶ ବସାଇ ବାରହା ଶିକାର ଅଭିଯୋଗରେ ୩ ଗିରଫ ୭ କିଲୋଗ୍ରାମ ବାରହା ମାଂସ ଜବତ, କୋର୍ଟ ଚାଲାଣ କଲା ବନ ବିଭାଗ   (04-Nov-2026)       ||      ସୁବର୍ଣ୍ଣପୁର ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଚେତନତା ରଥର ଶୁଭାରମ୍ଭ   (04-Nov-2026)       ||      ଭଗବାନପୁର ଲକ୍ଷ୍ମୀପୂଜା ପ୍ରତିଷ୍ଠାନର ସମ୍ବଦ୍ଧନା ସଭା   (04-Nov-2026)       ||      ଝାରମୁଣ୍ଡା ରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ    (03-Nov-2026)       ||      ପୌରପରିଷଦ ପକ୍ଷରୁ ସକାଳେ ପଲିଥିନ ପାଇଁ ବିଭିନ୍ନ ଦୋକାନରେ ଚଢ଼ାଉ - ଦ୍ୱିପହରେ ପୌରାଧ୍ୟକ୍ଷା ଫେରାଇଲେ ବ୍ୟବସାୟୀଙ୍କ ଜିନିଷ ଓ ଜୋରିମାନା    (03-Nov-2026)       ||      ତୁରେକେଲା ବ୍ଳକ ସ୍ତରୀୟ ସୁରଭି ଉଦଯାପିତ   (03-Nov-2026)       ||      ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲା ଜଗବନ୍ଧୁ ଜରାଶ୍ରମ   (03-Nov-2026)       ||      *ଝରୀଗାଁ ବ୍ଲକରେ ବାତ୍ୟା ବେଳେ ଚାଉଳ ସମସ୍ୟା ହନ୍ତସନ୍ତ ଚକଲାପଦର ପଞ୍ଚାୟତର ୬ ଟି ଗ୍ରାମର ଗ୍ରାମବାସୀ*   (03-Nov-2026)       ||      *ଝରୀଗାଁ ବ୍ଲକରେ ବାତ୍ୟା ବେଳେ ଚାଉଳ ସମସ୍ୟା ହନ୍ତସନ୍ତ ଚକଲାପଦର ପଞ୍ଚାୟତର ୬ ଟି ଗ୍ରାମର ଗ୍ରାମବାସୀ*   (03-Nov-2026)       ||      ଡାବୁଗାଁ ବ୍ଲକ୍ ପାଇଁ ସାଂସଦ ପ୍ରତିନିଧି ନିଯୁକ୍ତ ହେଲେ ରାଜେନ୍ଦ୍ର ବିଷୟୀ   (03-Nov-2026)       ||      ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ   (03-Nov-2026)       ||      ଗାଏବ ହୋଇଗଲା ଜିସି କଲେଜ ପରିଚାଳନା କମିଟି ପୁସ୍ତକ,,,,, ଉଚ୍ଚସ୍ତରୀୟ ତଦନ୍ତ ଦାବିରେ କର୍ମଚାରୀଙ୍କ ଅହୋରାତ୍ର ଧାରଣା   (03-Nov-2026)       ||      କଣ୍ଟାମାଳରେ ମାଗଣା ଚକ୍ଷୁ ଚିକିତ୍ସା କେନ୍ଦ୍ର ଉଦଘାଟିତ   (03-Nov-2026)       ||      ‘ବିକଶିତ ଭାରତ-୨୦୪୭’ ଓ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ଚକ୍ର♦️ଶିକ୍ଷାର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ   (03-Nov-2026)       ||     

HOME   ରାଜ୍ୟ

ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମାର ରେକର୍ଡ ସଂଶୋଧନରେ ଉଲ୍ଲେଖନୀୟ ସଫଳତା♦️ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମସ୍ତ ଜମିଜମାର ସୁରକ୍ଷା ଓ ସଠିକ୍ ରେକର୍ଡ ସଂରକ୍ଷଣ ପାଇଁ ରାଜସ୍ୱ ବିଭାଗ ବଦ୍ଧପରିକର : ରାଜସ୍ୱ ସଚିବ

05-Jul-2026



ଭୁବନେଶ୍ୱର(ପ୍ରେରଣା ଖବର): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ତହସିଲରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାମରେ ଥିବା ଏବଂ ମାର୍ଫତଦାରଙ୍କ ନାମରେ ରେକର୍ଡଭୁକ୍ତ ଜମିର ରେକର୍ଡ ଅଫ୍ ରାଇଟ୍ସ (RoR) ସଂଶୋଧନ କାର୍ଯ୍ୟ ଉଲ୍ଲେଖନୀୟ ସଫଳତାର ସହ ଅଗ୍ରସର ହୋଇଛି।

  ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ଜିଲ୍ଲାର ବିଭିନ୍ନ ତହସିଲରେ ମୋଟ ୭୯୬ଟି ଖାତାରେ ୪୭୨୮.୩୫୭ ଏକର ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୭୮୫ଟି ଖାତାରେ ଥିବା ୪୭୧୩.୨୨୫ ଏକର ଜମିର ଖତିଆନ (RoR) ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଏବଂ ଆଇନଗତ ସୁରକ୍ଷା ସୁନିଶ୍ଚିତ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ଖୋର୍ଦ୍ଧା ଓ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର ସମନ୍ୱିତ ଭାବେ କାର୍ଯ୍ୟ କରି ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଓ ସଫଳତାର ସହ ସମ୍ପନ୍ନ କରିଛନ୍ତି।

    ଅବଶିଷ୍ଟ ଖାତାଗୁଡ଼ିକର ରେକର୍ଡ ସଂଶୋଧନ କାର୍ଯ୍ୟକୁ ମଧ୍ୟ ପ୍ରାଥମିକତା ଭିତ୍ତିରେ ଶୀଘ୍ର ସମାପ୍ତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।  ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ପାଢ଼ୀ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମସ୍ତ ଜମିଜମାର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଓ ଆଇନଗତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରାଜସ୍ୱ ବିଭାଗ ବଦ୍ଧପରିକର। ଏହି ଦିଗରେ ସମସ୍ତ ଜିଲ୍ଲାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଏହି ସଫଳ ପ୍ରୟାସ ଅନ୍ୟ ଜିଲ୍ଲାମାନଙ୍କ ପାଇଁ ମଧ୍ୟ ଏକ ଉତ୍ତମ ଦୃଷ୍ଟାନ୍ତ ସୃଷ୍ଟି କରିଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂ-ସମ୍ପତ୍ତିର ସୁରକ୍ଷା, ସ୍ୱଚ୍ଛ ରାଜସ୍ୱ ପ୍ରଶାସନ ଏବଂ ଭବିଷ୍ୟତରେ ଜମି ସମ୍ବନ୍ଧୀୟ ବିବାଦ ରୋକିବା ଦିଗରେ ଏହି ପଦକ୍ଷେପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବିଭାଗ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

 ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମଧ୍ଯ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଟିମକୁ ସାଧୁବାଦ ଜଣେଇଛନ୍ତି। ପ୍ରକାଶ ଥାଉକି ରାଜସ୍ବ ବିଭାଗରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଲ୍ଯାଣ୍ଡ ସେଲ୍ ଖୋଲିବା ପରେ ମହାପ୍ରଭୁଙ୍କ ଭୂ-ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ ହେଉଛି। 


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳତା ଓ ଲୁକ୍କାୟିତ ଦକ୍ଷତାର ପରିପ୍ରକାଶ ପାଇଁ ସୁରଭି ଏକ ସୁନ୍ଦର ମଞ୍ଚ"   04-Nov-2026
  ଜିଲ୍ଲା  
ଟିଟିଲାଗଡ଼ ଓମ୍ ଭ୍ୟାଲି ସ୍କୁଲ ର ଛାତ୍ରୀ ଦିବ୍ୟା କମାନୀଙ୍କ ବଡ଼ ସଫଳତା♦️ ଏମବିବିଏସ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନେତାଜୀ ସୁଭାଷ ମେଡିକାଲ କଲେଜରେ ପାଇଲେ ନାମଲେଖା ସୁଯୋଗ   04-Nov-2026
  ଜିଲ୍ଲା  
ଯୁଗ୍ମ ସଚିବଙ୍କ ମହାବିଦ୍ୟାଳୟ ପରିଦର୍ଶନ   04-Nov-2026
  ଜିଲ୍ଲା  
ସ୍ୱପ୍ନର ଡେଣା ମେଲାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ: ୨୮୮ ପ୍ରତିଭାର ନବସୃଜନ ଉତ୍ସବ   04-Nov-2026
  ଅପରାଧ  
ସୁନା ମଙ୍ଗଳସୂତ୍ର ଲୁଟ୍ ଘଟଣାର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ   04-Nov-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ମଧୁମେହ ପରୀକ୍ଷଣ ଶିବିର ଆୟୋଜିତ   04-Nov-2026
  ଜିଲ୍ଲା  
ଫାଶ ବସାଇ ବାରହା ଶିକାର ଅଭିଯୋଗରେ ୩ ଗିରଫ ୭ କିଲୋଗ୍ରାମ ବାରହା ମାଂସ ଜବତ, କୋର୍ଟ ଚାଲାଣ କଲା ବନ ବିଭାଗ   04-Nov-2026
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଚେତନତା ରଥର ଶୁଭାରମ୍ଭ   04-Nov-2026
  ଜିଲ୍ଲା  
ଭଗବାନପୁର ଲକ୍ଷ୍ମୀପୂଜା ପ୍ରତିଷ୍ଠାନର ସମ୍ବଦ୍ଧନା ସଭା   04-Nov-2026
  ଜିଲ୍ଲା  
ଝାରମୁଣ୍ଡା ରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ   03-Nov-2026
  ଜିଲ୍ଲା  
ପୌରପରିଷଦ ପକ୍ଷରୁ ସକାଳେ ପଲିଥିନ ପାଇଁ ବିଭିନ୍ନ ଦୋକାନରେ ଚଢ଼ାଉ - ଦ୍ୱିପହରେ ପୌରାଧ୍ୟକ୍ଷା ଫେରାଇଲେ ବ୍ୟବସାୟୀଙ୍କ ଜିନିଷ ଓ ଜୋରିମାନା   03-Nov-2026
  ଜିଲ୍ଲା  
ତୁରେକେଲା ବ୍ଳକ ସ୍ତରୀୟ ସୁରଭି ଉଦଯାପିତ   03-Nov-2026

You Might Also Like