-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
28-May-2026
ବରଗଡ଼(ତୁଳସୀ ଚରଣ ଦାଶ): ଆଜି ବରଗଡ଼ ର ନୂତନ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ରନାଥ ଶତପଥୀଙ୍କୁ ଫୁଲ ତୋଡା ଓ ଉପଢ଼ୌକନ ଦେଇ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଦସ୍ୟ ମାନେ ସାକ୍ଷାତ କରି ପରିଚୟ ପତ୍ର, ସାଇବର ଅପରାଧ, ବରିଷ୍ଠ ହତାଦର ଆଦି ବିଭିନ୍ନ ବିଷୟରେ ଅବଗତ କରାଇଥିଲେ ।
ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀ ବରିଷ୍ଠ ମାନଙ୍କୁ ଉଚିତ୍ ସମ୍ମାନ ଦେଇ ଧ୍ୟାନ ସହ ତାଙ୍କ କଥା ଶୁଣି ଖୁବ ସୁନ୍ଦର ଭାବେ ମହାଭାରତର କଥାବସ୍ତୁକୁ ନେଇ ତଥା ବରିଷ୍ଠ ମାନଙ୍କ ପ୍ରତିଟି ସମସ୍ୟା ଓ ସମାଧାନ ଉପରେ ନିଜ ବକ୍ତବ୍ୟ ରଖିଥିଲେ । ଏହା ବ୍ୟତୀତ ମୁଖ୍ୟତଃ ସାଇବର କ୍ରାଇମ ଓ ଅନ୍ୟ କୌଣସି ବେଆଇନ ଅପରାଧକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଅପରାଧୀ ମାନଙ୍କୁ ଇଙ୍ଗିତ କରି ଚେତାବନୀ ଦେଇଥିଲେ ।
ଆଜିର ଏହି ସାକ୍ଷାତକାର ରେ ସଭାପତି କେଦାର ମିଶ୍ର, ଉପସଭାପତି ନିର୍ମଳ କିଶୋର କର, ସର୍ଦାର ପ୍ରିତମ ସିଂହ, ସଂପାଦକ ଗୋବିନ୍ଦ ଦାଶ, ସଂଗଠନ ସଂପାଦକ ଯୋଗେଶ ଦାଶ, କୋଷାଧ୍ୟକ୍ଷ ପ୍ରଶନ୍ନ ପ୍ରଧାନ, ସହ ସମ୍ପାଦକ ଆନନ୍ଦ ପ୍ରଧାନ, ପଞ୍ଚାନନ ପଣ୍ଡା, ସତ୍ୟନାରାୟଣ ପଣ୍ଡା, ଦେବୀ ପଟ୍ଟନାୟକ,ପ୍ରଦୀପ କୁମାର ସାହୁ, ପ୍ରମେୟ ଜିଲ୍ଲା ପ୍ରସାର ଅଧିକାରୀ ନିହାର ରଞ୍ଜନ ପ୍ରଧାନ ଓ ପ୍ରତିଦିନ ଜିଲ୍ଲା ପ୍ରତିନିଧି ତୁଳସୀ ଚରଣ ଦାଶ ଆଦି ଯୋଗଦେଇଥିଲେ ।
--------×××--------