-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
28-May-2026
ବଲାଙ୍ଗିର(ପ୍ରେରଣା ଖବର)- ବଲାଙ୍ଗିର ଜିଲ୍ଲାରେ ଗ୍ରୀଷ୍ମର ପ୍ରବାହ ଚରମରେ ପହଂଚିଥିବା ବେଳେ କ୍ରମାଗତ ବିଜୁଳି ବିଭ୍ରାଟ ଓ ପିଇବା ପାଣି ସମସ୍ୟା ଲୋକଙ୍କୁ ଘୋର ହଇରାଣ କରୁଛି । ପିଇବା ପାଣି ଓ ବିଜୁଳି ସମସ୍ୟା ଧିରେ ଧିରେ ଗାଁ ଅଂଚଳରେ ଉତ୍କଟ ରୂପ ନେଲାଣି । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ପଂଚାୟତର ତୁଳଣ୍ଡି ଗାଁ ରେ ପିଇବା ପାଣି ଘୋର ସମସ୍ୟା ଦେଖାଦେଇଛି । କେନ୍ଦ୍ର ସରକାରଙ୍କ ବସୁଧା ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଘରକୁ ଘର ନଳ ଯୋଗେ ପିଇବା
ପାଣି ପହଂଚାଇବା ଯୋଜନା ଗ୍ରାମାଂଚଳରେ ସମ୍ପୁର୍ଣ୍ଣ ଫେଲ ମାରିଛି । ତୁଲଣ୍ଡି ଗାଁ ପଟରେ ଯାଇଥିବା ସୁକତେଲ ନଦୀ ରେ ଜଳସ୍ତର ତଳକୁ ତଳ ଯାଉଛି । ନଦୀ ହୁଡାରେ ଖନନ କରାଯାଇଥିବା ଗଭିର ନଳକୂଳ ରେ ପାଣି ହେଉନାହିଁ ତେଣୁ ଏହାର ପ୍ରତିକାର ପାଇଁ ଗ୍ରାମବାସୀ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କୁ ଗୁହାରି କରିଥିଲେ । ଶ୍ରୀ ମିଶ୍ର ଫୋନ ଯୋଗେ ବିଭାଗୀୟ ଯନ୍ତ୍ରୀ ଙ୍କ ସହ କଥା ହୋଇ ନଦୀ ମଧ୍ୟ ଭାଗରେ ଆଉ ଏକ ଇନଟେକ ୱେଲର ବ୍ୟବସ୍ଥା କରିବାକୁ କହିବା ସହ ସମସ୍ୟା ସମାଧାନ ନ ହେବା ପର୍ୟ୍ୟନ୍ତ ଗାଁବାସୀଙ୍କ ପାଇଁ ଆଉ ଏକ ନଳକୂପ ଖନନ ର ବ୍ୟବସ୍ଥା କରିବା ପାଇଁ କହିଥିଲେ । ଦେଓଗାଁ ବ୍ଲକ ଅନ୍ତର୍ଗତ ଗାଇବାହାଲ ପଂଚାୟତର ଲୋକେ ମଧ୍ୟ ବିଜୁଳି ସମସ୍ୟାକୁ ନେଇ ଶ୍ରୀ ମିଶ୍ରଙ୍କ ଆବାସିକ କାର୍ୟ୍ୟାଳୟକୁ ଆସି ଅଭିଯୋଗ ରଖିଥିଲେ । ଗାଁ ରେ ପ୍ରାୟତଃ ଗ୍ରାମବାସୀ ବିଜୁଳି ବିଲ ଠିକ୍ ସମୟରେ ପଇଠ କରୁଥିବା ବେଳେ ବାରମ୍ବାର ବିଜୁଳି ବିଭ୍ରାଟ ହେବା ଯୋଗୁଁ ପିଲାମାନଙ୍କର ପାଠ ପଢାରେ ବ୍ୟାଘାତ ସହ ଗରବ ଗୁଳିଗୁଳିରେ ଲୋକେ ଅତିଷ୍ଟ ହେବାରେ ଲାଗିଛନ୍ତି । ସେଠାରେ ଲାଗିଥିବା ୧୦୦ କେଭି ର ଟ୍ରାନ୍ସଫରମର ରେ ବାରମ୍ବାର ସମସ୍ୟା ଦେଖାଯାଉଛି । ଜନସଂଖ୍ୟା ଓ ବିଦ୍ୟୁତ ବିଭାଗ ସଂଖ୍ୟା ଦୃଷ୍ଟିରୁ ଏଠାରେ ୧୦୦ କେଭି ରୁ ୨ ଗୁଣ ଉର୍ଦ୍ଧ୍ୱ କ୍ଷମତା ସମ୍ପନ୍ନ ଟ୍ରାନ୍ସଫରମର ଆବଶ୍ୟକତା ଅଛି । ତେଣୁ ଟ୍ରାନ୍ସଫରମର ଏହି ଅପଗ୍ରେଡେସନ ପାଇଁ ବ୍ୟବସ୍ଥା କରାଇବାକୁ ଲୋକେ ଦାବି
କରିଥିଲେ । ଏହାକୁ ନେଇ ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଶ୍ରୀ ମିଶ୍ର କଥା ହୋଇ ଟ୍ରାନ୍ସଫରମର କୁ ଯେତେ ଶିଘ୍ର ହେବ ଅପଗ୍ରେଡେସନ କରେଇବା ପାଇଁ କହିଥିଲେ । ଏହି ଆଲୋଚନା ବେଳେ ସୁମନ୍ତ ସାମଲ, ଶୁଶାନ୍ତ ବିଶ୍ୱାଲ, ସମ୍ବିତ ଭୋଇ, ନରାକାର ମେହେର, ଦିବାକର ମେହେର, କାହ୍ନୁ ମେହେର, ଅନି ମାଝି, ଗୋବିନ୍ଦ ମେହେର, କୁମର ମେହେର, ଭୁବନ ରଣା,ଲବର ଜୁଏଡ, ବିକ୍ରମ ମେହେର ପ୍ରମୁଖ ସାମିଲ ଥିଲେ ।