-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
28-May-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଝରୀଗାଁ ବନବିଭାଗର କିଛି କର୍ମଚାରୀ ଝରୀଗାଁ ବନଖଣ୍ଡ ଅଧିନ ଚକଲାପାଦର ପଞ୍ଚାୟତ ର ଦାହିମାଲ ଗ୍ରାମର ଡମୁ ଜାନି ନାମକ ଜଣେ ନିରୀହ ଆଦିବାସୀ ମେଣ୍ଢା ଜଗୁଆଳିକୁ ଶିକାର କରିବାକୁ ଆସିଛୁ କହି ନିରଧୂମ ପିଟିଲେ। ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଝରୀଗାଁ ବନଖଣ୍ଡ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ଆମ ପ୍ରତିନିଧି କିନ୍ତୁ ଯୋଗାଯୋଗ ହୋଇ ପାରିଲା ନାହିଁ। ଯାହାବି ହେଉ ଏଭଳି ଜଣେ ନିରୀହ ଆଦିବାସୀ ମେଣ୍ଢା ଜଗୁଆଳିକୁ ନିରଧୂମ ପିଟିବା କେତେ ଦୂର ଯୁକ୍ତିଯୁକ୍ତ ଏବଂ ଗ୍ରହଣୀୟ ତାହା ଏବେ ବୁଦ୍ଧିଜୀବୀ ମହାଲରେ ଅଲଚନାର ବିଷୟ ପାଲିଟିଛି।ଏହିଘାଟଣାର ଜିଲ୍ଲାସ୍ତରୀୟ ତଦନ୍ତ ହେବା ସହ ଏଭଳି କର୍ମଚାରୀ ଙ୍କ ବିରୁଦ୍ଧରେ କଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।