-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
27-May-2026
ବଲାଙ୍ଗିର ,୧୭/୫: ପୁଇଁନ୍ତଲା ବ୍ଳକ୍ କଙ୍କରିଆପଦର ଠାରେ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ପକ୍ଷରୁ ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ତରଫରୁ ରବିଋତୁରେ କରାଯାଇଥିବା ପୋଷକତତ୍ତ୍ୱ ଧାନ ଚାଷ କାର୍ଯ୍ୟକ୍ରମର କ୍ଷେତ୍ର ଦିବସ ଅନୁଷ୍ଠିତ ହୋଇଥିଲା। ଏହି ଗ୍ରାମରେ ସ୍ଥାନୀୟ ସହଯୋଗୀ ପୁଇଁନ୍ତଲା କୃଷକ ଉତ୍ପାଦକ କମ୍ପାନୀ ସହାୟତାରେ ଚାଷୀ ବନମାଳୀ ଖମାରିଙ୍କ ଜମିରେ ୨୦ କିସମର ପୋଷକତତ୍ତ୍ୱ, ମରୁଡ଼ି ସହନଶୀଳ ଧାନ ଚାଷ କରାଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ବଡ଼ପଣ୍ଡା ବଡ଼ପଣ୍ଡା, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡ ସତ୍ୟମୟ ଶତପଥୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସ୍କିମ ଅଫିସର ଦେବପ୍ରିୟ ପଣ୍ଡା, ଇରି ପରାମର୍ଶ ଦାତା ଚକ୍ରଧର ବଡ଼ପଣ୍ଡା, ସମ୍ପଦ ନାୟକ ତଥା ଏ ଅଞ୍ଚଳର ଚାଷୀମାନେ କ୍ଷେତ୍ର ପରିଦର୍ଶନ କରି ମୂଲ୍ୟାୟନ କରିଥିଲେ। ଏଫପିସିର ମୋତିଲାଲ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରୀ ନାୟକ ଗୁଣବତ୍ତା ସମ୍ପର୍ଣ୍ଣ ଧାନ ଚାଷ କାର୍ଯ୍ୟରେ ସରକାରଙ୍କ ଆଭିମୁଖ୍ୟ ଓ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଅତିଥିମାନେ ସମୟ ସହ ପରିବର୍ତ୍ତୀତ କୃଷି ପ୍ରଣାଳୀ ସହ ପୋଷକ ତତ୍ତ୍ୱ ବିଶିଷ୍ଟ, ଜଳବାୟୁ ଅନୁକୂଳ ଓ ରୋଗ ପୋକ ତଥା ମରୁଡ଼ି ସହନଶୀଳ ବିହନ ଏବଂ ବଜାର ଚାହିଦା ଅନୁଯାୟୀ ଚାଷ ସମ୍ପର୍କରେ ଆଲୋଚନା କରିଥିଲେ। ଆଖିରେ ଦେଖି ଓ ଗୁଣମାନ ଜାଣି ବିହନ ଚୟନ ସୁଯୋଗ ସହ ପ୍ରାକୃତିକ ଉପାୟରେ ପୋଷକ ତତ୍ତ୍ୱ ବିଶିଷ୍ଟ ଖାଦ୍ୟାଭ୍ୟାସ ଉଦେଶ୍ୟ ବୋଲି ମତ ରଖିଥିଲେ।
ଚାଷୀମାନେ ନିଜ ନିଜ ମତ ସହ ଏ କିସମ ସମ୍ପର୍କରେ ପଚାରି ବୁଝିଥିଲେ। ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଇରି କର୍ମକର୍ତ୍ତା ମନୀଷ, ପବିତ୍ର, ଗଣେଶ ଓ ଏଫପିସିର ପ୍ରଦୀପ, ପ୍ରହଲ୍ଲାଦ, ବାସୁଦେବ, ଲକ୍ଷଣ, ଯାଞସେନୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।