-+91-9937148622 |

prerana_bgr@rediffmail.com |

  Thursday 5th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳତା ଓ ଲୁକ୍କାୟିତ ଦକ୍ଷତାର ପରିପ୍ରକାଶ ପାଇଁ ସୁରଭି ଏକ ସୁନ୍ଦର ମଞ୍ଚ"   (04-Nov-2026)       ||      ଟିଟିଲାଗଡ଼ ଓମ୍ ଭ୍ୟାଲି ସ୍କୁଲ ର ଛାତ୍ରୀ ଦିବ୍ୟା କମାନୀଙ୍କ ବଡ଼ ସଫଳତା♦️ ଏମବିବିଏସ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନେତାଜୀ ସୁଭାଷ ମେଡିକାଲ କଲେଜରେ ପାଇଲେ ନାମଲେଖା ସୁଯୋଗ   (04-Nov-2026)       ||      ଯୁଗ୍ମ ସଚିବଙ୍କ ମହାବିଦ୍ୟାଳୟ ପରିଦର୍ଶନ   (04-Nov-2026)       ||      ସ୍ୱପ୍ନର ଡେଣା ମେଲାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ: ୨୮୮ ପ୍ରତିଭାର ନବସୃଜନ ଉତ୍ସବ   (04-Nov-2026)       ||      ସୁନା ମଙ୍ଗଳସୂତ୍ର ଲୁଟ୍ ଘଟଣାର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ   (04-Nov-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ମଧୁମେହ ପରୀକ୍ଷଣ ଶିବିର ଆୟୋଜିତ    (04-Nov-2026)       ||      ଫାଶ ବସାଇ ବାରହା ଶିକାର ଅଭିଯୋଗରେ ୩ ଗିରଫ ୭ କିଲୋଗ୍ରାମ ବାରହା ମାଂସ ଜବତ, କୋର୍ଟ ଚାଲାଣ କଲା ବନ ବିଭାଗ   (04-Nov-2026)       ||      ସୁବର୍ଣ୍ଣପୁର ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଚେତନତା ରଥର ଶୁଭାରମ୍ଭ   (04-Nov-2026)       ||      ଭଗବାନପୁର ଲକ୍ଷ୍ମୀପୂଜା ପ୍ରତିଷ୍ଠାନର ସମ୍ବଦ୍ଧନା ସଭା   (04-Nov-2026)       ||      ଝାରମୁଣ୍ଡା ରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ    (03-Nov-2026)       ||      ପୌରପରିଷଦ ପକ୍ଷରୁ ସକାଳେ ପଲିଥିନ ପାଇଁ ବିଭିନ୍ନ ଦୋକାନରେ ଚଢ଼ାଉ - ଦ୍ୱିପହରେ ପୌରାଧ୍ୟକ୍ଷା ଫେରାଇଲେ ବ୍ୟବସାୟୀଙ୍କ ଜିନିଷ ଓ ଜୋରିମାନା    (03-Nov-2026)       ||      ତୁରେକେଲା ବ୍ଳକ ସ୍ତରୀୟ ସୁରଭି ଉଦଯାପିତ   (03-Nov-2026)       ||      ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲା ଜଗବନ୍ଧୁ ଜରାଶ୍ରମ   (03-Nov-2026)       ||      *ଝରୀଗାଁ ବ୍ଲକରେ ବାତ୍ୟା ବେଳେ ଚାଉଳ ସମସ୍ୟା ହନ୍ତସନ୍ତ ଚକଲାପଦର ପଞ୍ଚାୟତର ୬ ଟି ଗ୍ରାମର ଗ୍ରାମବାସୀ*   (03-Nov-2026)       ||      *ଝରୀଗାଁ ବ୍ଲକରେ ବାତ୍ୟା ବେଳେ ଚାଉଳ ସମସ୍ୟା ହନ୍ତସନ୍ତ ଚକଲାପଦର ପଞ୍ଚାୟତର ୬ ଟି ଗ୍ରାମର ଗ୍ରାମବାସୀ*   (03-Nov-2026)       ||      ଡାବୁଗାଁ ବ୍ଲକ୍ ପାଇଁ ସାଂସଦ ପ୍ରତିନିଧି ନିଯୁକ୍ତ ହେଲେ ରାଜେନ୍ଦ୍ର ବିଷୟୀ   (03-Nov-2026)       ||      ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ   (03-Nov-2026)       ||      ଗାଏବ ହୋଇଗଲା ଜିସି କଲେଜ ପରିଚାଳନା କମିଟି ପୁସ୍ତକ,,,,, ଉଚ୍ଚସ୍ତରୀୟ ତଦନ୍ତ ଦାବିରେ କର୍ମଚାରୀଙ୍କ ଅହୋରାତ୍ର ଧାରଣା   (03-Nov-2026)       ||      କଣ୍ଟାମାଳରେ ମାଗଣା ଚକ୍ଷୁ ଚିକିତ୍ସା କେନ୍ଦ୍ର ଉଦଘାଟିତ   (03-Nov-2026)       ||      ‘ବିକଶିତ ଭାରତ-୨୦୪୭’ ଓ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ଚକ୍ର♦️ଶିକ୍ଷାର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ   (03-Nov-2026)       ||     

HOME   ରାଜ୍ୟ

ତାଳ ତରଙ୍ଗ ଉତ୍ସବ ଆୟୋଜିତ

19-May-2026



ନୂଆଦିଲ୍ଲୀ(ପ୍ରେରଣା ଖବର): ଦିଲ୍ଲୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଂସ୍କୃତି ନୃତ୍ୟ ଏବଂ ସଂଗୀତ ଏକାଡେମୀ ଦ୍ୱାରା  'ତାଳ ତରଙ୍ଗ' ଶୀର୍ଷକ ଏକାଦଶ ତମ ବାର୍ଷିକ ନୃତ୍ୟ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଉତ୍ସବ ସ୍ଥଳ ନୂଆଦିଲ୍ଲୀର ଲାଜପତ ନଗର ସ୍ଥିତ ଲାଜପତ ଭବନ ପ୍ରେକ୍ଷାଳୟକୁ ଖୁବ ସୁନ୍ଦର ଓ ଶୋଭନୀୟ ଭାବରେ ସଜା ଯାଇଥିବା ଦେଖାଯାଇଥିଲା । ମହୋତ୍ସବରେ ସଂସ୍ଥାର ଉଦୀୟମାନ ଓ ପ୍ରତିଷ୍ଠିତ କଳାକାରଙ୍କୁ ମିଶାଇ ମୋଟ ତେଇଶ ଜଣ ପ୍ରତିଭା ସେମାନଙ୍କର ସୃଜନଶୀଳ କଳା ଚାତୁର୍ଯ୍ୟ  ପରିବେଷଣ କରିଥିଲେ। ସଂସ୍କୃତି ନୃତ୍ୟ ଏବଂ ସଂଗୀତ

ଏକାଡେମୀ, ଗୁରୁ ଶ୍ରୀମନ୍ତ କୁମାର ମିଶ୍ରଙ୍କ ଦ୍ୱାରା ୨୦୧୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା ।ଶୁଦ୍ଧତା ଆଧାରିତ ବ୍ୟାପକ ତାଲିମ ଜରିଆରେ ଓଡ଼ିଶୀ ନୃତ୍ୟର ସଂରକ୍ଷଣ, ସମ୍ପ୍ରସାରଣ ଓ ପ୍ରୋତ୍ସାହନ, ଏହି ଏକାଡେମୀର ମୁଖ୍ୟ ଉଦ୍ଦେଶ୍ୟ । ବର୍ତ୍ତମାନ ଏହି ଅନୁଷ୍ଠାନକୁ ଏହାର ପ୍ରତିଷ୍ଠାତା ନିର୍ଦ୍ଦେଶକ ଗୁରୁ ଶ୍ରୀମନ୍ତ କୁମାର ମିଶ୍ର, ସମ୍ପାଦନା ଟ୍ରଷ୍ଟି ତଥା ଉପଦେଷ୍ଟା ମଧୁଛନ୍ଦା ତ୍ରିପାଠୀ  ଏବଂ ଯୁଗ୍ମ  ସମ୍ପାଦିକା ହର୍ଷିତା ପଲ୍ଲବୀ ସାହୁ ପ୍ରମୁଖ ପରିଚାଳନା  କରୁଛନ୍ତି।

ଓଡ଼ିଶୀ ନୃତ୍ୟର ଜଣେ ଉତ୍କୃଷ୍ଟ ତଥା ଉତ୍ସର୍ଗୀକୃତ ସାଧକ ଗୁରୁ ଶ୍ରୀ ମିଶ୍ର ଏକାଧାରରେ ଜଣେ ଅସାଧାରଣ ଶିକ୍ଷକ, ଅନନ୍ୟ ନୃତ୍ୟଶିଳ୍ପୀ, ଅସାମାନ୍ୟ ମଂଚ କଳା ବିଶାରଦ ଓ ବାଗ୍ମୀ ପ୍ରବକ୍ତା ଭାବରେ ନିଜର ପରିଚିତି ହାସଲ କରିଛନ୍ତି । ୧୯୯୦ ମସିହାରେ ପ୍ରଖ୍ୟାତ ଓଡ଼ିଶୀ ଗୁରୁ ମାଧବ ଚନ୍ଦ୍ର ପଲାଇଙ୍କର ତତ୍ୱାବଧାନ ରେ ଓଡ଼ିଶୀ ଶିକ୍ଷା ଆରମ୍ଭ କରିଥିବା, ଶ୍ରୀ ମିଶ୍ର ପରବର୍ତ୍ତୀ ସମୟରେ ଗୁରୁ ସ୍ବର୍ଗତଃ ଡ଼ଃ ବିଦ୍ୟୁତଲତା ଚୌଧୁରୀ ଏବଂ ଗୁରୁ ମୁକ୍ତିଲତା ପାଲଙ୍କଠାରୁ ନୃତ୍ୟ ଜନିତ ଶାସ୍ତ୍ରୀୟତାର ଗୁଢ ଗୁଣାବଳୀ ଆହରଣ କରିଛନ୍ତି। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ନୃତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଗୁରୁ ଶ୍ରୀ ମିଶ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ମର୍ଯ୍ୟାଦାଜନକ ସଙ୍ଗଠନ ତରଫରୁ ଓଡ଼ିଶୀ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ବହୁ ପୁରସ୍କାର ଓ ପ୍ରଶସ୍ତି ପତ୍ର ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଆମନ୍ତ୍ରିତ ଅତିଥି ଏବଂ ଆୟୋଜକମାନଙ୍କ ଦ୍ୱାରା ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ  ସମାରୋହର ଶୁଭାରମ୍ଭ ହୋଇଥିଲା । ସମାବେଶକୁ ସମ୍ବୋଧନ କରି ବରେଣ୍ୟ ଅତିଥି ବୃନ୍ଦ ଯଥା:- ବରିଷ୍ଟ ସାମ୍ବାଦିକ ଓ ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ , ପ୍ରସିଦ୍ଧ  କବୟତ୍ରୀ ପ୍ରିତୀମା ଖଣ୍ଡେଲୱାଲ ଏବଂ ବିଶିଷ୍ଟ   ପ୍ରଶାସକ ଶୋଭନ କର, ରାଜଧାନୀ ଦିଲ୍ଲୀରେ ଓଡ଼ିଶାର ଉତ୍କୃଷ୍ଟ କଳା,ଉନ୍ନତ ଐତିହ୍ୟ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସଂସ୍କୃତିକୁ ଲୋକପ୍ରିୟ କରିବାରେ ଗୁରୁ ଶ୍ରୀ ମିଶ୍ରଙ୍କର ଏବଂ ସଂସ୍କୃତି ନୃତ୍ୟ ଏବଂ ସଂଗୀତ ଏକାଡେମୀର ପ୍ରଭାବୀ ଭୂମିକାକୁ ଭୁୟସୀ ପ୍ରଶଂସା କରିଥିଲେ । 

କାର୍ଯ୍ୟକମର ସୁସଜ୍ଜିତ ପ୍ରସ୍ତୁତି ଗୁଡିକ ମଧ୍ୟରେ  ମଙ୍ଗଳାଚରଣ, ସାବେରୀ ପଲ୍ଲବୀ, ବସନ୍ତ ପଲ୍ଲବୀ, ଦଶାବତାରମ, ଶ୍ରୀରାମଚନ୍ଦ୍ର ସ୍ତୁତି, ବଙ୍ଗଳା ଲୋକନୃତ୍ୟ ଏବଂ ଲୋକପ୍ରିୟ ସମ୍ବଲପୁରୀ ନୃତ୍ୟ ରଙ୍ଗବତୀ ଆଦି ସ୍ଥାନ ପାଇଥିଲା । ସଂଧ୍ୟାର ମୁଖ୍ୟ ଆକର୍ଷଣ ଗୁରୁ ଶ୍ରୀମନ୍ତ କୁମାର ମିଶ୍ର ଏବଂ ତାଙ୍କର ସୁପୁତ୍ରୀ ତଥା ଶିଷ୍ୟା ଆଦ୍ୟାଶା ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ ସାବେରୀ ପଲ୍ଲବୀ ଥିଲା । ପିତା ଓ ପୁତ୍ରୀଙ୍କର ଯୁଗଳବନ୍ଦୀ ନୃତ୍ୟରେ ଆକର୍ଷକ ମୁଖାଭିନୟ, ରସମୟ ଅଙ୍ଗଭଙ୍ଗୀ ଏବଂ ବୈଦୁତିକ ପଦଚାଳନା ଦର୍ଶକ ମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ମନ୍ତ୍ରମୁଗ୍ଧ କରିଦେଇଥିଲା । ଅଂଶଗ୍ରହଣକାରୀ ଅନ୍ୟାନ୍ୟ ପ୍ରତିଭାବାନ କଳାକାର ମାନଙ୍କ ମଧ୍ୟରେ ସୁପ୍ରିୟା ବିଶିୟତ, ଆକାଂକ୍ଷା ବିଶିୟତ, ଶତାକ୍ଷୀ ତ୍ରିପାଠୀ, ସମୃଦ୍ଧି କାଉଲ, ରାଖୀ ପ୍ରକାଶ, ଇତି ସାହାଣୀ, ଈପ୍ସିତା ଖଣ୍ଡେଲୱାଲ, କାବ୍ୟା ଗୋୟେଲ , କୋଏସା ପ୍ରଧାନ,ଆରାଧ୍ୟା ନାୟକ, ଅଲିଶା ଅଞ୍ଜଳି ସାହୁ, ତିଷ୍ୟା ରାୟ, ଶ୍ରାବି ସମ୍ପ୍ରିୟା, ରିଆଁଶି କାଶ୍ୟପ, ସୁଚିତ୍ରା ଦାଶ,

ଲକ୍ଷ୍ମୀ ସାହୁ, ବାଣୀ ମହାନ୍ତି,  ସୁଜାତା ପଣ୍ଡା, ସୁଚିତ୍ରା ରଥ, ସୁମନ ପ୍ରଧାନ ଏବଂ ବରଖା ଖଣ୍ଡେଲୱାଲ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ସୁଦକ୍ଷ ଉପସ୍ଥାପିକା ରୀତିକା ଧର ସମଗ୍ର  କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂଯୋଜନା ଓ ସଂଚାଳନା କରିଥିଲେ।           ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ସଞ୍ଜୀବ ପାଟ୍ଟଯୋଶୀ, ଶିଶିର ଦାସ,  ପ୍ରଶାନ୍ତ ସାହୁ, ବିମଳ ପଣ୍ଡା, ଉମେଶ ପଣ୍ଡା, ଦିବ୍ୟଜ୍ୟୋତି ପଟ୍ଟନାୟକ, ଧୀରଜ ପ୍ରଧାନ, ବିନାୟକ ଦାସ , କାବେରୀ ବେହେରା, ସୁବ୍ରତ ପଣ୍ଡା, ଗୁରୁ ସୁଦର୍ଶନ ସାହୁ,  ଗୁରୁ ସନ୍ତୋଷ ସ୍ୱାଇଁ ଏବଂ ଗୁରୁ ଅତସୀ ମିଶ୍ର ପ୍ରମୁଖ ସାମିଲ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳତା ଓ ଲୁକ୍କାୟିତ ଦକ୍ଷତାର ପରିପ୍ରକାଶ ପାଇଁ ସୁରଭି ଏକ ସୁନ୍ଦର ମଞ୍ଚ"   04-Nov-2026
  ଜିଲ୍ଲା  
ଟିଟିଲାଗଡ଼ ଓମ୍ ଭ୍ୟାଲି ସ୍କୁଲ ର ଛାତ୍ରୀ ଦିବ୍ୟା କମାନୀଙ୍କ ବଡ଼ ସଫଳତା♦️ ଏମବିବିଏସ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନେତାଜୀ ସୁଭାଷ ମେଡିକାଲ କଲେଜରେ ପାଇଲେ ନାମଲେଖା ସୁଯୋଗ   04-Nov-2026
  ଜିଲ୍ଲା  
ଯୁଗ୍ମ ସଚିବଙ୍କ ମହାବିଦ୍ୟାଳୟ ପରିଦର୍ଶନ   04-Nov-2026
  ଜିଲ୍ଲା  
ସ୍ୱପ୍ନର ଡେଣା ମେଲାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ: ୨୮୮ ପ୍ରତିଭାର ନବସୃଜନ ଉତ୍ସବ   04-Nov-2026
  ଅପରାଧ  
ସୁନା ମଙ୍ଗଳସୂତ୍ର ଲୁଟ୍ ଘଟଣାର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ   04-Nov-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ମଧୁମେହ ପରୀକ୍ଷଣ ଶିବିର ଆୟୋଜିତ   04-Nov-2026
  ଜିଲ୍ଲା  
ଫାଶ ବସାଇ ବାରହା ଶିକାର ଅଭିଯୋଗରେ ୩ ଗିରଫ ୭ କିଲୋଗ୍ରାମ ବାରହା ମାଂସ ଜବତ, କୋର୍ଟ ଚାଲାଣ କଲା ବନ ବିଭାଗ   04-Nov-2026
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଚେତନତା ରଥର ଶୁଭାରମ୍ଭ   04-Nov-2026
  ଜିଲ୍ଲା  
ଭଗବାନପୁର ଲକ୍ଷ୍ମୀପୂଜା ପ୍ରତିଷ୍ଠାନର ସମ୍ବଦ୍ଧନା ସଭା   04-Nov-2026
  ଜିଲ୍ଲା  
ଝାରମୁଣ୍ଡା ରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ   03-Nov-2026
  ଜିଲ୍ଲା  
ପୌରପରିଷଦ ପକ୍ଷରୁ ସକାଳେ ପଲିଥିନ ପାଇଁ ବିଭିନ୍ନ ଦୋକାନରେ ଚଢ଼ାଉ - ଦ୍ୱିପହରେ ପୌରାଧ୍ୟକ୍ଷା ଫେରାଇଲେ ବ୍ୟବସାୟୀଙ୍କ ଜିନିଷ ଓ ଜୋରିମାନା   03-Nov-2026
  ଜିଲ୍ଲା  
ତୁରେକେଲା ବ୍ଳକ ସ୍ତରୀୟ ସୁରଭି ଉଦଯାପିତ   03-Nov-2026

You Might Also Like